19169 Dt.04.07.2024
Pages
- Home
- About Us
- Secretariat
- Departments
- Assembly
- 7th PAY
- G.I.S.
- DA/DR
- NPS
- GA Quarter
- OSSA
- HOLIDAYS
- ASO EXAM-2021
- Recruitment Rules
- Restructuring
- Gradation List
- Promotion
- Retirement
- Vacancy
- OSS - 2024
- OSS Officers
- O.S.T.I. ::::::
- Introduction
- Faculties
- Guest Faculty
- Training Calendar
- Study Tour
- Group Photo
- Trainees
- OSTI Notifications
- OTHERS ::::::
- PA/PS Cadre
- Typist Cadre
- DEO Cadre
- GENERAL ELECTION 2024
Showing posts with label Contractual Recruitment. Show all posts
Showing posts with label Contractual Recruitment. Show all posts
Friday, 5 July 2024
Monday, 19 June 2023
Thursday, 27 April 2023
Tuesday, 3 January 2023
Wednesday, 16 November 2022
Regularisation of Contractual employees : Pay fixation procedure in Odia
ତା ୧୭। ୧୦। ୨୦୨୨ ରିଖ ଠାରୁ ରାଜ୍ଯର ସମସ୍ତ ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ମାନଙ୍କୁ ନିୟମିତ ହାରରେ ବେତନ ଦିଆଯିବ। ଏଥିପାଇଁ ନିୟମାବଳୀ ନିମ୍ନରେ ଦିଆଗଲା।
GA & PG Deptt 31968 Dt.14.11.2022
୧) ଯଦି ଜଣେ ଗ୍ରୁପ-ସି କର୍ମଚାରୀ ୨୦୧୪ ମସିହାରେ ଚାକିରୀରେ ଯୋଗ ଦେଇଥାଏ, ତେବେ ପ୍ରତି ବର୍ଷର ବେସିକ୍ ପେ ନିମ୍ନରେ ଦିଆଗଲା।
୨୦୧୪ ବର୍ଷ : ୫୨୦୦ + ୧୯୦୦ = ୭୧୦୦
୨୦୧୫ ବର୍ଷ : ୭୧୦୦ + ୩% ବ୍ରୁଦ୍ଧି = ୭୩୧୩ --> ୭୩୨୦
୨୦୧୬ ବର୍ଷ : ୭୩୨୦ × ୨.୫୭ = ୧୮୮୧୩ -->୧୯୯୯୦ (C1, L4)
୨୦୧୭ ବର୍ଷ : ୨୦୫୦୦
୨୦୧୮ ବର୍ଷ : ୨୧୧୦୦
୨୦୧୯ ବର୍ଷ : ୨୧୭୦୦
୨୦୨୦ ବର୍ଷ : ୨୨୪୦୦
୨୦୨୧ ବର୍ଷ : ୨୩୧୦୦
୨୦୨୨ ବର୍ଷ : ୨୩୮୦୦
Regularisation of Contractual employees : Pay fixation procedure
1. The Odisha Group-B posts (Contractual Appointment) Rules, 2013 and the Odisha Group "C" and Group "D" posts (Contractual Appointment) Rules,2013 have been repealed by the Odisha Group "B", "C" and Group "D" posts (Repeal and Special Provisions) Rules, 2022 issued vide Notification No.29076 dated 16.10.2022 which have come into force from 17.10.2022 (i.e. the date of publication of the said rules in the Odisha Gazette).
Sunday, 16 October 2022
Speech of Hon'ble CM on abolishing Contractual Recruitment System
Contractual Recruitment ଉଚ୍ଛେଦ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଘୋଷଣା ସମ୍ବନ୍ଧୀତ ସମ୍ପୂର୍ଣ୍ଣ ବାର୍ତ୍ତା ଦେଖିବା ପାଇଁ କ୍ଲିକ୍ କରନ୍ତୁ: https://t.co/C1TtBsGV95
------ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ------
"ପ୍ରିୟ ଭାଇ ଓ ଭଉଣୀମାନେ,
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର।
ଆପଣମାନଙ୍କ ଆଶୀର୍ବାଦ ରେ ୨୦୦୦ ମସିହାରେ ମୁଁ ଓଡିଶା ମାଆର ସେବା କରିବାର ସୁଯୋଗ ପାଇଥିଲି। ମହାବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ଦୂର୍ବଳ ଅର୍ଥ ବ୍ୟବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା। ରାଜ୍ୟ ଓଭରଡ୍ରାଫ୍ଟରେ ଚାଲୁଥିଲା। ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଓଡିଶା ଅର୍ଥନୀତି ପାଇଁ ଏହା କଳା ସମୟ ଥିଲା।
ରାଜକୋଷ ପୁରା ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ବନ୍ଯା, ବାତ୍ଯା, ମରୁଡି ସବୁବେଳେ ଲାଗିରହିଥିଲା। ଗରୀବି ଅଧିକ ଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କ୍ରୁଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ବି ଆମେ ବହୁତ ପଛୁଆ ଥିଲୁ। Limited Resources ଭିତରେ ଏ ସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମର ସବୁଠାରୁ ବଡ ପ୍ରାରମ୍ଭିକତା।
ସେତେବେଳେ ସରକାରୀ ନିଯୁକ୍ତି ପୁରାପୁରି ବନ୍ଦ ଥିଲା ଓ post ସବୁ abolish କରିବାକୁ ପଡୁଥିଲା। ଏହା ମୋ ପାଇଁ ବହୁତ କଷ୍ଟକର ଥିଲା । ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା। ପ୍ରତିଦିନ ମୋ ମନରେ ଚିନ୍ତା ଥିଲା କେବେ ପରିସ୍ଥିତି ରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ Regular Recruitment ପାଇବେ।
ଆପଣମାନଙ୍କ ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ସବୁବେଳେ ଆମର ବଡ ଶକ୍ତି। Good Financial Management ଏବଂ Good Governance ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ ରେ ଆମେ Contractual Recruitment ଆରମ୍ଭ କଲୁ। ଏହା ମଧ୍ଯ ମୋପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା। ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି। ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ଆଣିଛି। ଗତବର୍ଷ ଆମେ Contractual Recruitment କୁ change କରି Initial Appointees କରିଥିଲୁ। ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ, ଆଜି ରାଜ୍ଯ କ୍ୟାବିନେଟ Contractual Recruitment System କୁ ସବୁଦିନ ପାଇଁ abolish କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ବି ଅନେକ ରାଜ୍ଯ ରେ Regular Recruitment ବନ୍ଦ ଅଛି। Contractual Appointment ଚାଲିଛି। ଓଡିଶାରେ କିନ୍ତୁ Contractual Recruitment ର ଯୁଗ ଶେଷ ହେଲା। ସବୁ Contractual Recruitment regular ହେବ। ବହୁଦିନ ଧରି ଏହି ଦିନକୁ ମୁଁ ଅପେକ୍ଷା କରିଥିଲି । ଆସନ୍ତାକାଲି ଏଥିପାଇଁ notification ହେବ । ୫୭୦୦୦ ରୁ ଅଧିକ କର୍ମଚାରୀ ରେଗୁଲାର ହେବେ। ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।ଏହିସବୁ କର୍ମଚାରୀ ମାନଙ୍କ ପରିବାର ପାଇଁ ଏହା ଆଗୁଆ ଦିପାବଳୀ ଆଣିବ।
ଆଜି ଓଡିଶା confidentର ସହ ଆଗକୁ ବଢୁଛି। ସ୍ୱପ୍ନ ସତ ହେଉଛି। ଓଡିଶା ଇତିହାସର ଏହା ଏକ Golden Moment. ସରକାରୀ କର୍ମଚାରୀମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ। ଦାୟିତ୍ୱ ପାଳନ କରିବା ବେଳେ ସରକାରଙ୍କ 5T Initiative ; Team work, Technology, Transparency, Time and Transformation କୁ follow କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜ୍ବଳ କରନ୍ତୁ ଏବଂ ଓଡିଶାର ରୁପାନ୍ତରଣରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତୁ।
- ବନ୍ଦେ ଉତ୍କଳ ଜନନୀ"
# Please ignore typing error.
# Some letters/words may not match with exact speech.
# Prepared from the video clip posted twitter by I&PR Deptt.
Saturday, 15 October 2022
Historic Announcement by Hon'ble CM : Contractual Appointment abolished
ମାତ୍ର ଦୁଇଦିନ ତଳେ ଖୁସି ଖବର ମିଳିବ କହିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଯେ ଏତେ ଶୀଘ୍ର ଏପରି ଏକ ଖୁସି ଘୋଷଣା କରିବେ, ତାହା ବିଶ୍ୱାସ ଲାଗୁନଥିଲେ ମଧ୍ଯ ସାରା ରାଜ୍ଯର ପ୍ରାୟ ୭୦୦୦୦ କର୍ମଚାରୀ ଆଜି ଆଗୁଆ ଦିପାବଳୀ ଉପହାର ପାଇବା ଭଳି ଅନୁଭବ କରୁଛନ୍ତି।
ଗ୍ରୁପ୍ - ବି ଓ ଗ୍ରୁପ୍ - ସି ନିଯୁକ୍ତି କ୍ଷେତ୍ରରେ ୨୦୧୩ ମସିହାରୁ ପ୍ରଚଳିତ ଚୁକ୍ତି ଭିତ୍ତିକ ନିୟମକୁ ଉଚ୍ଛେଦ ପାଇଁ ଆଜି ରାଜ୍ଯ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏ ସଂକ୍ରାନ୍ତରେ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିର କ୍ୟାବିନେଟ ପରେ ସଂଧ୍ଯା ୬:୩୦ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ଯ ବାସୀଙ୍କ ଉଦ୍ଦେଶ୍ଯରେ ନିଜର ବାର୍ତ୍ତା ରଖି ଚୁକ୍ତି ଭିତ୍ତିକ ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଥିବା ଘୋଷଣା କରିଥିଲେ।
ତେବେ ଯେଉଁମାନେ ୬ ବର୍ଷ ଚାକିରୀ କରି ନିୟମିତ ହୋଇସାରିଲେଣି ଏବଂ ଯେଉଁମାନେ ୬ ବର୍ଷ ରୁ କମ୍ ସମୟ ଚାକିରୀ ରେ ଅଛନ୍ତି, ସେମାନଙ୍କ ପାଇଁ କଣ ବ୍ୟବସ୍ଥା ଅଛି ତାହା ଜାଣିବା ପାଇଁ ଆସନ୍ତାକାଲିର ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ ପଡିବ।
ଠିକା ନିଯୁକ୍ତି ଉଚ୍ଛେଦ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଘୋଷଣା ସମ୍ବନ୍ଧୀତ ସମ୍ପୂର୍ଣ୍ଣ ବାର୍ତ୍ତା ଦେଖିବା ପାଇଁ ନିମ୍ନ କ୍ଲିକ୍ କରନ୍ତୁ: https://youtu.be/OFHBnEqY8VU
Subscribe to:
Posts (Atom)