Monday 19 February 2024

Pendown Protest of OSSA : Day 5


"କେନ୍ଦ୍ର ସଚିବାଳୟ ହାରରେ ଦରମା"   ଦାବୀ ସହିତ ରାଜ୍ଯ ସଚିବାଳୟ ସେବା ସଂଘ ଗତ ତା ୧୩।୦୨।୨୦୨୪ରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛି। ସ୍ଥାନୀୟ ପଞ୍ଚାୟତିରାଜ ପଡିଆ ରେ  ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଧାରଣା ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ସରକାର-ସଂଘ ଆଲୋଚନା ସନ୍ତୋଷଜନକ ହୋଇପାରିନାହିଁ। ଏଣୁ ଏହି ଆନ୍ଦୋଳନ ଚାଲୁ ରହିବାର ସମ୍ଭାବନା ରହିଛି। 
ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଅଛି। ଆର୍ଥିକ ବର୍ଷ ସରିବାକୁ ଯାଉଛି। ମାସ ଶେଷ ବେଳକୁ କର୍ମଚାରୀ/ଅଧିକାରୀ ମାନଙ୍କ ଦରମା କାର୍ଯ୍ୟ ମଧ୍ଯ ହେବାର ଅଛି। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସଚିବାଳୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦପ୍ତରର କାର୍ଯ୍ୟବନ୍ଦ ଯୋଗୁଁ ସରକାରୀ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। ପରୋକ୍ଷରେ ସାଧାରଣ ଜନତା ମଧ୍ଯ ଅନେକ କ୍ଷେତ୍ରରେ ପ୍ରଭାବିତ ହେଉଛନ୍ତି। ଅନ୍ୟପଟେ ପ୍ରଚଣ୍ଡ ଖରାରେ ସାରାଦିନ ଖୋଲା ଆକାଶ ତଳେ ଏତେ ଦିନ ବସିରହିବା ଫଳରେ କିଛି ଆନ୍ଦୋଳନକାରୀ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାର ସମ୍ଭାବନା ଏଛି (ଭଗବାନ ନ କରନ୍ତୁ)। ଏଣୁ ଖୁବଶୀଘ୍ର  ସମାଧାନର ବାଟ ବାହାରିବା ନେଇ ସମସ୍ତେ ଆଶାବାଦୀ। 

No comments: