ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସଚିବାଳୟ ଲେଖକ ପରିଷଦର ସାରସ୍ୱତ ଆସର ଅନୁଷ୍ଠିତ
******
ଭୁବନେଶ୍ୱର - ତା ୦୯.୦୩ । ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସଚିବାଳୟ ଲେଖକ ପରିଷଦର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ନାଟ୍ୟକାର ,ନିର୍ଦ୍ଦେଶକ ପୀୟୂଷ ରଞ୍ଜନ ପରିଡ଼ା । ସଂଯୋଜନା କରିଥିଲେ ବିଜନବାଳା ପାଟଯୋଷି । ଏହି ଅବସରରେ ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ପୀୟୂଷ ରଞ୍ଜନ ପରିଡା,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ବିଜନବାଳା ପାଟଯୋଷି ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ କବିତା ପାଠ କରିଥିଲେ । ପରିଷଦର ବାର୍ଷିକ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଆସନ୍ତା ମାସରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରଶ୍ମିତା ମହାନ୍ତ । ପରିଷଦର ୟୁ ଟ୍ୟୁବ ପତ୍ରିକା "Pahacha" ର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ଅନୁରୋଧ କରିଥିଲେ ।
***

No comments:
Post a Comment