Saturday 15 October 2022

Historic Announcement by Hon'ble CM : Contractual Appointment abolished

ମାତ୍ର ଦୁଇଦିନ ତଳେ ଖୁସି ଖବର ମିଳିବ କହିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଯେ ଏତେ ଶୀଘ୍ର ଏପରି ଏକ ଖୁସି ଘୋଷଣା କରିବେ, ତାହା ବିଶ୍ୱାସ ଲାଗୁନଥିଲେ ମଧ୍ଯ ସାରା ରାଜ୍ଯର ପ୍ରାୟ ୭୦୦୦୦ କର୍ମଚାରୀ ଆଜି ଆଗୁଆ ଦିପାବଳୀ ଉପହାର ପାଇବା ଭଳି ଅନୁଭବ କରୁଛନ୍ତି। 
ଗ୍ରୁପ୍ - ବି ଓ ଗ୍ରୁପ୍ - ସି ନିଯୁକ୍ତି କ୍ଷେତ୍ରରେ ୨୦୧୩ ମସିହାରୁ ପ୍ରଚଳିତ ଚୁକ୍ତି ଭିତ୍ତିକ ନିୟମକୁ ଉଚ୍ଛେଦ ପାଇଁ ଆଜି ରାଜ୍ଯ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏ ସଂକ୍ରାନ୍ତରେ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିର କ୍ୟାବିନେଟ ପରେ ସଂଧ୍ଯା ୬:୩୦ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ଯ ବାସୀଙ୍କ ଉଦ୍ଦେଶ୍ଯରେ ନିଜର ବାର୍ତ୍ତା ରଖି ଚୁକ୍ତି ଭିତ୍ତିକ ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଥିବା ଘୋଷଣା କରିଥିଲେ। 
ତେବେ ଯେଉଁମାନେ ୬ ବର୍ଷ ଚାକିରୀ କରି ନିୟମିତ ହୋଇସାରିଲେଣି ଏବଂ ଯେଉଁମାନେ ୬ ବର୍ଷ ରୁ କମ୍ ସମୟ ଚାକିରୀ ରେ ଅଛନ୍ତି, ସେମାନଙ୍କ ପାଇଁ କଣ ବ୍ୟବସ୍ଥା ଅଛି ତାହା ଜାଣିବା ପାଇଁ ଆସନ୍ତାକାଲିର ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ ପଡିବ। 
ଠିକା ନିଯୁକ୍ତି ଉଚ୍ଛେଦ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଘୋଷଣା ସମ୍ବନ୍ଧୀତ ସମ୍ପୂର୍ଣ୍ଣ ବାର୍ତ୍ତା ଦେଖିବା ପାଇଁ ନିମ୍ନ କ୍ଲିକ୍ କରନ୍ତୁ:  https://youtu.be/OFHBnEqY8VU
Photo : Twitter@inpr

No comments: