Thursday, 24 October 2019

Wednesday, 23 October 2019

Tuesday, 22 October 2019

Winter Session of Parliament from 18th November

Winter Session of Parliament to commence from Nov 18

FILE PIC
The Winter Session of Parliament will commence from 18th of next month. It will conclude on 13th of December. Official sources said the Parliamentary Affairs Ministry has communicated to the secretariats of the Lok Sabha and the Rajya Sabha  in this regard.

Last week, the Cabinet Committee on Parliamentary Affairs  had met under the chairmanship of Defence Minister Rajnath Singh to decide on the dates of the next session.

All India Bank Strike on 22nd October

Security Check in Loka Seva Bhavan

Monday, 21 October 2019

State Cabinet Decision : 21.10.2019

Cabinet on Monday approved following proposals-
The Aviation Branch dealing with connectivity transferred to the Transport and Commerce Department. Earlier the Aviation Branch of the Odisha Government was under the General Administration Department.

The Cabinet also laid the outlay for the ABADHA (Augmentation of Basic Amenities and Development of Heritage and Architecture) scheme in Puri. Over the next three years Rs 3,208 crore will be spent for development of Puri under ABADHA scheme. In 2019-20 - Rs 719 crore, 2020-21 - Rs 1,402 crore, 2021-22 - Rs 1,087 crore will be spent.

The Cabinet also approved Proposal for bringing 19 educational complexes meant for PVTGs under the Administrative control of ST & SC Development Department at par with educational establishments.

Formulation of new rule for recruitment rule for the Odisha Labour Service Cadre - Odisha Labour Service (Method of Recruitment and conditions of service) Rules 2019.

Formation of Odisha Ministerial Services (method of recruitment and conditions of service) for posts in the Chief Engineer establishments under Department of Water Resources.

Amendment of the Odisha Ministerial Services (method of recruitment and conditions of service of junior assistants, senior assistants, section officers) Rules 2019.

Four individual rural piped water supply projects under one package to provide safe drinking water to mining affected areas of Jajpur, Keonjhar and Mayurbhanj districts out of OMBADC funding.

Two individual rural piped water supply projects under one package to provide safe drinking water in Deogarh district out of NRDWP funding.

Two individual piped water supply projects under one package to provide safe drinking water to water scarcity areas of Dhenkanal district out of BASUDHA funding.

The Cabinet has approved the proposal to abolish application fee, user fee and DeGS charges from citizens for issue of Resident, Income, Income & Asset (for EWS), Legal Heir, Guardianship, ST, SC, SEBC and OBC certificates.

The Cabinet today approved exclusion of Gobardhan Math in Puri from the purview of Odisha Hindu Religious Endowments Act, 1951. 

Hand over of additional space in L&ESI Deptt. allotted in favour of Works Department

It is to mention here that, after shifting of 10 departments from Loka Seva Bhavan to Kharvel Bhawan, vacated spaces in these departments are allotted to other departments by GA&PG Department. In this process, 1742 Sq ft. of L&ESI Deptt. has been to allotted to Works Department.

Main building allocation: 
MSME Deptt.1676 Sq ft. to FS&CW 
L&ESI Deptt.1742 Sq ft. to WORKS  and  4710 Sq ft. to ST&SC Dev
C&T Deptt. - 2606 Sq ft. to R&DM and 1888 Sq ft. to H&FW 
Industries Deptt -  2000 Sq ft. for Mission Shakti, 1000 Sq ft. for  Study Launge and 1888 Sq ft. Reserved for future use

Thursday, 17 October 2019

NITI AAYOG launches India Innovation Index 2019 : Odisha 12th

ନୀତି ଆୟୋଗ

ନୀତି ଆୟୋଗ ଦ୍ୱାରା ଭାରତ ନବୋନ୍ମେଷ ସୂଚକାଙ୍କ 2019 ପ୍ରକାଶିତ
• ଶୀର୍ଷରେ କର୍ଣ୍ଣାଟକ, ଦ୍ୱାଦଶ ସ୍ଥାନରେ ଓଡ଼ିଶା
• ପ୍ରଥମ 4ଟି ସ୍ଥାନରେ ତାମିଲନାଡ଼ୁ, ମହାରାଷ୍ଟ୍ର ଓ ଦିଲ୍ଲୀ ସ୍ଥାନିତ

ପୋଷ୍ଟ କରାଯିବା ଦିନାଙ୍କ: 17 OCT 2019 7:46PM by PIB Bhubaneshwar
ନୀତି ଆୟୋଗ ଦ୍ୱାରା 2019 ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ 10ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁମହାରାଷ୍ଟ୍ରତେଲଙ୍ଗାନାହରିୟାଣାକେରଳଉତ୍ତର ପ୍ରଦେଶପଶ୍ଚିମବଙ୍ଗଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି । ଶୀର୍ଷ 10ଟି ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି । ଉତ୍ତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକ୍କିମ ଶୀର୍ଷରେ ରହିଥିବା ବେଳେ କେନ୍ଦ୍ରଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ନିବେଶ (ଇନପୁଟ)କୁ ଫଳାଫଳ (ଆଉଟପୁଟ)ରେ ରୂପାନ୍ତରିତ କରିବାରେ ସବୁଠୁ ଦକ୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀକର୍ଣ୍ଣାଟକମହାରାଷ୍ଟ୍ରତାମିଲନାଡ଼ୁତେଲଙ୍ଗାନା ଓ ଉତ୍ତରପ୍ରଦେଶ ରହିଛନ୍ତି ।
ଅନ୍ୟପକ୍ଷରେ ଭାରତ ନବୋନ୍ମେଷ ସୂଚକାଙ୍କର ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି । ତେବେ ଏନେବଲର୍ସ ଓ ପରଫର୍ମାନ୍ସ ରେଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି ।
ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାରମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମାବାୟୋ-ଟେକନୋଲଜି ବିଭାଗ ସଚିବ ରେଣୁ ସ୍ୱରୂପଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ଉପସ୍ଥିତିରେ ଏହି ସୂଚକାଙ୍କ ଜାରି କରାଯାଇଥିଲା ।
ଡ. ରାଜୀବ କୁମାର ଏହି ଅବସରରେ ଆଶା ବ୍ୟକ୍ତ କରିଥିଲେ ଯେ ନବୋନ୍ମେଷ ପରିସଂସ୍ଥାନରେ ଥିବା ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଭାରତ ନବୋନ୍ମେଷ ସୂଚକାଙ୍କ ସମନ୍ୱୟ ପ୍ରତିଷ୍ଠା କରିବ ଏବଂ ଭାରତ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଉତ୍ତମ ପ୍ରଶାସନ ଦିଗରେ ଅଗ୍ରସର ହୋଇପାରିବ ।
ଅଗଣିତ ଆହ୍ୱାନ ମଧ୍ୟରେ ବିଶ୍ୱ ନବୋନ୍ମେଷ କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ଭାରତ ନିକଟରେ ଅଭିନବ ସୁଯୋଗ ରହିଛି ବୋଲି ଶ୍ରୀ ଅମିତାଭ କାନ୍ତ ପ୍ରକାଶ କରିଥିଲେ । ରେଣୁ ସ୍ୱରୂପ କହିଥିଲେ ଯେ କ୍ଲଷ୍ଟର ଆଧାରିତ ନବୋନ୍ମେଷକୁ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ର ବିନ୍ଦୁ ଭାବେ ବିକଶିତ କରାଯିବା ଆବଶ୍ୟକ । ଉଭୟ ନିବେଶ ଏବଂ ଫଳାଫଳ ଉପାଦାନ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ନବୋନ୍ମେଷ ପରିବେଶକୁ ଉନ୍ନତ କରିବାରେ ଉତ୍ତମ ଆରମ୍ଭ ବୋଲି ଶ୍ରୀ ଆଶୁତୋଷ ଶର୍ମା କହିଥିଲେ । ଶ୍ରୀ ବୈଦ୍ୟ କୋଟେଚା କହିଥିଲେ ଯେ ରାଜ୍ୟଗୁଡ଼ିକ ମଧ୍ୟରେ ମାନଦଣ୍ଡ ନିର୍ଦ୍ଧାରଣ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଗରେ ଏହି ସୂଚକାଙ୍କ ଏକ ଉତମ ପ୍ରୟାସ ।
ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ନବୋନ୍ମେଷ ପରିସଂସ୍ଥାନକୁ ଅନୁଧ୍ୟାନ କରାଯିବା ପରେ ଏହି ସୂଚକାଙ୍କ ପ୍ରକାଶ ପାଇଛି । ଦେଶରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ନିର୍ଦ୍ଦିଷ୍ଟ ଅଂଚଳର ଆର୍ଥିକ ବିକାଶ ନୀତି ପ୍ରସ୍ତୁତ କରିବା ଦିଗରେ ନୀତି ନିର୍ଦ୍ଧାରକମାନଙ୍କୁ ଏକ ସାମାଗ୍ରିକ ସାଧନ ପ୍ରଦାନ କରିବା ହେଉଛି ଏହି ସୂଚକାଙ୍କର ଉଦ୍ଦେଶ୍ୟ । ଏହି ସୂଚକାଙ୍କରେ ରାଜ୍ୟଗୁଡ଼ିକୁ 3ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା : ବୃହତ ରାଜ୍ୟଉତ୍ତର-ପୂର୍ବାଂଚଳ ଓ ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟ ।
ଦେଶର ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ନବୋନ୍ମେଷ ଏକ ପ୍ରମୁଖ ବାହକ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ପ୍ରତିଦ୍ୱନ୍ଦ୍ୱିତା ସଂସ୍ଥାନକୁ ଜ୍ଞାନ ସହଯୋଗୀ ଭାବେ ନେଇ ନୀତି ଆୟୋଗ ପକ୍ଷରୁ ଭାରତ ନବୋନ୍ମେଷ ସୂଚକାଙ୍କ 2019 ପ୍ରକାଶ ପାଇଛି । ବ୍ୟାପକ ଗବେଷଣା ଏବଂ ବିଶ୍ଳେଷଣ ପରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନବୋନ୍ମେଷ ସାମର୍ଥ୍ୟ ଓ ପ୍ରଦର୍ଶନକୁ ନିରୀକ୍ଷଣ କରିବା ମାଧ୍ୟମରେ ଦେଶର ସାମଗ୍ରିକ ନବୋନ୍ମେଷ ପରିଦୃଶ୍ୟକୁ ଦେଖାଯାଇଛି ।
ଏହି ସୂଚକାଙ୍କ ମାଧ୍ୟମରେ ଦେଶର 29ଟି ରାଜ୍ୟ ଏବଂ 7ଟି କେନ୍ଦ୍ର ଶାସିତ ପ୍ରଦେଶର ନବୋନ୍ମେଷ ପରିବେଶକୁ ନିରନ୍ତର ମୂଲ୍ୟାୟନ ପାଇଁ ଏକ ବ୍ୟାପକ ଢାଂଚା ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି । ଏହା ଜରିଆରେ ତିନୋଟି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରୟାସ କରାଯାଇଛି ଯଥା :1- ସୂଚକାଙ୍କ ଫଳାଫଳ ଆଧାରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ରେଙ୍କ ପ୍ରଦାନ କରିବା2- ସମ୍ଭାବନା ଓ ଆହ୍ୱାନଗୁଡ଼ିକୁ ବିବେଚନା କରିବା ଏବଂ 3-ନବୋନ୍ମେଷର ପ୍ରୋତ୍ସାହନ ଲାଗି ସରକାରୀ ନୀତି ପ୍ରସ୍ତୁତିରେ ସହାୟତା କରିବା ।
ଦୁଇଟି ସୋପାନ- ଏନେବଲର୍ସ ଓ ପରଫର୍ମାନ୍ସରେ ମିଳିଥିବା ହାରାହାରି ଅଙ୍କ ଆଧାରରେ ଭାରତ ନବୋନ୍ମେଷ ସୂଚକାଙ୍କ-2019ର ଫଳାଫଳ ପ୍ରକାଶ ପାଇଛି । 5ଟି ସ୍ତମ୍ଭକୁ ନେଇ ସମର୍ଥକ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକର ନବୋନ୍ମେଷ ସାମର୍ଥ୍ୟକୁ ବିବେଚନା କରାଯାଇଛି : ମାନବ ପୁଞ୍ଜିନିବେଶଜ୍ଞାନ କର୍ମୀବ୍ୟବସାୟିକ ପରିବେଶ ଏବଂ ସୁରକ୍ଷା ଓ ଆଇନଗତ ପରିବେଶ । ନିବେଶ (ଇନପୁଟ) ଦ୍ୱାରା ଦେଶକୁ ମିଳୁଥିବା ଲାଭକୁ ପ୍ରଦର୍ଶନ ସୋପାନ ଗ୍ରହଣ କରିଛି । ଏହାକୁ ଦୁଇଟି ସ୍ତମ୍ଭ ଯଥା ଜ୍ଞାନ ଫଳାଫଳ ଏବଂ ଜ୍ଞାନର ପ୍ରସାରରେ ବିଭକ୍ତ କରାଯାଇଛି ।

ଓସାର ମଉନ ବ୍ରତ : ଭଗବାନ ଦୟାକରି କିଛି କରନ୍ତୁ

କ୍ୟାଣ୍ଟିନ କୁ ଯିବା ବାଟରେ, ଚା' ଖଟିରେ କିମ୍ବା ହଠାତ ଦେଖାହେଲେ, ସମସ୍ତେ ଏକ ସାଧାରଣ ପ୍ରଶ୍ନର ସମ୍ମୁଖୀନ ହୁଅନ୍ତି । ଭାଇ ଇଲେକ୍ସନ ହବ ତ ? ଦୁଇ ତିନି ବାକ୍ୟ ରେ ଏକ ହତାଶ ପୂର୍ଣ୍ଣ ସାନ୍ତ୍ବନା ଦେଇ ସମସ୍ତେ ଚାଲି ଯାଆନ୍ତି । ମଝିରେ ମଝିରେ ଉଲକା ଭଳି କିଛି ନୂତନ ଯୁବ ବନ୍ଧୁ ଓସା ପାଇଁ ଦୃଶ୍ୟମାନ ହେଉଥିଲେ ମଧ୍ୟ ସମସ୍ତେ ନିରୂପାୟ ତଥା ହତୋତ୍ସାହିତ ମଧ୍ୟ। ସତେ ଯେମିତି ସଂପାଦକ ଓ ସଭାପତି ଦ୍ଵୟ ସେମାନଙ୍କ କୂଟନୀତି ମାଧ୍ୟମରେ ସମଗ୍ର ସଚିବାଳୟ କ୍ୟାଡ଼ରକୁ ଏକ ବିଲୁପ୍ତ ପ୍ରାୟ ଅବସ୍ଥାକୁ ନେବା ପାଇଁ ପଣ କରିଛନ୍ତି ବୋଲି ଅନୁଭବ ହୁଏ। ଆଉ ଓସା ନିର୍ବାଚନ ଜିତି ସେମାନେ ଇନ୍ଦ୍ର ଭୁବନ ଜୟ କଲା ଭଳି ଅନୁଭବ କରନ୍ତି । 
ଇତିମଧ୍ୟରେ ଏମିତି କିଛି ନିଷ୍ପତ୍ତି ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ଯାହା କେବେ ଆଶା କରାଯାଇନଥିଲା। ଜଣେ ସରକାରୀ କର୍ମଚାରୀ ହିସାବରେ ହୁଏତ ସୀମାରେଖା ଭିତରେ ରହିବାକୁ ପଡୁଥିବାରୁ କୌଣସି ଟିପ୍ପଣୀ ଦେଇପାରିବିନି କିନ୍ତୁ ଏପରି ଏକ ଜଟିଳ ପରିସ୍ଥିତିରେ ନିର୍ବାଚିତ ବନ୍ଧୁ ମାନେ ସୌଜନ୍ୟତା ଦୃଷ୍ଟିରୁ ଇସ୍ତଫା ନ ଦେଇ ଫାଲତୁ ନାଟକ ଚଳାଇଥିବା ସତ୍ତ୍ବେ କେହି କିଛି ନ କରିପାରିବାର ଅସହାୟତା କୁ ଦେଖି ଦୁଖଃ ଲାଗୁଛି । ଏମିତିରେ, ଆମ କ୍ୟାଡ଼ର ର ବରିଷ୍ଠ ଅଧିକାରୀ ମାନେ  ବହୁବର୍ଷ ପରେ ପଦୋନ୍ନତି ପାଇଥିବାରୁ ଏବଂ ଅବସର ନେବାକୁ ୨ରୁ ୫ବର୍ଷ ବାକିଥିବାରୁ ସୁରୁଖୁରୁରେ ପେନସନ ଗଣ୍ଡାକ ଯେମିତି ମିଳିବ ସେ ଲକ୍ଷ୍ୟରେ କାଦୁଅ ଭିତରେ ପଶିବାକୁ ଚାହୁଁ ନାହାଁନ୍ତି । ତେବେ କିଛି ବରିଷ୍ଠ ଏହି କାର୍ଯ୍ୟ ରେ ଆଗଭର ହେଉଥିଲେ ମଧ୍ଯ, ନୂତନ ପିଢ଼ି ସେମାନଙ୍କୁ ସହଜରେ ବିଶ୍ଵାସ କୁ ନେଇପାରୁ ନାହାଁନ୍ତି। 
ନିକଟ ଅତୀତରେ ଅନେକ ସଭ୍ୟ ଦସ୍ତଖତ ସଂଗ୍ରହ କରି ନିର୍ବାଚନ ପାଇଁ ସ୍ଵରାଷ୍ଟ୍ର ବିଭାଗ ସଚିବଙ୍କୁ ପତ୍ର ଲେଖିବା ପରେ, ଅକ୍ଟୋବର ୩୦ ସୁଧା ସଂପାଦକଙ୍କୁ କଣ୍ଟ ଦିଆଯାଇଥିଲା । ହେଲେ ପୂର୍ବାନୁମାନ କ୍ରମେ, ହିସାବ କିତାବ ର ଜଟିଳତା ଦର୍ଶାଇ ସଂପାଦକ ମହୋଦୟ ସ୍ଵରାଷ୍ଟ୍ର ବିଭାଗକୁ ନିଜର ଅକ୍ଷମତା ଜଣାଇଦେଲେ । ଏ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ସାଧାରଣ ପ୍ରଶାସନ ବିଭାଗକୁ ସ୍ଵରାଷ୍ଟ୍ର ବିଭାଗ ଅବଗତ କରିଦେଇଛନ୍ତି । ଏବେ ସମସ୍ତେ ପଦକ୍ଷେପ ଆଶା ରେ। 
ଏଭଳି ସମୟରେ ଏକ ନେତୃତ୍ବ ବିହୀନ କର୍ମଚାରୀ ସେବା ସଂଘର ସ୍ଥାଣୁତାର ସୂଯୋଗ ନେଇ ସରକାର 5T ପ୍ରଚଳନ ଆଳରେ ପ୍ରତିଦିନ କିଛି କିଛି ନୂତନ ନିୟମ ତଥା ଆଦେଶନାମା ଜାରି କରୁଛନ୍ତି। ଯଦିଓ ଏକ ସୁଶାସନର ଛାପ ଓଡିଶା ବାସୀଙ୍କ ମନରେ ରଖିବା ପାଇଁ  ସରକାର ତତ୍ପର, ତଥାପି ଜଣେ କର୍ମଚାରୀ ତାର ଦାବି ତଥା ପ୍ରତିବାଦ ପାଇଁ ସୁଯୋଗ ପାଇବା ଆବଶ୍ୟକ । ଆଜି ସଂଘ ସକ୍ରିୟ ଥିଲେ, ବହୁତ ଗୁଡିଏ ମୁଦ୍ଦା ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇପାରନ୍ତା ।
୧- କେନ୍ଦ୍ର ସରକାରଙ୍କ କର୍ମଚାରୀ ୭ମ ବେତନ କମିଶନ ହାରରେ ଦରମା ପାଇ ହଜମ କରିସାରି ଥିଲାବେଳେ, ଆମେ ଏବେବି ୬୦% ବକେୟା ଅପେକ୍ଷା ରେ।
୨- ଘରଭଡା ପୂର୍ବତନ ହାରରେ ଏକ ସୀମିତ ଆକାରରେ ମିଳୁଛି। ତଥାପି ବେସିକ ପେ ବଢିଲେ ମଧ୍ୟ, ଏହା ବଢୁନାହିଁ କିମ୍ବା ସଂଶୋଧିତ ହାରରେ ମଧ୍ୟ ମିଳୁନାହିଁ ।
୩- ମହଙ୍ଗା ଭତ୍ତା କେନ୍ଦ୍ର ଏବେ ଘୋଷଣା କରିଥିବାରୂ, ରାଜ୍ୟ ସରକାର ଏହି ମାସରେ ଘୋଷଣା କରି ପାରନ୍ତି।
୪- ବିଭାଗୀୟ ଦପ୍ତର ସହ ସଂପୃକ୍ତ ବିଭାଗର ମିଶ୍ରଣ ପାଇଁ ଅନେକ ଆଦେଶନାମା ପ୍ରକାଶ ପାଇସାରିଲାଣି । ତଥାପି ସମସ୍ତେ ଚୁପ ।
୫- ନିକଟରେ ମୁଖ୍ୟ ଶାସନ ସଚିବ, ଏଏସ୍ଓ ମାନଙ୍କୁ ଅଧିକ ଦାୟୀତ୍ଵ ଦେଇ ଚିରାଚରିତ ପ୍ରଥା ରେ ପରିବର୍ତ୍ତନ ସହ, ସିଧାସଳଖ ଉପଶାସନ ସଚିବ ଙ୍କୁ ଫାଇଲ ଦେବା ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟ କୁ ପରିଦର୍ଶନ ପାଇଁ ପଠାଇବା ପ୍ରକ୍ରିୟା ଆରମ୍ଭ କଲେଣି । ତେବେ ଦକ୍ଷତା ତଥା ଦାୟୀତ୍ଵ ବୋଧ କୁ ଅନୁଭବ କରିବା ସତ୍ତ୍ବେ ଆମର ବହୁ ପ୍ରତିକ୍ଷୀତ ୪୬୦୦ GP କଥା ଚିନ୍ତା କରୁନାହାନ୍ତି।
୬- ବିଗତ ୩ ବର୍ଷ ରେ ନିଯୁକ୍ତ ପ୍ରାୟ ୧୪୦୦ ଏଏସ୍ଓ ମାନଙ୍କ ମଧ୍ୟରେ ଅନେକ ଏବେ ଏକ ମୁଖ୍ୟ ସମସ୍ୟା ସହ ଗତି କରୁଛନ୍ତି। ତାହା ହେଲା, ନବ ଜନ୍ମିତ ସନ୍ତାନ ମାନଙ୍କର ଦେଖାଶୁଣାରେ ସମସ୍ୟା। ହୁଏତ କର୍ପୋରେଟ ଅଫିସ ଭଳି, କର୍ମଚାରୀ ମାନଙ୍କ ପିଲାଙ୍କ ପାଇଁ Creche ବ୍ୟବସ୍ଥା କରାଗଲେ, ସେମାନେ ସଠିକ ଭାବେ ସରକାରୀ କାର୍ଯ୍ୟ ରେ ମନୋନିବେଶ କରିପାରନ୍ତେ । 
୭- ସ୍ଵାସ୍ଥ୍ୟ ସମସ୍ୟା ସମସ୍ତଙ୍କ ପାଇଁ ଏକ ଅନୁଭବର ଘଟଣା। ହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କ କର୍ମଚାରୀ ପାଉଥିବା ସୁବିଧା ସୁଯୋଗ ର କଣିକାଏ ମଧ୍ୟ ଆମକୁ ମିଳୁନାହିଁ । 
୮- ଦୂର ଦୂରାନ୍ତରୁ ଆସୁଥିବା କର୍ମଚାରୀ ମାନେ ଜରୁରୀ ପରିସ୍ଥିତି ରେ ରାତିରେ ରହିବା ପାଇଁ ସେମିତି କିଛି Recretion Room ର ସୁବିଧା ନାହିଁ । 
୯- ଏଏସ୍ଓ ମାନଙ୍କ Gradation List ର Final Copy ବାହାରିବା ପୂର୍ବରୁ RA/Induction Batch ତଥା ୨୦୧୬ ବ୍ୟାଚ ଏବଂ ୨୦୧୬ ର ରେଗୁଲାର ବ୍ୟାଚ ସହିତ Special Drive ମଧ୍ୟରେ ଥିବା ଦ୍ଵନ୍ଦ୍ଵ ଦୂର କରିବା ପାଇଁ ଏକ ଅଭିଜ୍ଞ ଆଲୋଚନା ର ଆବଶ୍ୟକତା ରହିଛି ।
୧୦- ସର୍ବୋପରି, କ୍ୟାଡ଼ରର ସମ୍ମାନ ରକ୍ଷା ଦିଗରେ ପ୍ରତି ମୁହୂର୍ତ୍ତରେ ଯତ୍ନବାନ ହେବା ସହ ସ୍ଵର ଉତ୍ତୋଳନ ପାଇଁ ସମସ୍ତେ ସଂଗଠିତ ରହିବା ଦରକାର।

ତେଣୁ ବହୁତ ଗୁଡିଏ ମୁଦ୍ଦା ରହିଥିବା ସତ୍ତ୍ବେ, ଆମ ସଂଘର ନିଷ୍କ୍ରିୟତା ଦେଖି ଓଡ଼ିଶାର ଅନ୍ୟ ସଂଗଠନ ମାନେ ମଧ୍ୟ ରାସ୍ତାକୁ ଓଲାହିବାକୁ ସାହସ କରିପାରୁ ନାହାନ୍ତି। 

ବିକଳ୍ପ - 
ସାରା ରାଜ୍ୟରେ ଗୋଟିଏ କ୍ୟାଡ଼ର ପାଇଁ ଏକାଧିକ କର୍ମଚାରୀ ସଂଗଠନ ଥିବା ବେଳେ ସଚିବାଳୟରେ କେବଳ ଗୋଟିଏ ଅଛି । ତାହା ପୁଣି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୁଏ ବୋଲି ସ୍ଵତନ୍ତ୍ର ମାନ୍ୟତା ରଖେ ବୋଲି କୁହାଯାଏ। କିନ୍ତୁ ଗତ ୨ ବର୍ଷ ର କାର୍ଯ୍ୟକାଳ ଓସା ଇତିହାସର ଏକ କଳଙ୍କିତ ଅଧ୍ୟାୟ । ଏପରି ପରିସ୍ଥିତିରେ ଆମର ବିକଳ୍ପ କଣ ହେଇପାରିବ ତଥା ସରକାରଙ୍କ ଆଭିମୁଖ୍ୟ କଣ ହୋଇପାରେ ? 
ଏକ ଅନୁଶୀଳନ--
୧. ସଚିବାଳୟ ସେବା ସଂଘ (ଓସା) ର ସମ୍ବିଧାନ ରେ ଥିବା ଗଳାବାଟ କୁ ବନ୍ଦ କରିବା ସହିତ ଏ ବ୍ୟାପକ ସଂଶୋଧନ ଆବଶ୍ୟକ। କିନ୍ତୁ ଏହା ଏବେ ଅସମ୍ଭବ ।
୨. ଉଭୟ ପକ୍ଷ ଲକ୍ଷ ଲକ୍ଷ ଟଙ୍କାର ଆତ୍ମସାତ କରିଥିବାର ଅଭିଯୋଗ ଆସୁଥିବା ବେଳେ ସ୍ଵତନ୍ତ୍ର Audit Body ଦ୍ଵାରା ଅନୁସନ୍ଧାନ ହେବା ଦରକାର ।
୩. କୌଣସି ସଂଘ କାର୍ଯ୍ୟ ରେ ସରକାରଙ୍କ ହସ୍ତକ୍ଷେପ ସଂଘ ପାଇଁ ଶୁଭଙ୍କର ନୁହେଁ । ତଥାପି ଆଜିର ପରିସ୍ଥିତି ସେୟା ହିଁ ବାଧ୍ୟ କରୁଛି । କିନ୍ତୁ ଦ୍ଵାରା କିଛି ଅଜବ ନିଷ୍ପତ୍ତି ଯଥା ସଂଘରୁ ମାନ୍ୟତା ପ୍ରତ୍ୟାହାର, ଓସା ଭବନକୁ ସରକାର ଫେରାଇ ନେବା ଇତ୍ୟାଦି ହୋଇପାରେ।
୪. ଓସା ରାଜନୀତିରେ ମୁଣ୍ଡ  ଟେକୁଥିବା ସୀମିତ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଭୟଭୀତ କରିପାରନ୍ତି ।
୫. ବାରମ୍ବାର ଓପିଏସସି ପରୀକ୍ଷା ବାହାନାରେ ସ୍ବତନ୍ତ୍ର ମାନ୍ୟତା ଦାବି କରୁଥିବାରୁ ପରବର୍ତ୍ତୀ ସମୟରେ ଏଏସ୍ଓ ପରୀକ୍ଷା OSSC ଦ୍ଵାରା କରିବାର ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । 
୬. ଅସଲ କଥା ଓସା ନିର୍ବାଚନ କେବେ ହେଲେ ସରକାର ନିଜେ କରାଇପାରିବେନି । କାରଣ ଏହା ଅସମ୍ବିଧାନିକ ଓ ହାସ୍ୟାସ୍ପଦ ମଧ୍ୟ। 
ତେଣୁ ସମସ୍ତଙ୍କ ନିକଟରେ ଅନେକ ପ୍ରଶ୍ନ - 
ସଂଘ ନାମରେ ଆୟ କରିଥିବା ସମସ୍ତ ଅର୍ଥ ଉଭୟ ପକ୍ଷ କୁ ଛାଡ଼ କରିପାରିବା କି ? 
ଅର୍ଥ ତୋଷରପାତ ପାଇଁ ଆଇନର ଆଶ୍ରୟ ନେଇ ହେବ କି ?
ଏବେ କୌଣସିମତେ ଅଳ୍ପ ଖର୍ଚ୍ଚରେ ନିର୍ବାଚନ କରାଇ, ପରେ ନିର୍ବାଚିତ ପ୍ରତିନିଧି ଙ୍କ ଦ୍ବାରା ପୁରୁଣା ଖର୍ଚ୍ଚ ର ହିସାବ ଉଭୟ ପକ୍ଷକୁ GC Meeting ଦ୍ବାରା ମଗାଯିବା ଠିକ ହେବ କି ?
୭. ସର୍ବୋପରେ, କୌଣସି ବିକଳ୍ପ ନ ମିଳିଲେ, ଏକ ନୂତନ ସଂଘ ରେଜିଷ୍ଟ୍ରେସନ କରି ନୂତନ ଚିନ୍ତଧାରାରେ ଆଗେଇବା ସହିତ ଅନ୍ତତଃ କୌଣସି ଭି ସମସ୍ୟା ତଥା ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିପାରିବାର platform ଟିଏ ମିଳିପାରିବ । ଏହା ଅସୀମିଚୀନ ମନେ ହେଉଥିଲେ ମଧ୍ୟ ସାରା ଭାରତ ବର୍ଷରେ ସବୁ ଅନୁଷ୍ଠାନରେ ଦୁଇ ତିନୋଟି ସଂଘ ଅଛି । ହୁଏ ସେମାନେ ମଧ୍ୟ ଆରମ୍ଭରୁ ଏକ ଥିବା ବେଳେ ଏହିପରି ସମସ୍ୟା ର ସମ୍ମୁଖୀନ ହୋଇଥିବେ । କିନ୍ତୁ ସମସ୍ତେ ଏକ ସମାନ ଲକ୍ଷ୍ୟ ରେ ଥିବାରୁ ଦରକାର ସମୟରେ Joint Confederation ମାଧ୍ୟମରେ ଆଲୋଚନା କରିପାରିବେ।

ଆଉ ନିରାଟ ସତ୍ୟ ହେଲା, କିଛି ଲୋକ ଅର୍ଥ ପାଇଁ ଯେ କୌଣସି ସ୍ତରକୁ ଯାଇପାରନ୍ତି । ସେମାନଙ୍କ ସହ ଆଲୋଚନା କରିବା ମୁର୍ଖାମି ମଧ୍ୟ। ଏତେବଡ଼ ଅନୁଷ୍ଠାନକୁ ସର୍ବ ସମ୍ମୁଖରେ ବେଜିତ କରି, ଏହାର ଅର୍ଥ ଆତ୍ମସାତ କରି ୨୦୦୦ ଅଧିକାରୀଙ୍କ ଭବିଷ୍ୟତ ସହ ଖେଳିବାର ଦୁଃସାହସ କରୁଥିବା ମୁଷ୍ଟିମେୟ ତଥା କଥିତ ନେତା ମାନଙ୍କ ଉପରେ ଅଭିଶାପ ନିଶ୍ଚୟ ପଡ଼ିବ । ଆଉ ବ୍ରହ୍ମାଙ୍କ ଠାରୁ ବର ପାଇ ଇନ୍ଦ୍ରଚନ୍ଦ୍ର ନ ମାନିବା ଭଳି, ଯେଉଁ ମାନଙ୍କ ଭୋଟ ପାଇ ସେମାନେ ନେତା, ସେହି କ୍ୟାଡ଼ର ଭାଇ ଭଉଣୀ ମାନଙ୍କୁ ୩ମାସ ଧରି ଭୂଆଁ ବୁଲାଇବାର ଦୁଃସାହସ ପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ । ଜୀବନରେ ନିଜର ଅକ୍ଲାନ୍ତ ପରିଶ୍ରମ ତଥା ପରିବାରର ଦାୟୀତ୍ଵବୋଧ ନେଇ ଚାକିରୀ ରେ ଯୋଗଦେଇଥିବା ଯୁବ ମେଧାବୀ ବନ୍ଧୁ ମାନେ ଏହାକୁ ରାଜନୀତି ଭାବି ନିଜକୁ ଓସା ଠାରୁ ଦୂରେଇ ରଖି ପାରନ୍ତି କିନ୍ତୁ ମନେ ରଖିବାକୁ ହେବ, ଆମମାନଙ୍କୁ ନେଇ ସଂଘ ଆଉ ସଂଘ ବଞ୍ଚିଲେ ଆମେ ବଞ୍ଚିବା। ନହେଲେ ସରକାରୀ କାର୍ଯ୍ୟକାଳ ମଧ୍ୟ ଆସିବାକୁ ଥିବା ସମସ୍ୟା ସବୁ ନିଜେ ବ୍ୟକ୍ତିଗତ ଭାବରେ ଲଢ଼ି ବାକୁ ପଡିବ।

ଭଗବାନ ସମସ୍ତଙ୍କୁ ଟିକେ ସଦବୁଦ୍ଧି ଦିଅନ୍ତୁ ।

Wednesday, 16 October 2019

Revised Office Order on Section Allotment in Works Department

Naveen Pattnaik @ 74 - Many many happy returns of the day

HAPPY BIRTHDAY
Naveen Patnaik
Hon'ble Chief Minister, Odisha
-----
Born : 16 October, 1946
This year Sri Pattnaik will not celebrate his birthday for the sake of Cyclone FANI. It's mention here that, in 2013, 1014, 2018 also Sri Patnaik did not celebrate his birthday for Cyclones Phailin, Hudhud and Titli respectively.

Tuesday, 15 October 2019

Seva Service Train to Nayagarh

Ministry of Railways
15.09.2019

Indian Railways launches 09 ‘Sewa Service’ Trains today

These Sewa trains will provide connectivity to the far-flung areas where stoppages of premiere trains were not possible: Shri Piyush Goya
Union Ministers Shri PiyushGoyal along with Dr. Harsh Vardhan,Shri Dharmendra Pradhan, Shri Suresh Angadi and Member of ParliamentSmt Meenakshi Lekhi take part in launch ceremony in Delhi

Sewa Service’ trains have been planned with spare rakes as a part of ‘sweating of assets’ initiative by the Indian Railways to have better utilization of the rolling stock

Indian Railways launches 09 ‘Sewa Service’ Trains today to connect smaller towns around major cities. Delhi-Shamli passenger train was inaugurated by the dignitaries and other trains were flagged off through video-conferencing connected to the terminal stations where these trains are to start. 
Out of 09 ‘Sewa Service’ trains in eight states, four trains will run on a daily basis and other five, 6 days a week.
  • Vadnagar – Mahesana DEMU (6 days a week) - Gujarat
  • Asarva  –Himmatnagar DEMU (6 days a week)- Gujarat
  • Karur – Salem DEMU (6 days a week)- Tamil Nadu
  • Coimbatore – Pollachi Passenger (6 days a week)- Tamil Nadu
  • Coimbatore – Palani Passenger (Daily)- Tamil Nadu
  • Yesvantpur – Tumkur DEMU (6 days a week) - Karnataka
  • Murkongselek – Dibrugarh Passenger (Daily) - Assam
  • Bhubaneswar – Nayagarh Express (Daily) - Assam
  • Delhi – Shamli Passenger (Daily)
These trains will provide connectivity to the far-flung areas where stoppages of premiere trains was not possible. These trains will act as link trains to serve the common man of the country. 
It is a unique concept to start these 09 Sewa trains with layover/ spare rakes as a part of ‘sweating of assets’ initiative by the Indian Railways.  This was part of strategies of Indian Railways to have better utilization of the rolling stock without any requisition for new rolling stock. 
These trains will run on the “Hub and Spoke” Model, thereby facilitating passengers to use these trains to reach the “Hub” for availing onward journey to other major stations. Indian Railways plans to run more trains on similar model to serve the passengers of smaller towns and cities. These measures are also expected to boost the earnings of the Indian Railways to help in strengthening the economy.

Lift not functioning in Kharvel Bhawan


Sunday, 13 October 2019

Odisha Secretariat will celebrate it's 60th Anniversary

Founded and inaugurated on 
12th November, 1959.

Fire breaks out at Lokaseva Bhavan

Saturday, October 12, 2019
ରାଜ୍ୟ ସଚିବାଳୟର ଲୋକସେବା ଭବନରେ ଶନିବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ନିଆଁ ଲାଗି ବହୁ କାଗଜପତ୍ର ଜଳି ଯାଇଛି । ସବୁ ବିଭାଗରେ ଅଗ୍ନି ନିର୍ବାପକ ଯନ୍ତ୍ର ଥିଲେ ମଧ୍ୟ ଠିକ ସମୟରେ ଏହାକାମରେ ଲାଗିପାରିଲା ନାହିଁ । 
ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଅତୀତରେ, ୨୦୧୫ ମସିହାରେ ମଧ୍ୟ ସ୍ଵରାଷ୍ଟ୍ର ବିଭାଗରେ ନିଆଁଁ ଲାଗି ବହୁ ରେକର୍ଡ଼ ପତ୍ର ନଷ୍ଟ ହୋଇଯାଇଥିଲା

Fire breaks out at Odisha Secretariat
Tuesday, May 19, 2015
Fire broke out at the store room of Home department in the State Secretariat on Monday. Fortunately, no injury or loss of life was reported. As soon as the news spread, many employees came out of the Secretariat. After getting information, senior police officials rushed to the spot. A fire brigade unit rushed to the spot and doused the flames after breaking open the door of the store room. Many files and documents were gutted in the fire mishap. The blaze originated following an electric short circuit in the department’s store room. 

Single page salary bill by 31st December


In a significant drive to save papers, the State Government has decided to adopt a “Single Page Salary Bill” system for its employees, which will save over 15 lakh pages of paper every month.

So in stroke of action the State Administration will be saving 1.8 Crore pages in a year and hundreds of hours of man power, senior officials say.

This is the first initiative in the country as Odisha has taken the lead in preparing Single Page Salary Bill.

While Pilot Project in Three Major Treasuries has come out successful, State Government is going ahead for covering all 166 Government Treasuries before 31 December, sources said.

Ashok Kumar Meena, Principal Secretary Finance reviewed the program of implementation of Single Page Salary Bill issues with senior officials of the State Treasury System.

State Joint Director Treasuries and Inspection, Sidharth Das, who is implementing the innovative initiative briefed about the significant achievement of the new initiative to save papers and man power in the Treasury system.

Department of Finance decided to do away with 50 odd pages of Salary Bills and to adopt Single Page Salary Bill for its 4.50 Lakh employees of the State Government.

There are over 8,000 Drawing Disbursing Officers (DDO), who are every month preparing Salary Bills and each Salary Bill was running about 50 Pages. With detailed consultations with the stake holders and Accountant General Odisha, it was decided to go for a Pilot Project in the State.

AG Odisha agreed with State Government for such a Green Initiative, which will save waste of huge amount of papers. Major
 Treasuries of Capital City adopted Pilot Project and after trial run, it came out as a great success. 

Preparation of Salary Bills is in fact a Herculean Process and while one copy of the Salary Bill was sent to the Treasury, another copy was kept with DDO, who was not only time consuming, but also huge manpower was to be engaged in the process.

Now officials both at Treasury and DDOs are happy as Single Page Salary Bill preparation is taking much less time and they are saving time and papers.

Directorate of Treasuries and Inspection (DTI) is extending all out support to the DDOs for new initiative as everything depends on these officers for success of the Program.

Proper Training and Hand Holding Support will be extended to the officers in Treasuries and DDOs, said an official.


Nowhere in the country such a Green Initiative has been introduced and Odisha Government, which is implementing 5T is going ahead with the Projects.


*Copied from other sources...

ଏଏସଓ ମାନଙ୍କ ଉପରେ ମୁଖ୍ୟ ସଚିବଙ୍କ ପୂର୍ଣ୍ଣ ଭରସା - ବଢିଲା କ୍ଷମତା, ଦିଆଯିବ ଅଧିକ ଦାୟୀତ୍ଵ

ଓଡ଼ିଶା ସରକାର, ପ୍ରଶାସନିକ ସଂସ୍କାର ପାଇଁ ଏବେ ନବନିଯୁକ୍ତ ଏଏସ୍ଓ ଙ୍କ ଉପରେ ନଜର ରଖିଛନ୍ତି। ବିଶେଷ କରି ଚଳିତ ବର୍ଷ ୫୦୦ ଜଣ ନିଯୁକ୍ତି ପାଇବା ପରେ, ଲଗାତାର ଭାବରେ ସଚିବାଳୟରେ, ଗଣମାଧ୍ୟମରେ ତଥା ସଚିବ ସ୍ତରୀୟ ଆଲୋଚନାରେ ମଧ୍ୟ ଏହି କ୍ୟାଡ଼ର ରେ ଉଚ୍ଚତର ଶିକ୍ଷାପ୍ରାପ୍ତ (ବିଶେଷ କରି ଆଇଆଇଟି ଓ ଇଞ୍ଜିନିୟରିଂ) ଛାତ୍ରଛାତ୍ରୀ ମାନଙ୍କ ପ୍ରବେଶ ବିଷୟ ସ୍ଥାନ ପାଇ ଆସୁଅଛି। ଆସନ୍ତୁ ଏଠାରେ ସେହି ଏଏସ୍ଓ  ମାନଙ୍କ ବିଷୟରେ କିଛି ଜାଣିବା ।

ରାଜ୍ୟ ଶାସନର ସର୍ବୋଚ୍ଚ କାର୍ଯ୍ୟାଳୟ କହିଲେ,  ରାଜ୍ୟ ସଚିବାଳୟକୁ ବୁଝାଏ। ଯଦିଓ ସ୍ଥାନାଭାବରୁ ଏହା ଏବେ ଗୋଟିଏ ସୌଧରେ କାର୍ଯ୍ୟ କରୁନାହିଁ, ତଥାପି ଭୁବନେଶ୍ୱର ୟୁନିଟ-୫ ର ଆଖପାଖ ଅଞ୍ଚଳରେ ବିଭିନ୍ନ ଭବନରେ (ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, ଲୋକସଂପର୍କ ଭବନ, କୃଷି ଭବନ, ପର୍ଯ୍ୟଟନ ଭବନ, ସଂସ୍କୃତି ଭବନ) ସରକାରଙ୍କ ବିଭିନ୍ନ ବିଭାଗ ଚାଲୁଅଛି। 
ଏଠାରେ ବିଭିନ୍ନ କ୍ୟାଡ଼ରର କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଯଥା - ଭାରତୀୟ ପ୍ରଶାସନିକ ସେବା, ଓଡ଼ିଶା ପ୍ରଶାସନିକ ସେବା, ଓଡିଶା ସଚିବାଳୟ ସେବା, ଇତ୍ୟାଦି। କିନ୍ତୁ ଫାଇଲ କାର୍ଯ୍ୟ ଆରମ୍ଭ ହୁଏ ଏଏସ୍ଓ ଠାରୁ । ପରବର୍ତ୍ତୀ ଅବସ୍ଥାରେ ଅନୁମୋଦନ ପାଇଁ ଆବଶ୍ୟକତା ଅନୁସାରେ ବିଭିନ୍ନ ସ୍ତରର ସଚିବଙ୍କ ନିକଟକୁ ଯାଏ। ଅଧିକତଃ ମୁଖ୍ୟମନ୍ତ୍ରୀ ଙ୍କ ସୁପାରିଶ ପାଇଁ ମଧ୍ୟ ଯାଇପାରେ। ତେଣୁ ରାଜ୍ୟ ପାଇଁ ତିଆରି ହଉଥିବା ଯୋଜନା, ନିୟମ ତଥା ଆଦେଶନାମା ସଚିବାଳୟରେ ହେଉଥିବାରୁ ଓଡିଶା ସଚିବାଳୟ ସେବା କ୍ୟାଡ଼ର ମୁଖ୍ୟ ଭୁମିକା ଗ୍ରହଣ କରିଥାଏ । ଅତୀତରେ ଓଏଏସ ଏବଂ ଏଏସ୍ଓ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତାର ତାରତମ୍ୟ ହେତୁ ଏହି କ୍ୟାଡ଼ର କୁ ବିଶେଷ ପ୍ରାଥମିକତା ଦିଆଯାଉନଥିଲା । ଏବେ କିନ୍ତୁ ସମୟ ବଦଳିଛି । ୨୦୧୬ ରେ ଯୋଗଦେଇଥିବା ଏଏସ୍ଓ ମାନଙ୍କର ପୂର୍ବରୁ ଇସ୍ତଫା ଦେଇଥିବା ୨-୩ଟି ସରକାରୀ ଚାକିରୀ ର ୫ରୁ ୮ ବର୍ଷର ଅଭିଜ୍ଞତା ଥିବା ବେଳେ, ୨୦୧୯ ରେ ଯୋଗଦେଇଥିବା ଏଏସ୍ଓ ମାନେ ପ୍ରାୟ ସରକାରୀ ଚାକିରୀ ରେ ନୂଆ। କିନ୍ତୁ ସମସ୍ତେ ପ୍ରାୟ ୨୩ ରୁ ୨୫ ବର୍ଷ ବୟସ୍କ ଏବଂ ଇଞ୍ଜିନିୟରିଂ ଗ୍ରାଜୁଏଟ । ତେଣୁ ଏହି ତିନି ବ୍ୟାଚର ଏଏସ୍ଓ  ମାନଙ୍କ ଶିକ୍ଷା ଓ ଅଭିଜ୍ଞତା ସଚିବାଳୟ ତଥା ସରକାରଙ୍କ ଏକ ବଡ଼ ଆୟୁଧ। ଆଉ ବର୍ତ୍ତମାନ ସମୟରେ ଏହି ପଦବୀ କୁ କିରାଣୀ କହି ବାରମ୍ବାର ଆକ୍ଷେପ କରାଯାଉଥିବାରୁ, କର୍ମଚାରୀ ମହଲରେ ଅସନ୍ତୋଷ ବଢୁଥିବା ବେଳେ ନିକଟରେ ମୁଖ୍ୟ ଶାସନ ସଚିବ ୬୧ ଜଣ 
ଏଏସ୍ଓ ଙ୍କ ସହିତ ଆଲୋଚନା କରିବା ତଥା ସେମାନଙ୍କୁ କିଛି ଉନ୍ନତ କାମରେ ଉପଯୋଗ କରିବା ନିଷ୍ପତ୍ତିରେ ଏହି ପଦବୀର ଗୁରୁତ୍ୱ ବଢ଼ିବାର ଅନୁଭବ ହୁଏ। ନିକଟରେ ଏ ସଂକ୍ରାନ୍ତରେ ଶିଳ୍ପ ତଥା ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗର ସଚିବ ଙ୍କୁ ମୁଖ୍ୟ ଶାସନ ସଚିବ ପତ୍ର ଲେଖିଛନ୍ତି। ଏ ନେଇ ଖବରକାଗଜ ତଥା ଟିଭି ଚ୍ୟାନେଲ ରେ ମଧ୍ୟ ବିତର୍କ କରାଯାଇଛି। 
Here the 139 ASOs joined through Special Recruitment Drive are ignored. But they are also in the same cadre with good knowledge and efficiency. I think CS may not have skipped it knowingly. Again repeatedly here the term "Officer" is used which indicates that Government accept us as far better than so called word "Clerk / Assistant" in field offices.  It's also agreed that OSS cadre discharge major responsibilities. So first paragraph of the DO letter has a good sign for our OSS Cadre.
Here Chief Secretary made discussion with 61 ASOs from his own interest as he is the head of the Adminstration and he wants transformation under 5T as desired by Honble CM. But it wasn't not possible for our Association (OSSA) executives to have a single discussion in last two years. As Government always depends on its employees for framing its policies, our attitude should be discussion orientive. Previously some ASOs of top rank in the last recruitment were called for discussion and posted in CMO. All of these scenario indicates that somewhere Government has plan to involve ASOs in core part of the administration. As per my point of view, we should welcome this. Because we can achieve our dignity as an Officer if we will involve ourself beyond file works and typing draft letters.

Suggestions:
1. The ASOs shall not submit files to SOs and DOs. To that extent, they will deal with matters allotted to them independently and submit the same to the Deputy Secretary/ Joint Secretary / Additional Secretary directly.
We all must have felt vacancy of SO or DO in each department as most of them got promotion in last four months. Also many times we are submitting files directly to DS/JS/AS. But in such cases , many of them directs us to send file through any SO or DO. Because they want a checker. In every institution, a checker should be there for avoiding any great mistakes. Although government feels the capability of new ASOs wants lessening hierchy in file movement for its quick disposal, still then it does not sounds good to submit directly to the DS/JS/AS. Here no remarks on responsibilities of SO/DO/US. Perhaps it will make us silent about claiming any vacancy in SO/DO/US level. But it will give sufficient reason to demand more salary .

2. They should be, to the extent possible , given responsibilities associated with the schemes and projects. 
Any employee can't refuse to obey orders of his authority. But one thing is in our mind that we are here just to put up file seeking orders from boss. If we will be given responsibilities, then it's sure that implementation of schemes and projects will get improved. But it depends on the situation.

3. They should be routinely sent to interact with the Directorates and sent on field trips and for obtaining feedback on the happenings in the field.
Here some oppositions may arise from employee side. Because they claim that many of them has joined this job to remain in Bhubaneswar throughout his job. Field trips for inspection or feedback are available in many jobs. As we are designated as officer and we can visit directorates for interaction, then it will help maintaining dignity of  this post before field office employees. But all may not agree with this proposal. 

4. When the department makes presentations for review of important matters before the Chief Secretary / DC, they must be accompanied by the dealing ASO, who will prepare the PPTs
Yes, it's a very good idea. As many of the ASOs are from Engineering and corporate profession, thry have a good experience in preparing PPTs. But they should be involved in that job thoroughly so that he can use his innovative idea and present through PPT.

5. To the textent possible, the ASOs must be associated with the PMUs functioning in the department,so that they pick up the style and the orientation of the consultants and will contribute in the long run. 
Already many departments have assigned ASOs in PMUs. But technical persons are doing all things whereas ASOs are sitting idle. Special attention should be given from top hierchy. 

In all cases, an ASO should have that much interest to dedicate himself for Government which ultimately helps in welfare of common man. Forcefully nothing can be done as desired. In Government sector, our salary decides our position. But we ASOs are availing 4200 GP as per 6th Pay Commission and Level 9 as per 7th CPC. This pay band belongs so many job profiles in field level. So during visit of field offices, ASOs will feel inferior before the field employees. If plan of Government to give CRS to inefficient employees comes true, then all will try to carry out any order assigned to them and will save their job only but not with good interest. 

So if Government admits all job responsibilities of ASOs and also plans to involve them in every steps of administration, then it's high time to appeal for 4600GP i.e.. Level 10 as per 7CPC.

Also, to avoid future discrimination on duty and responsibilities of ASOs, different aspects of "Odisha Secretariat Instructions" should be amended. 

Finally we should help Government in every sector  and then demand for more salary.
ପରବର୍ତ୍ତୀ ସଚିବ ସ୍ତରୀୟ ବୈଠକରେ ଏ ବିଷୟରେ ଆଲୋଚନା ହେବାର ଅଛି । ନିଷ୍ପତ୍ତିକୁ ଅପେକ୍ଷା। 

Friday, 11 October 2019

Odisha Municipal Administrative Services Written Examination on 3rd Nov

ଓଡ଼ିଶାରେ ପ୍ରଶାସନିକ ସଂସ୍କାର- ଏକ ଅନୁଶୀଳନ

ରାଜ୍ୟ ସଚିବାଳୟରେ ବିଗତ ତିନି ବର୍ଷ ରେ ତିନୋଟି ଓପିଏସସି ପରୀକ୍ଷା ଦ୍ଵାରା ଚୟନ କରି ୧୪୫୦ ଏଏସ୍ଓ ଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଚାକିରୀ ପାଇବା ପାଇଁ ଗତବର୍ଷ ସାରା ଓଡ଼ିଶାରେ ଯେମିତି ଏକ ପ୍ରକାରର କଳରବ ଶୁଣାଯାଉଥିଲା । କଟକ - ଭୁବନେଶ୍ୱରର ସମସ୍ତ କୋଚିଂ ସେଣ୍ଟର, କାନ୍ଥବାଡ଼ କେବଳ ଏଏସଓ ପରୀକ୍ଷା ସଂପର୍କରେ ହଟଚମଟ କରୁଥିଲେ। କେଜାଣି କାହିଁକି ଏକ ପ୍ରକାର ଅପ୍ରକାଶିତ ପ୍ରାଧାନ୍ୟତା ସୃଷ୍ଟି କରାଇ ଦିଆଯାଇଥିଲା । ସତେଯେମିତି ସାରା ଭାରତ ବର୍ଷରେ ସବୁଠାରୁ ଭଲ ଚାକିରୀ। ଯଦି ଭଲ ଶବ୍ଦର ସଂଜ୍ଞା ନିଆଯାଏ, ତେବେ ଏହା ଏକ ବ୍ୟାପକ ଶବ୍ଦ। ଯେମିତି ସ୍କୁଲରେ ଶିକ୍ଷକତା ଚାକିରୀ କୁ ଏକ ସର୍ବକାଳୀନ ଆରାମଦାୟକ ଚାକିରୀର ମାନ୍ୟତା ଲୋକଲୋଚନରେ ସୃଷ୍ଟି କରାଇ ଦିଆଯାଇଥିଲା ଏବଂ ସେଥିପାଇଁ ଚାକିରୀଆ ବୋହୁ ଖୋଜୁଥିବା ପରିବାର ସ୍ଵଳ୍ପ ବେତନଭୋଗୀ ଶିକ୍ଷା ସହାୟିକାଙ୍କୁ ବେଶୀ ପସନ୍ଦ କରୁଥିଲେ। ସେମିତି ମଧ୍ୟ ୨୦୦୬ ରୂ ୨୦୧୦ ମଧ୍ୟ ପିଲା ତଥା ଅଭିଭାବକ ମାନଙ୍କ ମଧ୍ୟରେ ବି-ଟେକ୍ କ୍ୟରିୟର ପ୍ରତି ଅହେତୁକ ଆଗ୍ରହ ଦେଖିବାକୁ ମିଳିଥିଲା । ଯାହା ଫଳରେ ଜଣେ ମଧ୍ୟବିତ୍ତ ପରିବାରର ପିତାମାତାଙ୍କର କଷ୍ଟୋପାର୍ଜିତ ୧୦-୧୨ ଲକ୍ଷ ସଂଚୟକୁ ଇଞ୍ଜିନିୟରିଂ ଭଳି ଏକ ବୃତ୍ତିପାଇଁ ନିଜେ ଅଯୋଗ୍ୟ ଜାଣି ମଧ୍ୟ ଅନେକ ଛାତ୍ରଛାତ୍ରୀ ୪ ବର୍ଷ ମଉଜ  କଲାପରେ ବେକାର ହୋଇ ବୁଲୁଛନ୍ତି। ତେଣୁ ବିଭିନ୍ନ  ସମୟରେ ବିଭିନ୍ନ ପ୍ରକାର ବିଷୟକୁ ସର୍ବୋତ୍କୃଷ୍ଟ ବୋଲି ଧାରଣା ସୃଷ୍ଟି କରାଇଦିଆଯାଏ । ଫଳସ୍ଵରୂପ ଗୋଟିଏ କାର୍ଯ୍ୟାଳୟ ରେ କାମକରୁଥିବା ଜଣେ ପିଅନ ନିଜର ଉପରିସ୍ଥ ଗ୍ରୁପ ସି କର୍ମଚାରୀ ଠାରୁ ଭଲରେ ଅଛି ବୋଲି ଭାବେ କାରଣ କିରାଣୀ ଜଣକ ୧୨ ଘଣ୍ଟା ଅଫିସରେ କାମକରୁଥିବା ବେଳେ, ପିଅନ ଜଣକ ଦିନସାରା କେବଳ ପାଣି ଦୁଇ ତିନି ବୋତଲ ଦେଇ ଦେଲା ପରେ ଗୁଲିଖଟି କରି ସମୟ ସାରିଦିଏ । ସେଥିରେ ମଧ୍ୟ ମାଗଣାରେ ୮-୧୦ କପ୍ ଚା ପିଇବାର ସୌଭାଗ୍ୟ ପାଇଥାଏ ଏବଂ ସଂଧ୍ୟା ସୁଦ୍ଧା ବିନା କାରଣରେ ଦୁଇପଇସା ପ୍ରାପ୍ୟ ମଧ୍ୟ ହୋଇଥାଏ। ତେଣୁ ସେ ତା' ନିଜ ଚାକିରୀ କୁ ଭଲ ଭାବିବା ସ୍ଵଭାବିକ । ସେହି ଏକା ସ୍ଥାନରେ ବେଳେବେଳେ ଗୃପ ସି କର୍ମଚାରୀ ଜଣକ ପାଖରେ ଦୁଇଟି ଭିନ୍ନ ଚିନ୍ତଧାରା ଆସିପାରେ । ଯେହେତୁ ସର୍ବାଧିକ କାର୍ଯ୍ୟ ସେ ହିଁ ଆରମ୍ଭ ତଥା ବିଶ୍ଳେଷଣ କରିଥାଏ, ଅଧିକ ପ୍ରାପ୍ୟ ଆଶା କରେ। ମାତ୍ର ନିଜ କ୍ୟାଡ଼ରର ତଥା କଥିତ ବଡ଼ବାବୁ ଜଣକ କେବଳ ଯଥା ପ୍ରସ୍ତାବିତ ଲେଖିଦେଇ ନିଜର କର୍ତ୍ତବ୍ୟ ସାରିଦେଲେ ମଧ୍ୟ ଅଧିକ ବେତନ ପାଆନ୍ତି । ହେଲେ ଏଭଳି ତୁଳନାତ୍ମକ ଆଲୋଚନା କୁ ବାଚାଳାମି ତଥା ବେକାର ଯୁକ୍ତି ବୋଲି ନିଶ୍ଚୟ କୁହାଯିବ । ଅଥଚ ସେହି ସମୟରେ ବଡ଼ବାବୁ ଜଣକ ଯଦି ଫାଇଲ ସହ ଜଡ଼ିତ ବ୍ୟକ୍ତି ଅଥବା ଅନୁଷ୍ଠାନ ଠାରୁ ଉପରୋକ୍ତ ଗୃପ ସି କର୍ମଚାରୀ ନାମରେ ଲାଞ୍ଚ ଅର୍ଥ ଆଦାୟ କରେ ତେବେ କାମ କରିବାର ସ୍ପ୍ରୃହା ନିଶ୍ଚୟ କମିଯିବ। କିନ୍ତୁ ଏହା ସତ୍ୟ ଯେ, ଅନ୍ତିମ ନିଷ୍ପତ୍ତି ତଥା ଚିଠି ରେ ଦସ୍ତଖତ କରିବାର କ୍ଷମତା ଉପରୋକ୍ତ କର୍ମଚାରୀ ମାନଙ୍କର ନାହିଁ । ଅଥଚ କାର୍ଯ୍ୟାଳୟରେ ସେମାନଙ୍କର କାଟତି ଅଧିକ ରହେ। ଭାରତୀୟ ସମ୍ବିଧାନ ତଥା ଶାସନ ବ୍ୟବସ୍ଥା ମଧ୍ୟରେ ଜଣେ କର୍ମଚାରୀ (ଯେକୌଣସି ପଦବୀ) କେବଳ ନିମିତ୍ତ ମାତ୍ର । ଏତେ ବଡ଼ ବିଶାଳ ଶାସନ ପଦ୍ଧତି ଭିତରେ ନିଜକୁ ସର୍ବଶ୍ରେଷ୍ଠ ଭାବିବା ମୁର୍ଖାମି ମଧ୍ୟ । ଆଉ ନିଜ ଚାକିରୀ ତଥା ବୃତ୍ତିକୁ ଦୁନିଆରେ ସବୁଠାରୁ ଭଲ ଭୋଲି ଭାବିବା ଅଲଗା କଥା କିନ୍ତୁ ଭଲ ବୋଲି ଦାବି କରିବା ଚିନ୍ତାଧାରାକୁ ସୀମିତ ପରିଧି ଭିତରେ ରହି ଅଳ୍ପରେ ସନ୍ତୁଷ୍ଟ କିମ୍ବା ତୁଳନାତ୍ମକ ଭାବରେ ଉଚ୍ଚ ମାନ୍ୟତା ପାଇବାର ଅଯୋଗ୍ୟତା କୁ ଲୁଚାଇବା ମାନସିକତା ବୋଲି ମୁଁ ଭାବେ ।

ଏବେ ଫେରିବା ମୁଖ୍ୟ ଆଲୋଚନା କୁ ।
ସମସ୍ତେ ଜାଣିଥିଲେ ମଧ୍ୟ ପ୍ରାରମ୍ଭିକ ସୂଚନା ରଖିବାକୁ ଠିକ୍ ଭାବୁଛି । ଭାରତ ତଥା ଓଡ଼ିଶାର ତ୍ରିସ୍ତରୀୟ ପ୍ରଶାସନିକ ବ୍ୟବସ୍ଥା ସଚିବାଳୟ - ବିଭାଗୀୟ ମୁଖ୍ୟ ଦପ୍ତର - କ୍ଷେତ୍ର ସ୍ତରୀୟ କାର୍ଯ୍ୟାଳୟ କୁ ନେଇ ଗଠିତ । ଉଦ୍ଦେଶ୍ୟ ହେଲା ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ ଆବଣ୍ଟନ । କିଛି କାମ ଗୋଟିଏ ସ୍ତରରେ ହୋଇପାରୁଥିଲା ବେଳେ, କିଛି ଉପର କାର୍ଯ୍ୟାଳୟର ଆଦେଶକୁ ଅପେକ୍ଷା ରଖେ।  ଏହି ବ୍ୟବସ୍ଥା ଭିତରେ, ଅନେକ କିଛି ସମସ୍ୟା ରହିଛି ଏବଂ ବିଭିନ୍ନ ସମୟର ସରକାର ଭିନ୍ନ ଶୈଳୀରେ ସଂସ୍କାର ଆଣି ଥାଆନ୍ତି ।ଏହା କେତେ ଫଳପ୍ରଦ ହୁଏ, ଅସଲ ଉଦ୍ଦେଶ୍ୟ କ'ଣ - ତାହା ଭିନ୍ନ କଥା । ଏ ପରିପ୍ରେକ୍ଷୀରେ ୧୦୦%  ବିରୋଧ ଯଦିଓ ଯୁକ୍ତି ଯୁକ୍ତ ମନେହୁଏନି, ନିଜର ସଂଗଠନ ମାଧ୍ୟମରେ ନିଜର ସଂଶୟ ତଥା ବିଚରଧାରାକୁ କେଉଁଠି କେମିତି ଉପର ସ୍ତରରେ ପହଞ୍ଚାଇବା ନିଜ ଭବିଷ୍ୟତ ପାଇଁ ଉଚିତ ବୋଲି ମନେ ହୁଏ । କିନ୍ତୁ ଏହା ଯେପରି ତଥା କଥିତ ସାଧାରଣ ଜନତା ଏବଂ ସରକାରୀ କର୍ମଚାରୀ ମଧ୍ୟରେ ଥିବା ଭାବଧାରା ପରିମାର୍ଜିତ ହେବା ବଦଳରେ ଆହୁରି କଦର୍ଯ୍ୟ ନହୁଏ । କାରଣ ସ୍ଵଭାବିକ ଭାବରେ ଜଣେ ସରକାରୀ କର୍ମଚାରୀ ଉଭୟ ଶାସକ ଜନପ୍ରତିନିଧି ତଥା ସାଧାରଣ ଜନତା ମଧ୍ୟରେ ଏକ କାର୍ଯ୍ୟକାରୀ ସେତୁ । ଆଉ କାର୍ଯ୍ୟରେ ବିଳମ୍ବ ତଥା ସମସ୍ୟା ହେଲେ ଜନତା ଭାବେ, ମୋ ସରକାର ଭାବୁଥିବା ଏବଂ ଚାହୁଁଥିବା କାର୍ଯ୍ୟ ରେ ସରକାରୀ କର୍ମଚାରୀ ନିଜ ସ୍ଵାର୍ଥ ପାଇଁ ବାଧା ସ୍ରୁଷ୍ଟି କରୁଛନ୍ତି। ସବୁବେଳେ ସବୁ ଯୋଜନା ସାଧାରଣ ଜନତା ପାଇଁ କରାଯାଇଥାଏ ଏବଂ ସରକାରୀ କର୍ମଚାରୀ ଙ୍କ ପାଇଁ ତାହା ବାରଣ ତଥା ଦଣ୍ଡଯୁକ୍ତ ବୋଲି ସୂଚନା ଥାଏ। ଏ କ୍ଷେତ୍ରରେ, କର୍ମଚାରୀ ନିଜକୁ ଅସହାୟ ମନେକରେ । କିନ୍ତୁ ମାନିବାକୁ ବାଧ୍ୟ । ଉଦାହରଣ ସ୍ଵରୂପ ଜଣେ ଭଲ ଆର୍ଥିକ ଅବସ୍ଥା ଥିବା ପରିବାରର ୫ ଜଣ ସମସ୍ତ ସୁବିଧା ସୁଯୋଗ ପାଉଥିବା ବେଳେ, ଜଣେ ମାତ୍ର ସ୍ଵଳ୍ପ ବେତନଭୋଗୀ ପୁଅଯୋଗୁଁ ୮ଜଣିଆ ପରିବାର ସବୁ ଯୋଜନାରୁ ବଞ୍ଚିତ। 
ଇତି ମଧ୍ୟରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଓଡ଼ିଶା ସରକାର ଏବେ ବିଭିନ୍ନ ଜନକଲ୍ୟାଣ ଯୋଜନା କୁ ଯେମିତି ଠିକ ସମୟରେ ଠିକ ଭାବରେ ସଂପାଦିତ ହୋଇପାରିବ, ତା' ପାଇଁ, ପ୍ରଥମେ ପ୍ରଶାସନିକ ସଂସ୍କାର ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି। ଯଥା-
୧. ସବୁ ସ୍ତରରେ ୫-ଟି ପ୍ରଚଳନ 
୨. ଦ୍ଵି- ସ୍ତରୀୟ ଶାସନ ବ୍ୟବସ୍ଥା (ବିଭାଗୀୟ ଦପ୍ତର ସହ ସଂପୃକ୍ତ ବିଭାଗ ମିଶ୍ରଣ)
୩. ମୋ ସରକାର 

ଯଦି ସାଧାରଣ ଜନତାକୁ ପଚାରିବା, ଏହାକୁ କିଛି ନବୁଝି ମଧ୍ୟ ସମସ୍ତେ ସ୍ଵାଗତ କରିବେ । କାରଣ ସବୁକିଛି ସେମାନଙ୍କ ନିମନ୍ତେ କରାଯାଇଛି। ମାତ୍ର ସବୁ ଦିଗକୁ ବୁଝିପାରୁଥିବା ସରକାରୀ କର୍ମଚାରୀ ଏଥିରେ ଅସନ୍ତୋଷ ପ୍ରକାଶ କରେ। ଯେହେତୁ ଏ ସବୁ କାର୍ଯ୍ୟକାରୀ କରିବା ଦାୟୀତ୍ଵ ତା'ର ଏବଂ କାର୍ଯ୍ୟରେ ତୃଟିର ଅଭିଯୋଗ ଆସିଲେ ତା' ଉପରେ ହିଁ କାର୍ଯ୍ୟାନୁଷ୍ଠାନ । ଏହା ସ୍ଵଭାବିକ ମଧ୍ୟ ।

ବିଭାଗୀୟ ଦପ୍ତର ମିଶ୍ରଣ ସମ୍ବନ୍ଧରେ ଏକ ଅନୁଶୀଳନ ଗତ ମାସରେ ଏହିଠାରେ ପ୍ରକାଶିତ ହୋଇଥିଲା। 
Analysis on integration of directorates: Part-1
Analysis on HOD deptt integration: Part-2

ଆଗାମୀ ଦିନରେ ବର୍ତ୍ତମାନର ବଡ଼ ଖବରକୁ ନେଇ ଏକ ବିଶେଷ ଆଲୋଚନା -  ଏଏସଓ ମାନଙ୍କ ଦକ୍ଷତା ଉପରେ ମୁଖ୍ୟ ସଚିବ ଙ୍କ ପୂର୍ଣ୍ଣ ଭରସା ଶୀର୍ଷକ ଲେଖା ପ୍ରକାଶ ପାଇବ ।