Tuesday 19 April 2022

ସାଧାରଣ ପ୍ରଶାସନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଜଳଛତ୍ର

ଲୋକସେବା ଭବନର ୫ନଂ ଫାଟକ ନିକଟରେ ସାଧାରଣ ପ୍ରଶାସନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଜନସାଧାରଣଙ୍କ ଉଦ୍ଦେଶ୍ଯରେ ଏକ ଜଳଛତ୍ର ଖୋଲାଯାଇଛି। ସାଧାରଣ ସଂପାଦକ ଅମୀୟ କୁମାର ନାୟକଙ୍କ ତତ୍ତ୍ବାବଧାନ ରେ ଏହି ଜଳଛତ୍ରର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ଯ ଶାସନ ସଚିବଙ୍କ ଓ ଏସ୍ ଡି ଶ୍ରୀ ଦିଲ୍ଲୀପ ରାଉତରାୟ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫିତା କାଟି ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ବେଲପଣା, ଦହିପାଣି ସହିତ ସାଧାପାଣି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ମାସ ଧରି ଚାଲିବାର ଯୋଜନା କରାଯାଇଛି। 
ସୂଚନାଯୋଗ୍ୟ, ଏହି ସାଂସ୍କୃତିକ ପରିଷଦ ବର୍ଷ ତମାମ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଥାଏ। ନିକଟରେ ରବିନ୍ଦ୍ର ମଣ୍ଡପରେ ଦୁଇଦିନ ଧରି ସାମାଜିକ ନାଟକ "ଜୀବନ ଏମିତି"  ପରିବେଷଣ କରାଯାଇଥିଲା। 





















No comments: