ଓଡ଼ିଶା ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନର ଚତୁର୍ଥ ବ୍ୟାଚ୍ ସହାୟକ ଉପବିଭାଗ ଅଧିକାରୀ ଗତ ୨୧.୦୭.୨୦୨୫ ତାରିଖ ରେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ବିଧାନସଭା ଅଧିବେଶନ ସମୟରେ ପ୍ରଶ୍ନୋତ୍ତର ତଥା ଅନ୍ୟାନ୍ୟ ବିଷୟରେ ବିଭାଗ ତରଫରୁ ତଥ୍ୟ ପ୍ରସ୍ତୁତିରେ ଏମାନେ ବିଶେଷ ଭୂମିକା ତୁଲାଇଥାନ୍ତି। ତେଣୁ ଉପରୋକ୍ତ ପ୍ରଶିକ୍ଷଣ ସମୟରେ ଏହି ପରିଦର୍ଶନର ଅନୁଭବ ଉପରୋକ୍ତ ସହାୟକ ଉପବିଭାଗ ଅଧିକାରୀଙ୍କୁ ବିଶେଷ ସହାୟକ ହେବ ।
ଇତ୍ୟବସରରେ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟାଙ୍କ ସହିତ ସୌଜନ୍ୟ ମୂଳକ ଆଲୋଚନା ହୋଇଥିଲା ।




No comments:
Post a Comment