Wednesday 13 April 2022

OSSA Election : Ajay - President & Projyotna - General Secretary

ସଚିବାଳୟ ସେବା ସଂଘର ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି। ଏଥିରେ ଗୋଟିଏ ପ୍ୟାନେଲର ସମସ୍ତ ୯ ଜଣ ବିପୁଳ ବିଜୟ ହାସଲ କରିଛନ୍ତି। ଅଜୟ କୁମାର ସ୍ୱାଇଁ ସଭାପତି ଏବଂ ପ୍ରଯତ୍ନ ବରାଳ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଅକ୍ଷୟ କୁମାର ପରିଡ଼ା ଓ ପ୍ରତ୍ୟୁଷ କୁମାର କଅଁର ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଅମିତ କୁମାର ମହାନ୍ତି, ବିଷ୍ଣୁ ଚରଣ ନାୟକ, ଚିରଞ୍ଜିବୀ ସ୍ୱାଇଁ, ବିବେକାନନ୍ଦ ସାହୁ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ପୁଣି ସଂଘର ସମୀକ୍ଷକ ଭାବେ ଲଳିତ ମୋହନ ଦାସ ନିର୍ବାଚିତ ହୋଇଛନ୍ତି। 
ସମସ୍ତେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରିଛନ୍ତି। ସଚିବାଳୟ ଇତିହାସରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ଯୁବଗୋଷ୍ଠୀ ର ଗୋଟିଏ ପ୍ୟାନେଲ ୯ଟା ରୁ ୯ଟା ଆସନରେ ବିଜୟୀ ହେବାର ଦେଖାଯାଇଛି। 


No comments: