Thursday 1 February 2024

Delay in appointment of new ASO in Odisha Secretariat : Candidates in doubt !!

ସଚିବାଳୟରେ ଏଏସ୍ଓ ଭାବେ ସରକାରୀ ଚାକିରୀରେ ଯୋଗଦେବା ପାଇଁ ସମସ୍ତ ଔପଚାରିକତା  ସରିଯାଇଛି। ସେପଟେ ସମାନ୍ତରାଳ ଭାବେ Antecedent Verification ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏବେ କେବଳ Orientation / Workshop କାର୍ଯ୍ୟକ୍ରମକୁ ଅପେକ୍ଷା। 

ଇତି ମଧ୍ୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଚୁଡାନ୍ତ ରାୟକୁ ଏକମାସ  ପୂରିବା ପୂର୍ବରୁ ସୁପ୍ରିମକୋର୍ଟରେ ପୁଣି ଏକ SLP ଦାୟର କରାଯାଇଛି। ଗତ ୧୯ ତାରିଖର ଶୁଣାଣିରେ ନୂତନ ୭୮୭ ଏଏସ୍ଓ ଚୟନ ତଥା ନିଯୁକ୍ତିକୁ ସର୍ତ୍ତମୂଳକ କରିବା ପାଇଁ ଓପିଏସସିକୁ ନିର୍ଦ୍ଦେଶ ଆସିଛି। ଓପିଏସସି ମଧ୍ୟ ଏକ ନୋଟିସ ମାଧ୍ୟମରେ ୨୫। ୦୧। ୨୦୨୪ ରେ  ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ସାରିଛି। 

ଏବେ ପ୍ରାୟ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ  
ନିଯୁକ୍ତି ପର୍ବ (Orientation / Workshop) କେବେ ?
ଯେହେତୁ ନିଯୁକ୍ତି ପ୍ରକ୍ରିୟା (ଚୟନ ପଦ୍ଧତି) ଏବେ ଅଦାଲତିକ ମାମଲାରେ ଛନ୍ଦି ହୋଇଛି, ତେଣୁ ସମସ୍ତେ ଚାହୁଁଛନ୍ତି ଖୁବଶୀଘ୍ର Appointment Order ମିଳିଯାଉ। କିନ୍ତୁ ଗୋଟିଏ ଗୋଟିଏ ଦିନର ବିଳମ୍ବ ସମସ୍ତଙ୍କ ମନରେ ଅନେକ ସନ୍ଦେହ ତଥା ଭୟର ବାତାବରଣ ସ୍ରୁଷ୍ଟି କରୁଛି। ଏଥି ସହିତ ବିଭିନ୍ନ ଗୁଜବ ଏହାକୁ ଅଧିକ ଖୋରାକ ଯୋଗାଉଛି। 

ଯାହା ଶୁଣାଯାଉଛି, ସୁପ୍ରିମକୋର୍ଟ ମାମଲାରେ ସ୍ୱରାଷ୍ଟ୍ର ବିଭାଗ ତରଫରୁ ବିଧି ବିଭାଗର ମତାମତ ଲୋଡା ଯାଇଛି। ତଦ୍ ସହିତ ଆସନ୍ତା ୧୯।୦୨।୨୦୨୪ ରେ ମାମଲାର ପରବର୍ତ୍ତୀ ତାରିଖ ଥିବାରୁ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ। ସେପଟେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦପ୍ତରରୁ Orientation  ପାଇଁ ତାରିଖ ନିର୍ଦ୍ଧାରଣ କୁ ଅପେକ୍ଷା କରାଯାଇ ଥାଇପାରେ । 

ତେବେ ସ୍ପଷ୍ଟ ଭାବେ କହି ରଖେ ଯେ, ଉପରୋକ୍ତ ଖବର ଉପରେ ଆମ ପାଖରେ ସେମିତି କିଛି ସଠିକ ସୂଚନା ନାହିଁ। ସବୁ କେବଳ ଆଲୋଚନା। କିଛି ସରକାରୀ ନିଷ୍ପତ୍ତି ନିଶ୍ଚିତ ଭାବେ ଗୋପନୀୟ ରହିବ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ । ତେଣୁ ଅପେକ୍ଷା ହିଁ କରିବାକୁ ପଡିବ । 

ପରୀକ୍ଷାର୍ଥୀଙ୍କ ପାଇଁ ସାନ୍ତ୍ୱନା : 
ବ୍ୟକ୍ତିଗତ ଭାବେ ଏଭଳି ପରିସ୍ଥିତି ପାଇଁ ଆମ୍ଭେ ବହୁତ ଚିନ୍ତିତ ଓ ଦୁଖିତ ମଧ୍ୟ। ଏହି ବ୍ୟାଚର ପିଲାମାନେ ଯେତିକି ମାନସିକ ସ୍ଥିତିକୁ ନିୟନ୍ତ୍ରଣ କରି ଧୈର୍ଯ୍ୟ ର ପରିଚୟ ଦେଇଛନ୍ତି, ସେମାନେ ପ୍ରଶଂସାର ଯୋଗ୍ୟ। ନିଶ୍ଚିତ ଭାବେ ଆପଣମାନଙ୍କର ବ୍ୟସ୍ତତା ବିଷୟରେ ସରକାର ନିଶ୍ଚିତ ଭାବେ ଅବଗତ ଥିବେ। କିନ୍ତୁ ସବୁକିଛି ପ୍ରକ୍ରିୟା ଆଇନ ଅନୁଯାୟୀ କରାଯାଏ। ଏମିତି ନୁହେଁ କି କାହାର ବ୍ୟସ୍ତତା ପାଇଁ ସରକାର ତରତର ହୋଇ କିଛି ନିଷ୍ପତ୍ତି ନେଇଯିବେ। ଆଶା କରିବା ସ୍ୱରାଷ୍ଟ୍ର ବିଭାଗ ତରଫରୁ ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯାଇ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ। ଆଗାମୀ ୭ ଦିନରେ ଖୁସି ଖବର ମିଳିପାରେ, କିମ୍ବା ୧୭ ଦିନ। କିନ୍ତୁ ୭୦ ଦିନ କେବେ ବି ନୁହେଁ। ଏତିକି ବିଶ୍ଵାସ ନେଇ କେବଳ ନିଜେ ନିଜକୁ ଏତିକି କହି ସାନ୍ତ୍ଵନା ଦେଇପାରିବା ଯେ, All is well - Appointment Very Soon. 

1 comment:

NARUTO said...

Seems like Govt does not need news ASOs..But what's the mental condition of the Candidate who successfully cracked the exam. Have any one ever thought of it? Waiting for more than 1.5 yrs??? Every one knows more you make things delay more and more cases against the selected candidates will pop up every fortnighy.