ସର୍ବପ୍ରଥମେ ସଚିବାଳୟର ସହାୟକ ଉପବିଭାଗ ଅଧିକାରୀ ପଦବୀ ପାଇଁ ଗତ ୨୭ ଅଗଷ୍ଟ ରେ ହୋଇଥିବା ଲିଖିତ ପରୀକ୍ଷାରେ ମନୋନୀତ ହୋଇ ପରବର୍ତ୍ତୀ କମ୍ପ୍ୟୁଟର ପରୀକ୍ଷା ପାଇଁ ବଛାଯାଇଥିବା ୧୧୦୪ ପରୀକ୍ଷାର୍ଥୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଓଡିଶା ସଚିବାଳୟ ସେବା କ୍ୟାଡରର ସମସ୍ତ ଅଧିକାରୀ ଉତ୍ସୁକତାର ସହିତ ନୂତନ ୭୯୬ ଏଏସ୍ଓ ଙ୍କୁ ଅପେକ୍ଷା କରି ରହିଛନ୍ତି ଯେଉଁମାନେ ନିଜର କର୍ମ, ପରିଶ୍ରମ, ନିଜ ପରିବାର ତଥା ଗୁରୁଜନଙ୍କ ଆଶୀର୍ବାଦ ତଥା ଭଗବାନଙ୍କ କରୁଣା ର ସମାହାରରେ ୧.୫ ଲକ୍ଷ ପିଲାଙ୍କୁ ପଛରେ ପକାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ରୁଷ୍ଟି କରିବେ।
ଅନ୍ୟ ପଟରେ ଯେଉଁମାନେ ୨୦୦ରୁ ଅଧିକ ମାର୍କ ରଖି ଆଶାୟୀ ଥିଲେ ଅଥଚ ୧୧୦୪ ତାଲିକାରେ ନିଜର ନାମ ନାହିଁ ସେମାନଙ୍କ ପାଇଁ ମୋର ସମବେଦନା ରହିବ। କିନ୍ତୁ ଆଶା ରଖିବି, ସେମାନଙ୍କର ଏହି ହତୋତ୍ସାହ ୨-୪ ଦିନରୁ ଅଧିକ ଦିନ ନ ରହୁ। ଜଣେ ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ବିଫଳ ହେଲା ପରେ ମଧ୍ଯ ଅନ୍ୟ ବିକଳ୍ପ ଖୋଜିପାରୁଛି। ସିଭିଲ ସର୍ଭିସ ପାଇଁ ୫-୬ ବର୍ଷ ପରିଶ୍ରମ ପରେ ଯେତେବେଳେ ଜଣେ ବିଫଳ ହଉଛି, ସେ ମଧ୍ଯ ବିକଳ୍ପ ଖୋଜୁଛି। ତେବେ ଜଣେ ଗ୍ରାଜୁଏଟ ପାଇଁ ଯେତେବେଳେ ଶହ ଶହ ବିକଳ୍ପ ରହିଛି, ଏହି ଏଏସ୍ଓ ରେ ବିଫଳ ହୋଇ ସବୁକିଛି ସରିଗଲା ବୋଲି ଭାବିବା ଜଣେ ଭୀରୁର ପରିଚୟ କହିଲେ ଚଳେ।
ଓପିଏସସି (OPSC) ଦ୍ୱାରା ପରିଚାଳିତ ଏଏସ୍ଓ ପରୀକ୍ଷା ୨୦୧୨ ମସିହାରୁ ସବୁବେଳେ ଚର୍ଚ୍ଚିତ ହୋଇ ରହିଆସିଛି। ସୋସିଆଲ ମିଡିଆରେ ବହୁଳ ବ୍ୟବହାର ଯୋଗୁଁ ୨୦୨୧ ର ପରୀକ୍ଷା ଆହୁରି ବେଶୀ ଚର୍ଚ୍ଚାରେ ରହିଥିଲା। କଥାରେ ଯେତେ ସତ୍ଯତା ଥାଉ ବା ନଥାଉ, ତିନି ତୁଣ୍ଡରେ ଛେଳି କୁକୁର ପରି ଶହ ଶହ ୟୁଟ୍ୟୁବ ଚ୍ୟାନେଲରେ ପ୍ରବଚନ ଦେବା ଆରମ୍ଭ ହେଇଗଲା। ୨୫ ରୁ ୩୫ ବର୍ଷର ପିଲା ମଧ୍ଯ ପୁରା ୧.୫ଲକ୍ଷ ପରୀକ୍ଷାର୍ଥୀ ମାନଙ୍କୁ ଜ୍ଞାନ ଦେବାକୁ ଆରମ୍ଭ କରିଦେଲେ। ନିଜେ ଫର୍ମ ପକାଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ନିଜେ ଗୋଟିଏ ଗୋଟିଏ ୟୁଟ୍ୟୁବ ଖୋଲି ପ୍ରତିଦିନ ଦୁଇଟି ଶବ୍ଦର ସୂଚନାକୁ ୨୦ ମିନିଟର ଭିଡିଓ କରି ଛାଡିଲେ। ପରୀକ୍ଷା ର ପଦବୀ ସଂଖ୍ଯା କେତେ ହେବ, ପରୀକ୍ଷା କିଏ କରିବ, କିଏ କଲେ ଭଲ ହେବ, ପରୀକ୍ଷା କେବେ ହେବ, ରେଜଲ୍ଟ କେବେ ବାହାରିବ, ରେଜଲ୍ଟ ରେ କେତେ କଟ ଅଫ ଯିବ, ରେଜଲ୍ଟ ବାହାରିବା ପରେ ଏମିତି କାହିଁକି ହେଲା ଇତ୍ୟାଦି ଇତ୍ୟାଦି। ଏତେ ସବୁ ପରେ ହେଲା କଣ? ସମସ୍ତେ ଦିନରେ ୨-୪ ଘଣ୍ଟା ଏହି ସବୁ ଚ୍ୟାନେଲ ପଛରେ ସମୟ ବରବାଦ କଲେ। ସମସ୍ତେ ସ୍ୱୀକାର କରିବେ, ଓପିଏସସି ଓ୍ୱେବସାଇଟ ରେ ଯେତିକି ଅପଡେଟ୍ ଆସେ ଅନ୍ୟମାନେ କେବଳ ଏହାକୁ ବ୍ୟାଖ୍ୟା କରନ୍ତି। ଜଣେ ଯଦି ଗ୍ରାଜୁଏଟ୍ ଅଛି, ସଚିବାଳୟରେ କାମ କରିବା ପାଇଁ ଯୋଗ୍ୟ ଭାବି ପରୀକ୍ଷା ଦେଉଛି, ସେ କଣ ଓପିଏସସି ଓ୍ୱେବସାଇଟ ରୁ ନୋଟିଫିକେସନ ପଢି ବୁଝିପାରିବନି?
ଯେକୌଣସି ବିଷୟକୁ ଗୋଟେ ଖବର ବନେଇ ଦିନ ସାରା ଚର୍ଚ୍ଚା କରିବା ଦ୍ବାରା ପିଲାର ପଢାପ୍ରତି ଧ୍ଯାନ କେନ୍ଦ୍ରୀଭୂତ କରିବା ସହଜ ହେଲାନି। ମେଡିକାଲ ଏଣ୍ଟ୍ରାନ୍ସ, ସିଭିଲ ସର୍ଭିସ ଭଳି ପରୀକ୍ଷାରେ ଯେମିତି ପିଲାମାନେ ସିଲାବସ ଅନୁସାରେ ମ୍ୟାଟେରିଆଲ୍ସ, ବହି କିଣି, ନୋଟ ତିଆରି କରି ମୌଳିକ ଜ୍ଞାନ ସୁଦ୍ରୁଢ କରନ୍ତି, ଏ ପରୀକ୍ଷାରେ ସେମିତି ହେଲାନି। କିଛି ସିରିୟସ ପିଲାଙ୍କୁ ଛାଡିଦେଲେ କେହି ମଧ୍ଯ ସିଲାବସ ଅନୁଯାୟୀ ୪-୫ ଟି ବହି ସଂପୁର୍ଣ୍ଣ କଲେନି। ବର୍ଷ ସାରା ଆଲୋଚନା, ସୋସିଆଲ ମିଡିଆ ଦେଖି କେବଳ କିଛି ଅନୁଷ୍ଠାନ ମାନଙ୍କ ଟେଷ୍ଟ ସିରିଜ ଦେଇ ଆରାମ କଲେ। ସଚିବାଳୟରେ ଥିବା କିଛି ଚିହ୍ନା ଲୋକଙ୍କୁ ସବୁବେଳେ ଖବର ପଚାରିଲେ ଯାହାର କି ଓପିଏସସି ସହିତ କିଛି ବି ଲିଙ୍କ ନଥାଏ। କିନ୍ତୁ ନିର୍ଦ୍ଦିଷ୍ଟ କିଛି Educational Channel କୁ ଧନ୍ଯବାଦ ଦେବି ଯେଉଁମାନେ ଦୂର୍ବଳ ପରୀକ୍ଷାର୍ଥୀ ମାନଙ୍କ ଜ୍ଞାନ ବ୍ରୁଦ୍ଧି ରେ ବିଶେଷ ସହଯୋଗ କରିଥିଲେ।
ଏବେ ଓପିଏସସି ତରଫରୁ ପରୀକ୍ଷାର ପ୍ରଶ୍ନ ଢାଞ୍ଚା ଯେତିକି ସରପ୍ରାଇଜ ଦେଇଥିଲା, ରେଜଲ୍ଟ ଆହୁରି ଅଧିକ ସରପ୍ରାଇଜ ଦେଇଦେଲା । ଅତୀତରେ ଯେଉଁମାନେ କହୁଥିଲେ OSSC ଦୂର୍ନୀତିର ଗନ୍ତାଘର, ତେଣୁ OPSC କୁ ପରୀକ୍ଷା ଦାୟୀତ୍ୱ ଦିଆଯାଉ, ସେମାନେ ଏବେ OPSC କୁ ପୋଷ୍ଟ ବିକ୍ରୀ କରିବାର ଅଭିଯୋଗ ଆଣିଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ରେ ଫଳ ବାହାରିବାର ଆଶ୍ୱାସନା ଖୋଦ ଚେୟାରମ୍ୟାନ ଦେବା ପରେ ମଧ୍ଯ ଶନିବାର ଠାରୁ ସୋସିଆଲ ମିଡିଆରେ ପ୍ରଶ୍ନ ବାଣ ଆରମ୍ଭ କରିଦେଲେ - ଫଳ କେବେ ଵାହାରିବ। ଉତ୍ତର ଲିଷ୍ଟ ଛାଡିନଥିବା ସତ୍ତ୍ବେ ସମସ୍ତେ ନିଜର ମାର୍କ ୨୬୦ ରୁ ୨୭୫ ହିସାବ କରୁଛନ୍ତି। ସେକ୍ସନାଲ କଟ ଅଫ ହେଇଛି କି ନାହିଁ ବିଧିବଦ୍ଧ ଖବର ନଥାଇ ମଧ୍ଯ GS ରେ ୪୦ ଯାଇଛି ବୋଲି ହାଓ୍ୱା ଚାଲିଲାଣି। ତେଣୁ କିଏ କଣ କହିଲା, କିଏ କେତେ ପ୍ରକାର ର ଦୂର୍ନୀତିର ଉଦାହରଣ ଦେଲା। ତଥାପି କୌଣସି ଗୋଟିଏ ର ପ୍ରମାଣ କାହା ପାଖରେ ନାହିଁ।
ଅଭିଯୋଗ ସମୁହ :
1. Students with marks 250+ have not been selected whereas 230+ marks selected. So Sectional cut off not to be implemented.
2. Students who were absent in exam have been selected.
3. Student having photo in place of signature has not been rejected
4. Standard set of questions not prepared.
5. Many Wrong Questions /
6. Questions without any correct option /
7. Repeated questions
ଦାବୀ ସମୁହ :
1. Publish cutoff mark immediately
2. Publish official answer key
3. Reasonable sectional cutoff in all paper based on difficulty level, if OPSC want to implement it anyway
4. Publish revised results
5. Footage of all 1104 candidates
6. OPSC chairman should be Removed ASAP.
ଯଦି ସବୁ ଅଭିଯୋଗକୁ ତର୍ଜମା କରାଯାଏ, କୌଣସି ଅଭିଯୋଗର ପ୍ରମାଣ କାହା ପାଖରେ ନାହିଁ। କେବଳ ସେମାନଙ୍କ ଦାବୀ ଗୁଡିକ ବିଚାର ଯୋଗ୍ୟ ହୋଇପାରେ।
OPSC Clarification :
ଦୁଇଦିନ ଧରି କିଛି ମୁଷ୍ଟିମେୟ ପିଲାମାନଙ୍କ ଉପରୋକ୍ତ ଅଭିଯୋଗ / ଆନ୍ଦୋଳନ ପରେ ଆଜି ଓପିଏସସି ତରଫରୁ ପ୍ରେସ ନୋଟ (PRESS NOTE .PDF) ମାଧ୍ୟମରେ ସମସ୍ତ ଅଭିଯୋଗର ଉତ୍ତର ରଖାଯାଇଛି। ଆୟୋଗଙ୍କ ତରଫରୁ ପରୀକ୍ଷା ପରିଚାଳନା ସଂପୂର୍ଣ୍ଣଭାବେ ସ୍ୱଚ୍ଛତାର ସହିତ କରାଯାଇଥିବାର ସୂଚନା ମଧ୍ଯ ଦିଆଯାଇଛି । ସେକ୍ସନାଲ କଟ ଅଫ ସମ୍ବନ୍ଧୀୟ ଅଭିଯୋଗ ନେଇ ନିଯୁକ୍ତି ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଗୋଟିଏ ମାତ୍ର ଧାଡିକୁ ଉଲ୍ଲେଖ କରି ଓପିଏସସିର ଇଚ୍ଛାଧୀନ କ୍ଷମତାକୁ ସମସ୍ତଙ୍କ ସାମ୍ନାରେ ରଖାଯାଇଛି। Para 6(C) : "The Commission shall be competent to fix up the qualifying marks in any or all the subjects of the examination"
ସେହିପରି ଭୁଲ ପ୍ରଶ୍ନ / ଉତ୍ତର ସମ୍ପର୍କରେ ସମସ୍ତ ଅଭିଯୋଗ ଏକ୍ସପର୍ଟ କମିଟି ଦ୍ୱାରା ବିଶ୍ଳେଷଣ କରାଯାଇ ଉତ୍ତର (Answer Key) ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି।
ସେହିପରି, ଆୟୋଗଙ୍କ ନିୟମ ଅନୁଯାୟୀ ଚୁଡାନ୍ତ ଫଳ ବାହାରିବା ପରେ ହିଁ ଉତ୍ତର ଲିଷ୍ଟ ଏବଂ ବ୍ୟକ୍ତିଗତ ମାର୍କ ସମସ୍ତଙ୍କୁ ଜଣାଇଦିଆଯାଏ। ତେଣୁ ତା ପୂର୍ବରୁ ପ୍ରଦାନ କରିବା ଦାବୀକୁ ଖଣ୍ଡନ କରାଯାଇଛି। ମୋଟ ଉପରେ ଓପିଏସସି ଏଏସ୍ଓ ପରୀକ୍ଷା କ୍ଷେତ୍ରରେ କୌଣସି ତ୍ରୁଟି କରିନାହିଁ ବୋଲି ସଫେଇ ଦେଇଛି।
ମୋର ବ୍ୟକ୍ତିଗତ ମତାମତ :
ଦୀର୍ଘ ୩ ବର୍ଷ ଧରି ଅନେକ ପିଲା ଏହି ପରୀକ୍ଷାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ତେଣୁ ଗତ ପରୀକ୍ଷା ଅପେକ୍ଷା ଏଥର କଟ ଅଫ ଅଧିକ ଯିବା ସ୍ୱଭାବିକ। ତାପରେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ସିଭିଲ ସର୍ଭିସ ପାଇଁ ମଧ୍ଯ ପଢନ୍ତି। ଏଥର ପିଲାମାନେ ଟେଷ୍ଟ ସିରିଜ ବହୁତ ସଂଖ୍ଯାରେ ଦେଇଛନ୍ତି। ସବୁ ପରୀକ୍ଷା ଅପେକ୍ଷା ଏହି ପରୀକ୍ଷା ପାଇଁ ଦେଢ ଲକ୍ଷ ପିଲା ମଧ୍ୟରୁ ମନଦେଇ ନିଶ୍ଚିତ ଭାବରେ ୩୦,୦୦୦ ପିଲା ପଡୁଥିବେ। ତେଣୁ ୧୧୦୪ ଜଣ ପିଲା ୨୫୦ ରୁ ଅଧିକ ମାର୍କ ରଖିବା କିଛି ବି ଅସମ୍ଭବ ନୁହେଁ। ଏବେ ମଧ୍ଯ ଚୟନ ତାଲିକା ବାହାରେ ଅନେକ ପିଲା ୨୫୦ ରୁ ଅଧିକ ମାର୍କ ରଖିଛନ୍ତି। ତେଣୁ ପାଠପଢା ତଥା ପ୍ରତିଯୋଗିତା ର ମାନ ବହୁତ ବଢୁଛି ବୋଲି ମାନିବାକୁ ପଡିବ। ଓପିଏସସି ର ଦୂର୍ନୀତି କେତେ ତାହା ମୋ ଆଲୋଚନାର ପରିସୀମା ବାହାରେ। କିନ୍ତୁ ଗୋଟିଏ କଥା କହିପାରିବା, ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଦିନକୁ ଦିନ ସଂସ୍କାର ଆସୁଛି। ୨୦୧୬ ମସିହା ବ୍ୟାଚ ପିଲା ବିନା ନେଗେଟିଭ ମାର୍କିଙ୍ଗ ରେ ପରୀକ୍ଷା ଦେଇଥିଲେ ୫୫୦ ମାର୍କର। ୨୦୧୯ ବ୍ୟାଚ ପିଲା ୪୦୦ ମାର୍କର ପରୀକ୍ଷା ଦେଲେ ନେଗେଟିଭ ମାର୍କିଙ୍ଗ ସହିତ। ସେହିପରି ଏଥର ମଧ୍ଯ ୪୦୦ ମାର୍କ ଏବଂ ନେଗେଟିଭ ମାର୍କିଙ୍ଗ ର ପରୀକ୍ଷା ହେଲେ କିନ୍ତୁ ସେକ୍ସନାଲ କଟ ଅଫ ନୂତନ କରି ପ୍ରୟୋଗ କରାଗଲା। ତେଣୁ ଆୟୋଗ ନିଜର କ୍ଷମତା ପ୍ରୟୋଗ କରି ଦିନକୁ ଦିନ ପରୀକ୍ଷାରେ ସଂସ୍କାର ଆଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନର୍ମାଲାଇଜେସନ ପଦ୍ଧତି ଯେମିତି କିଛି ପିଲାଙ୍କୁ ସୁହାଇଲା ବେଳେ ଅନ୍ୟ ପିଲାମାନଙ୍କୁ ନିରାଶ କରେ ସେହିପରି ଆଜିର ୨୦୨୨ ବ୍ୟାଚ ଏଏସ୍ଓ ପରୀକ୍ଷାର୍ଥୀ ପ୍ରଥମ ଥର ପାଇଁ ସେକସନାଲ କଟଅଫର ସମ୍ମୁଖୀନ ହୋଇଛନ୍ତି ଯାହାକି ବ୍ୟାଙ୍କ ଏବଂ ଅନ୍ୟ କିଛି ପରୀକ୍ଷାରେ ଏହି ବ୍ଯବସ୍ଥା ବହୁ ଆଗରୁ ପ୍ରଚଳିତ। କେବଳ ତଫାତ୍ ଯେ ପରୀକ୍ଷାର୍ଥୀ ପୂର୍ବରୁ ଏନେଇ ସଚେତନ ଥାଏ। ତେବେ ନିୟମ ଯାହା ବି ଥାଉ, ବୋର୍ଡ ପରୀକ୍ଷାରେ ଯେମିତି ଗୋଟିଏ ବିଷୟରେ ଫେଲ ହେଲେ ପିଲାଟି ଫେଲ ହୋଇଯାଏ, ସେହିପରି ଗୋଟିଏ ବିଷୟରେ ଜଣେ ପିଲା ଯଦି ମିନିମମ୍ ମାର୍କ ରଖି ନପାରିବ, ତେବେ ସେଭଳି ପିଲା ସଚିବାଳୟର ଏଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ଚୟନ ହେବା ଅନୁଚିତ। କିନ୍ତୁ ହଁ ସବୁ ନିୟମ ପରୀକ୍ଷା ଆରମ୍ଭରୁ ପିଲାମାନଙ୍କୁ ଜଣାଇଦେଲେ ବୋଧହୁଏ ଆଜି ପିଲାମାନେ ରାଜରାସ୍ତାକୁ ଆସିନଥାନ୍ତେ।
ତଥାପି ସମସ୍ତଙ୍କୁ ଫଳାଫଳ କୁ ସ୍ୱୀକାର କରିବାକୁ ପଡିବ। ନିଜର ପ୍ରସ୍ତୁତି ଆହୁରି ଭଲ ହେବା ଦରକାର। କେବଳ ପଢିଲେ ହିଁ ସଫଳତା ମିଳେ କିନ୍ତୁ ପ୍ରତିଦିନ ୟୁଟ୍ୟୁବରେ ଅପଡେଟ ଦେଖିଲେ ଓ ଫାଲତୁ ଆଲୋଚନା କଲେ ଯେ ଚାକିରୀ ମିଳେନାହିଁ ତାହା ମଧ୍ଯ ବୁଝିବାକୁ ପଡିବ। ଆଶା କରେ ସମସ୍ତେ ନିଜ ନିଜର ଲକ୍ଷ୍ଯ ସ୍ଥଳରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିବେ। ନିରାଶା ରୁ ବାହାରି ନୂତନ ଆଶା ସହିତ ପ୍ରସ୍ତୁତି ଚଳାଇବେ।
କିନ୍ତୁ ହଁ, ଚୁଡାନ୍ତ ଫଳ ବାହାରିବା ପରେ Answer Key ଅନୁସାରେ ଯଦି ଆପଣ ଅଧିକ ମାର୍କ ରଖିଥିବେ ତେବେ ଅଦାଲତର ଆଶ୍ରୟ ନେଇପାରିବେ।
1 comment:
Thank you so much Sir, Those who are genuine candidates they are selected in written test. Sir, you all previous aso strategy, time table and all things are helped me a lot. Thank you once again Sir.
Do blessings us for next processes and for the final result. 🙏🙏🙏
Thank you sir,
Prakash Swain
Post a Comment