Friday 7 October 2022

Three jobs in three years : Debabrat Kar, an inspiration...

ଦେବବ୍ରତ କର : ASO-2018  ରେ ୪ର୍ଥ ସ୍ଥାନ , OMAS-2019 ରେ ୫ମ ସ୍ଥାନ  ଏବଂ  OCS-2020 ରେ ୪ର୍ଥ ସ୍ଥାନ 
ଯଦିଓ ବହୁତ କମ୍ ଦିନ ପାଇଁ ମୋ ସହିତ ପରିଚିତ, ତଥାପି ତିନି ବର୍ଷ ରେ ଏଭଳି  ତିନୋଟି ସଫଳତା ଦେଖି ଦୁଇପଦ ଲେଖିବା ପାଇଁ ବାଧ୍ଯ ହେଲି। ୨୦୧୮ ମସିହାରେ ରାଜ୍ୟ ସଚିବାଳୟର ନିର୍ମାଣ ବିଭାଗରେ ସହାୟକ ଉପବିଭାଗ ଅଧିକାରୀ ଭାବେ ଯୋଗ ଦେଇଥିବା ଶ୍ରୀ କର ଜଣେ ସାହିତ୍ୟପ୍ରେମୀ, ଆଧ୍ଯାତ୍ମିକ ବିଶ୍ୱାସୀ ତଥା ମିଷ୍ଟଭାଷୀ ବ୍ୟକ୍ତିତ୍ୱ। ନିଜର ନିଷ୍ଠା, ପରିଶ୍ରମ ଯୋଗୁଁ ଗତ ତିନି ବର୍ଷରେ ତିନିଟା ଭଲ ସରକାରୀ ଚାକିରୀ, ତାହା ପୁଣି ଭଲ ରାଙ୍କିଙ୍ଗ୍ ରେ। 

ସଚିବାଳୟ ସହାୟକ ଉପବିଭାଗ ଅଧିକାରୀ (ASO- 2018) ଭାବେ ୪ର୍ଥ ସ୍ଥାନ, ଓଡିଶା ପୌରପାଳିକା ପ୍ରଶାସନିକ ସେବା (OMAS-2019) ରେ ୫ମ ସ୍ଥାନ ଏବଂ ଓଡିଶା ବେସାମରିକ ସେବା (OCS-2020) ରେ ୪ର୍ଥ ସ୍ଥାନ  ହାସଲ କରିବା ତାଙ୍କର ଦକ୍ଷତା ପ୍ରମାଣ କରିବାକୁ ଯଥେଷ୍ଟ। 
ତାଙ୍କର ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହିତ ଏକ ଉଜ୍ଜ୍ବଳ ଭବିଷ୍ଯତ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା। 

No comments: