Pages
Monday, 2 December 2019
Saturday, 30 November 2019
Friday, 29 November 2019
Thursday, 28 November 2019
Odisha Assembly Adjourned Sine Die
28.11.2019 - Odisha Assembly was adjourned sine die today ahead of the schedule. Though the winter session of the Assembly was scheduled to conclude on December 19, Speaker Surjya Narayan Patro adjourned the proceedings for indefinite period today.
OSSA - କେବେ ସୁଧୁରିବ ଏ ଅଚଳାବସ୍ଥା ?
ବହୁ ବାଦବିବାଦ, ତର୍ଜମା, ବିରୋଧ, ଦୋଷାରୋପ ଏବଂ ବୈଠକ ସତ୍ଵେ ଓଡ଼ିଶା ସଚିବାଳୟ ସେବା ସଂଘ ଆଜି ସ୍ଥାଣୁ ପାଲଟିଛି । ଇଏ ଏମିତି ଏକ ଅଛିଣ୍ଡା ଅଙ୍କ, ଏହାକୁ ସମାଧାନ କରିବାକୁ ଚେଷ୍ଟା କରିବା ହିଁ ଭୁଲ। ତାମସା କରିବା ପାଇଁ ସାହସ କରୁଥିବା ନେତୃବୃନ୍ଦ ଙ୍କ ଭାଗ୍ୟ ଭଲ, ଯେ ଆମେ ସମସ୍ତେ ସରକାରୀ ନିୟମ କାନୁନ ରେ ବନ୍ଧା । ସେଥିପାଇଁ ଆଜି ଖୋଲାଖୋଲି ଭାବେ ସଂଘର ଅର୍ଥ ଆତ୍ମସାତ କରିବା ଅଭିଯୋଗ କୁ ସାମ୍ନା ନ କରି ପରସ୍ପରକୁ ଲୋକଦେଖାଣିଆ ଦୋଷାରୋପ କରି ଏକ ବିରାଟ ଅନୁଷ୍ଠାନର ଇଜ୍ଜତ ମାଟିରେ ମିଶାଇ ସାରିଲେଣି କିନ୍ତୁ ସମସ୍ତେ ନିରୂପାୟ । ଆଇନ /ପଲିସି ତିଆରି କରୁଥିବା ସଚିବାଳୟ ସେବା ଅଧିକାରୀ ଆଜି ନିଜ ପାଇଁ ଆଇନର ବାଟ ଖୋଜି ପାଉନାହାନ୍ତି । ଗାଁ ଗହଳି ରେ ବରଂ ଅଶିକ୍ଷିତ ଲୋକମାନେ ଏତେ ନୀଚମନା ତଥା ଅସମର୍ଥ ନୁହନ୍ତି । ସର୍ବ ଜ୍ଞାନୀ ବୋଲାଉଥିବା ଏ ନେତା ଙ୍କୁ ବୁଝାଇବ କିଏ ?
ଯାହା ଶୁଣାଯାଏ, ଏ ମାମଲାରେ କିଛି ବି ଆଗକୁ ବଢ଼ିବାରେ ଆଇନଗତ ଲଢ଼େଇ ହେବାର ସମ୍ଭାବନା ଥିବାରୁ ନୂଆ ଯୁବ ଏଏସ୍ଓ ମାନେ ଏକ ନୂତନ ସେବା ସଂଘ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଯାହାହେଉ ଦୈନିକ ସମ୍ବାଦ "ସ୍ଵାଧୀକାର" ବାରମ୍ବାର ଓସାର ସମସ୍ୟା ସମ୍ପର୍କରେ ବାରମ୍ବାର ଏହାର ପ୍ରଛଦ ପୃଷ୍ଠାରେ ସ୍ଥାନୀତ କରି ସଚେତନ କରାଉଛି । ବାକି ରହିଲା ଏ ସଂଘର ଭବିଷ୍ୟତକୁ ଦେଖିବା ।
ଯାହା ଶୁଣାଯାଏ, ଏ ମାମଲାରେ କିଛି ବି ଆଗକୁ ବଢ଼ିବାରେ ଆଇନଗତ ଲଢ଼େଇ ହେବାର ସମ୍ଭାବନା ଥିବାରୁ ନୂଆ ଯୁବ ଏଏସ୍ଓ ମାନେ ଏକ ନୂତନ ସେବା ସଂଘ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଯାହାହେଉ ଦୈନିକ ସମ୍ବାଦ "ସ୍ଵାଧୀକାର" ବାରମ୍ବାର ଓସାର ସମସ୍ୟା ସମ୍ପର୍କରେ ବାରମ୍ବାର ଏହାର ପ୍ରଛଦ ପୃଷ୍ଠାରେ ସ୍ଥାନୀତ କରି ସଚେତନ କରାଉଛି । ବାକି ରହିଲା ଏ ସଂଘର ଭବିଷ୍ୟତକୁ ଦେଖିବା ।
Wednesday, 27 November 2019
Monday, 25 November 2019
Tuesday, 19 November 2019
ସରକାରୀ ଅଫିସ୍ ରେ ଭାଇ ଉପାଖ୍ୟାନ - ଲାଗିଲା ଲଗାମ
ଗତ ଶନିବାର ପ୍ରାଣୀ ସମ୍ପଦ ନିର୍ଦ୍ଦେଶାଳୟ ଜାରି କରିଥିବା ଆଦେଶନାମା ବଳରେ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରୁଥିବା କୌଣସି ବରିଷ୍ଠ ଅଧିକାରୀ ଙ୍କୁ କନିଷ୍ଠ ମାନେ ଭାଇ ଡାକିପାରିବେ ନାହିଁ। ଏହା ସରକାରୀ କର୍ମଚାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ Odisha Government Servant Conduct Rules ର ଉଲଘଂନ ବୋଲି କୁହାଯାଇଛି ।
ପରମ୍ପରା
ଏ ଭାଇ ଡାକିବାର ପରମ୍ପରା କ୍ଷେତ୍ରୀୟ କାର୍ଯ୍ୟାଳୟ ମାନଙ୍କରେ ଟିକେ ଅଧିକ ପ୍ରଚଳିତ । କୁହାଯାଏ ଏହା ଅଧିକ ଆତ୍ମିୟତା ତଥା ନିବିଡ଼ ସମ୍ପର୍କର ନିଦର୍ଶନ । ଜିଲ୍ଲା ତଥା ବ୍ଲକ ସ୍ତରରେ କିରାଣୀ ତଥା ସହାୟକ ପଦବୀର କର୍ମଚାରୀ ଉକ୍ତ ଜିଲ୍ଲା ର ହିଁ ଅଧିବାସୀ। ତେଣୁ କେମିତି ନା କେମିତି ସମ୍ପର୍କ ଥିବାର ସମ୍ଭାବନା ଥାଏ । ପୁଣି ଚାକିରୀ ଜୀବନର ସର୍ବାଧିକ ସମୟ କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ସମୂହ ମଧ୍ୟରେ ଅତିବାହିତ ହୋଇଥାଏ । ସେମାନଙ୍କର ବଦଳି ମଧ୍ୟ ସେହି ଜିଲ୍ଲାର କ୍ଷେତ୍ରୀୟ କାର୍ଯ୍ୟାଳୟ ମାନଙ୍କ ମଧ୍ୟରେ ହୋଇଥାଏ । ଏମିତିରେ ପାଖାପାଖି ଦୁଇ ରୁ ପାଞ୍ଚ ବର୍ଷ ମଧ୍ୟରେ ଯୋଗ ଦେଇ ଥିବା କର୍ମଚାରୀଙ୍କ ବୟସରେ ବିଶେଷ ତାରତମ୍ୟ ନଥିବାରୁ ସାର୍ ବଦଳରେ ଭାଇ ଡାକ ଟିକେ ଅଧିକ ଚାଲେ । ବର୍ତ୍ତମାନ ସମୟର ବିଭିନ୍ନ ଗ୍ରୁପ-ସି କର୍ମଚାରୀ ମାନଙ୍କ ପଦବୀ ନାମକରଣ ବିଭାଗ ତଥା କ୍ୟାଡ଼ର ଅନୁଯାୟୀ ଭିନ୍ନ ଅଛି । ତେଣୁ ସାଧାରଣ ଭାବରେ ପୂର୍ବ ପ୍ରଚଳିତ ଢାଞ୍ଚାରେ, କନିଷ୍ଠ କିରାଣୀ-ବରିଷ୍ଠ କିରାଣୀ-ମୁଖ୍ୟ କିରାଣୀ (Junior Clerk- Senior Clerk- Head Clerk) ଯେକୌଣସି କାର୍ଯ୍ୟାଳୟ ର ମେରୁଦଣ୍ଡ । ଏହି ମୁଖ୍ୟ କିରାଣୀ ସର୍ବ ସମୂହରେ ବଡ଼ବାବୁ ହିସାବରେ ପରିଚିତ । ଉକ୍ତ ଅଫିସ୍ ର ଛୋଟରୁ ବଡ଼ ସମସ୍ତ କର୍ମଚାରୀ / ଅଧିକାରୀ ଏହି ବଡ଼ବାବୁ ସମ୍ବୋଧନରେ ଅଭ୍ୟସ୍ତ । କିିନ୍ତୁ ଅନ୍ୟ ସମସ୍ତେ ନିଜ ନିଜ ଭିତରେ ଭାଇ କିମ୍ବା ବାବୁ ଶବ୍ଦ ବ୍ୟବହାର କରନ୍ତି । କନିଷ୍ଠ ମାନେ ବରିଷ୍ଠ ମାନଙ୍କୁ ସେମାନଙ୍କ ସାଙ୍ଗିଆ (Surname) ସହିତ ବାବୁ ଶବ୍ଦ ଲଗାଇ ଡାକନ୍ତି । ଉଦାହରଣ - ମହାନ୍ତି ବାବୁ, ସ୍ଵାଇଁ ବାବୁ ଇତ୍ୟାଦି । କିନ୍ତୁ ବର୍ଷ ବର୍ଷ ଧରି ଗୋଟିଏ ଅଫିିସ୍ ରେ କାମ କଲାପରେ ବିଭିନ୍ନ ପିିକନିିିକ, ବିିବାହ ବ୍ରତ ତଥା ପାରିବାରିକ ଭୋଜିଭାତ ଯୋଗଦେଇ ଆତ୍ମିୟତା ବଢିିଯିବା ପରେ ସାର ବଦଳରେ ଭାଇ ଡକାଯାାଏ । ସେହିପରି ମହିିଳା କର୍ମଚାରୀ ବୟସରେ ଯେତେ ଅଧିକ ହେଲେ ମଧ୍ୟ ଦିଦି ବୋଲି ସମ୍ବୋଧନ କରାାଯାଏ । ଏହି କ୍ଷେତ୍ରରେେ କିିନ୍ତୁ ସାଙ୍ଗିଆ ବଦଳରେ ନାମ ସହିିିତ ଦିଦି ଶବ୍ଦ ଲାଗିିିଥାଏ । ଉଦାହରଣ - ସୁୁଶ୍ରୀ ଦିଦି, ଲଗ୍ନା ଦିଦି ଇତ୍ୟାଦି । କିିନ୍ତୁ ଅଫିସ୍ ର ହାକିମ ମାନଙ୍କୁ ସାର୍ ତଥା ମାଡାମ ବୋଲି କୁୁହାଯାଏ ।
ସଚିବାଳୟ
୨୦୧୬ ବ୍ୟାଚର ଏଏସ୍ଓ ଯୋଗଦେବା ପୂର୍ବରୁ ସଚିବାଳୟରେ ମଧ୍ୟ ସେହି ବଡ଼ବାବୁ, (ସାଙ୍ଗିଆ) ବାବୁ, (ନାମ) ଦିଦି ଡାକିବାର ପ୍ରଥା ଚାଲିଥିଲା । କିନ୍ତୁ ୨୦୧୬ରେ ନବନିଯୁକ୍ତ ଏଏସ୍ଓ ମାନେ ସମସ୍ତ ବରିଷ୍ଠ ଙ୍କୁ ସାର୍/ମାଡାମ ବୋଲି ଡାକନ୍ତି କାରଣ ଉଭୟଙ୍କ ମଧ୍ୟରେ ବୟସ ର ତାରତମ୍ୟ ପ୍ରାୟ ୨୦ରୁ ଅଧିକ । ପୁୁଣି ୨୦୧୯ ରେ ପୂୂର୍ବପରମ୍ପରା ଉଜ୍ଜୀବିତ ହେଲା, ଯେତେବେଳେ ୫୦୦ ଏଏସ୍ଓ ଯୋଗଦେଲେ। କାରଣ ଏମାନେ ବୟସରେ ମାତ୍ର ୪-୫ ବର୍ଷ ଫରକ। ଏଣୁ ଭାଇ ଡାକିିବା ସ୍ଵଭାବିକ ।
ଆଦେଶନାମା ର ପ୍ରଚ୍ଛଦପଟ
ଯଦିଓ ଭାଇ ସମ୍ବୋଧନ ସେତେବଡ଼ ଅପରାଧ ନୁହେଁ, ତଥାପି ଜଣେ ଅଧିକାରୀ ଏଥିପାଇଁ ସରକାରୀ ନିର୍ଦ୍ଦେଶ ନାମା କରିଛନ୍ତି । ଏଣୁ ସମସ୍ତେ ଏହାର କାରଣ ଓ ପରିସ୍ଥିତି ବୁଝିବା ଦରକାର । ବ୍ୟକ୍ତିଗତ ଭାବରେ କିଛି ବିଶେଷଣ ଦେଇ ଡାକିବା ଚଳନୀୟ ମାତ୍ର ଗୋଟିଏ ସରକାରୀ ବୈଠକ କିମ୍ବା ଆଲୋଚନା ରେ କନିଷ୍ଠ ସହାୟକ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ଙ୍କ ଉପସ୍ଥିତି ରେ କେବଳ ପଦବୀ ଅନୁସାରେ ଯଥା ମାନ୍ୟ ବ୍ୟବହାର ଆବଶ୍ୟକ । ବୋଧହୁଏ ସେଭଳି କିଛି ଅପଦସ୍ତ ହେବାର ଅନୁଭବ ହେବାର ଅଭିଯୋଗ ପାଇଲା ପରେ ଏଭଳି ଏକ ଆଦେଶ ନାମା ପାଇଁ ଉପରୋକ୍ତ କାର୍ଯ୍ୟାଳୟ ର ଅଧିକାରୀ ବାଧ୍ୟ ହୋଇଛନ୍ତି ।
ଏହି ଖବରଟି ଶୁଣିବାକୁ ଏବଂ ପଢ଼ିବା କୁ ରୋଚକ ତଥା ବ୍ୟଙ୍ଗାତ୍ମକ ଲାଗୁଥିଲେ ମଧ୍ୟ generation gap ର ଦ୍ଵାହି ନ ଦେଇ ସାରା ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ତଥା ପଦ ପଦବୀର ଗାରିମା ରକ୍ଷା ପାଇଁ ଏବଂ ସମସ୍ତଙ୍କୁ ନିଜ ର ପରିଧି ବିଷୟରେ ସଚେତନ ରହିବାକୁ ଏ ଆଦେଶନାମା ନିଶ୍ଚୟ ଏକ ଭଲ ବାର୍ତ୍ତା ପହଞ୍ଚାଇବ ବୋଲି ଆଶା କରିବା । ତା ନହେଲେ, ଅଫିସ୍ ର ପିଅନ କୁ ଜଣେ କମବୟସ୍କ ସହାୟକ କୁନା ବାବୁ, ପ୍ରକାଶ ବାବୁ ବୋଲି ଡାକୁଥିବା ବେଳେ ପିଅନ ଜଣକ କିନ୍ତୁ କେବଳ ନାମ ବ୍ୟବହାର ଡାକିବା ପ୍ରଥା ସେମିତି ଚାଲିଥିବ ।
ସର୍ବ ଶେଷରେ ଗୋଟିଏ କଥା -
ସ୍ଥାନ, କାଳ, ପାତ୍ର କୁ ଦେଖି ଆଚାରଣ, ପୋଷାକ, କାର୍ଯ୍ୟଧାରା ରେ ସଂଯମତା ରହିଲେ ଭଲ । Office decorum and service rule should not be violated.
Monday, 18 November 2019
Saturday, 16 November 2019
ବିବାଦର ଅନ୍ତ - ସଚିବାଳୟରେ ୧୯୯ ଉପବିଭାଗ ଅଧିକାରୀ ଙ୍କ ପଦୋନ୍ନତି
ବିଧି ବିଭାଗ ମତ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ଅନୁଯାୟୀ, ବରିଷ୍ଠତା ଭିତ୍ତିରେ ଆଗରେ ଥିବା ୧୯୮୩-୮୪ ବ୍ୟାଚର ତଫସିଲଭୁକ୍ତ ଜାତିର ଉପବିଭାଗ ଅଧିକାରୀଗଣ, ତଫସିଲଭୁକ୍ତ ଜାତି ନିମନ୍ତେ ଆବଶ୍ୟକ ପଦବୀ ଖାଲି ନ ଥିବାରୁ, ସାଧାରଣ ବର୍ଗ ନିମନ୍ତେ ଉଦ୍ଦିଷ୍ଟ ଡେସ୍କ ଅଧିକାରୀ ପଦବୀ ପାଇଁ ପଦୋନ୍ନତି ପାଇବାକୁ କରିଥିବା ଦାବି ସରକାର ଗ୍ରହଣ କଲେନାହିଁ । ସେହି ସ୍ଥାନରେ ୧୯୯୧-୯୨ ବ୍ୟାଚର ସାଧାରଣ ବର୍ଗ ଅଧିକାରୀ ଙ୍କୁ ପଦୋନ୍ନତି ମିଳିଛି ।
ମୋଟ ପଦୋନ୍ନତି - 199
UR = 139
Batch 1982-83 & 83-84 = 46
Batch 1991-92 = 79
RAS 1992 = 8
RAS 1994 = 6
SC = 23
Batch 1982-83 & 83-84 = 22
Spl. Recruitment 1980-81 = 1
ST = 37
Batch 1991 - 92 = 5
Batch 1996 - 97 = 30
Induction 2001 = 2
ସେହିପରି ନିର୍ମାଣ ବିଭାଗରେ ବର୍ତ୍ତମାନର ୧୬ ଉପବିଭାଗ ଅଧିକାରୀ ମଧ୍ୟରୁ ୭ ଜଣ ପଦୋନ୍ନତି ପାଇଛନ୍ତି ଏବଂ ତନ୍ମଧ୍ୟରୁ ୨ ଜଣ ଅନ୍ୟତ୍ର ବଦଳି ଆଦେଶ ପାଇଛନ୍ତି। ଫଳରେ ଏହି ବିଭାଗର ମଞ୍ଜୁରୀ ପ୍ରାପ୍ତ ୧୧ଟି ଡେସ୍କ ଅଧିକାରୀ ପଦବୀ ପୂରଣ ହୋଇଯିବା ବେଳେ ମଞ୍ଜୁରୀ ପ୍ରାପ୍ତ ୧୯ଟି ଉପବିଭାଗ ଅଧିକାରୀ ପଦବୀରୁ ୧୦ ଟି ପଦବୀ ଖାଲି ରହିଲା ।
ନିର୍ମାଣ ବିଭାଗରୁ ପଦୋନ୍ନତି ପାଇଥିବା ଅଧିକାରୀ-
୫୨ - ପ୍ରଶାନ୍ତ କୁମାର ସାହୁ ( (W&CD and MS)
୮୮ - ମନୋଜ କୁମାର ସଡ଼ଙ୍ଗୀ (Works)
୯୦ - ପ୍ରଫୁଲ୍ଲ କୁମାର ବେହେରା (Works)
୧୦୨- ସନ୍ତୋଷ କୁମାର ନନ୍ଦ (Works)
୧୨୬ - ଲୋକନାଥ ଦାସ (Works)
୧୪୨ - ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଖୁଣ୍ଟିଆ (GA&PG)
୧୭୦ - ଶ୍ରୀମତୀ ସୁପ୍ରଭା ପାତ୍ର (Works)
Friday, 15 November 2019
Thursday, 14 November 2019
Wednesday, 13 November 2019
Reservation Issues in promotion of Section Officers
Section Officers of Secretariat are waiting for their promotion to the rank of Desk Offices. But the whole process is now under consideration because of reservation issue. Both UR as well as ST/SC employees demands their promotion against UR vacancy. Click here for Gradation List of Section Officers
Story behind the matter -
💥 After promotion of Desk Officers to the rank of Under Secretary, nearly 200 Desk Officer posts are lying vacant.
💥ST/SC Employees joined in 1982-83 & 1983-84 demands promotion against vacancy UR posts based on their merit.
💥But DPC approved promotion of UR employees joined after the aforesaid batch.💥UR employees made objection and met Principal Secretary, Home Department , Members of DPC and finally Hon'ble Minister, Home.
💥Hon'ble Minister ordered for review.
💥File was moved to Law Department for views.
View of Law Department-
💥Based on orders passed by Hon'ble Supreme Court & other courts, vacant posts of each category should be filled by employees of respective category.
Subscribe to:
Posts (Atom)