Wednesday 6 April 2022

OSSA Election 2022 : Polling Procedure

ଆସନ୍ତା ଅପ୍ରେଲ ୧୨ ତାରିଖରେ ଓଡ଼ିଶା ସଚିବାଳୟ ସେବା ସଂଘର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ମୋଟ ୫ଟି ପଦବୀ ପାଇଁ ୯ ଜଣ କର୍ମକର୍ତ୍ତା ବଛାଯାଇଥାଏ। 
୧) ସଭାପତି - ଜଣେ
୨) ଉପ ସଭାପତି - ଦୁଇ ଜଣ
୩) ସାଧାରଣ ସଂପାଦକ - ଜଣେ
୪) ସଂପାଦକ - ଚାରି ଜଣ
୫) ସମୀକ୍ଷକ - ଜଣେ

ଉକ୍ତ ନିର୍ବାଚନ ପାଇଁ ମୋଟ ୧୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଗୋଟିଏ ବାଲାଟ୍ ପେପରରେ ପଦବୀ ଅନୁଯାୟୀ ପ୍ରାର୍ଥୀଙ୍କର ନାମର ପ୍ରଥମ ଅକ୍ଷର ବର୍ଣ୍ଣମାଳା ଅନୁସାରେ ସଜାଯାଇ ଲେଖା ହୋଇଥାଏ। ଭୋଟର ଉକ୍ତ ୧୯ ନାମ ମଧ୍ଯରୁ ୯ଟି ପ୍ରାର୍ଥୀ ଙ୍କ ସିଧାରେ ମୋହର ମାରିବାକୁ ପଡିବ। ଯଦିଓ ନିର୍ବାଚନ କମିଶନ ଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ବାଲଟ ପେପରର  ନକଲ ଉପଲବ୍ଧ ହୋଇନାହିଁ, ତଥାପି ନିୟମ ଅନୁଯାୟୀ ନିମ୍ନମତେ ହୋଇପାରେ।
୨୦୧୭ ପରେ ଏହି ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ମନରେ ଆଗ୍ରହ ଦେଖାଯାଇଛି। ପ୍ରାୟ ୨୦୦୦ ଭୋଟର ସେମାନଙ୍କ ମନପସନ୍ଦର ପ୍ରାର୍ଥୀ ବାଛିବେ। ସକାଳ ୮:୩୦ରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ କରାଯିବ। ସେହିଦିନ ସଂଧ୍ଯା  ୬:୩୦ ପରେ ଭୋଟ ଗଣତି ଆରମ୍ଭ ହେବ। 
#   ଗତ ୨୦୧୯ ରେ ଚାକିରୀରେ ଯୋଗ ଦେଇଥିବା ୫୦୦ ନୂତନ ଏଏସ୍ଓ ବନ୍ଧୁଙ୍କର ଓସା ନିର୍ବାଚନ ଅଭିଜ୍ଞତା ନଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏହା ପ୍ରସ୍ତୁତ। ଜଣେ ସଚେତନ ଭୋଟର ହିସାବରେ ପ୍ରତି ପଦବୀ ପାଇଁ ନିଜର ମନପସନ୍ଦର ୯ଟି ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଏହି ଗଣତାନ୍ତ୍ରିକ ପ୍ରକ୍ରିୟା କୁ ସଫଳ କରାନ୍ତୁ। 

No comments: