ରାଜ୍ୟ ସଚିବାଳୟ ସେବା ବର୍ଗରେ ନିଯୁକ୍ତି ପାଇଥିବା ସହାୟକ ଉପବିଭାଗ ଅଧିକାରୀ (ଏ.ଏସ୍.ଓ) ମାନଙ୍କ ପଦକ୍ରମ୍ ତାଲିକାରେ ପୁଣିଥରେ ପରିବର୍ତ୍ତନ କରାଯାଇଛି ।
# Court Order implemented# Date of joining considered for deciding seniority rather than year of recruitment# 2015-16 Spl Drive batch (Joining in February, 2016) kept above 2011 Regular Batch (Joining in October, 2016) in the list
ସୂଚନାଯୋଗ୍ୟ ଯେ ୨୦୧୩ (Spl Drive Batch) ଓ ୨୦୧୧ (ରେଗୁଲାର ବ୍ୟାଚ) ମଧ୍ୟରେ ଚାଲିଥିବା ବରିଷ୍ଠତା ସମ୍ବନ୍ଧୀୟ ନ୍ୟାୟିକ ଲଢେଇରେ ଗତ ତା.୦୩.୦୬.୨୦୨୫ରିଖର ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜର ନିଷ୍ପତି ଶୁଣାଇଥିଲେ । ଏଥିରେ ଚାକିରୀରେ ପ୍ରଥମେ ଯୋଗ ଦେଇଥିବା ଏ.ଏସ୍.ଓ. ଙ୍କୁ ବରିଷ୍ଠ ଭାବେ ବିଚାର କରିବାକୁ ନିର୍ଦ୍ଦେଶ ଅଛି । କିନ୍ତୁ ଗତ ୧୧.୦୬.୨୦୨୦ ରେ ପ୍ରକାଶିତ ପଡ଼କ୍ରମ୍ ତାଲିକାରେ ବିଜ୍ଞାପନ ବର୍ଷ କୁ ବିଚାରକୁ ନିଆଯାଇଥିଲା।
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ ପୂର୍ବକ ସ୍ୱରାଷ୍ଟ୍ର ବିଭାଗ ତରଫରୁ ତା୧୧.୦୬.୨୦୨୦ ରିଖରେ ପ୍ରକାଶିତ ଚୁଡାନ୍ତ ଏ.ଏସ.ଓ. ପଦକ୍ରମ ତାଲିକାକୁ ପରିବର୍ତ୍ତନ କରି ଆଉଥରେ ତା ୦୧.୦୧.୨୦୧୮ ସୁଦ୍ଧା ଏ.ଏସ୍.ଓ. ପଦବୀରେ ଥିବା ଅଧିକାରୀ ମାନଙ୍କ ପଦକ୍ରମ୍ ତାଲିକା ପ୍ରକାଶ ପାଇଛି ଏଵଂ ଆସନ୍ତା ୧୫ ଦିନ ମଧ୍ୟରେ ଅଭିଯୋଗ/ଆପତ୍ତି ଆହ୍ଵାନ କରାଯାଇଛି ।
--------------------------------------------------------------------
👉Old Gradation (as on 01.01.2018) : 20286 Dt.11.06.2020 (PDF)
- Senior : Recruitment 2011 (Regular) & joined in October, 2016 (810 ASO)
- Junior : Recruitment 2013 (Spl Drive) but joined in February, 2016 (140 ASO)
--------------------------------------------------------------------
👉Court Judgement Dt.03.06.2025 : Download.pdf
--------------------------------------------------------------------
👉Revised Gradation List : 32056 Dt.29.07.2025 (PDF)
- Senior : Recruitment 2013 (Spl Drive) & joined in February, 2016 (140 ASO)
- Junior : Recruitment 2011 (Regular) but joined in October, 2016 (810 ASO)
--------------------------------------------------------------------
ଇତି ମଧ୍ୟରେ ୨୦୧୧ ରେଗୁଲାର ଵ୍ୟାଚର ୮୧୦ ଏ.ଏସ୍.ଓ ମଧ୍ୟରୁ ବର୍ତ୍ତମାନ ଚାକିରୀରେ ଥିବା ପ୍ରାୟ ସମସ୍ତେ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି ପାଇସରିଥିବା ବେଳେ ଗତ ମାସରେ ପ୍ରାୟ ୩୨୬ ଜଣ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି ପାଇସାରିଲେଣି । କିନ୍ତୁ ୨୦୧୩ Spl. Drive ବ୍ଯାଚର ପ୍ରାୟ ଅନେକ ଏବେବି ୯ ବର୍ଷ ହେବ ସେହି ଏ.ଏସ.ଓ ପଦବୀରେ ଅଛନ୍ତି । ତେଣୁ ଏବେ ଏହି ପରିବର୍ତ୍ତିତ ପଡ଼କ୍ରମ ତାଲିକା ବଳରେ ସେମାନଙ୍କୁ ପଦୋନ୍ନତି ମିଳିବା ସହିତ ଆଗରୁ ପଦୋନ୍ନତି ପାଇଥିବା କିଛି ଅଧିକାରୀଙ୍କର ତଳ ପଦବୀକୁ ପଦସ୍ଖଳନ (demotion) କରାଯାଇପାରେ ।
32056 Dt.29.07.2025


No comments:
Post a Comment