Sunday 16 October 2022

Speech of Hon'ble CM on abolishing Contractual Recruitment System

Contractual Recruitment ଉଚ୍ଛେଦ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଘୋଷଣା ସମ୍ବନ୍ଧୀତ ସମ୍ପୂର୍ଣ୍ଣ ବାର୍ତ୍ତା ଦେଖିବା ପାଇଁ କ୍ଲିକ୍ କରନ୍ତୁ: https://t.co/C1TtBsGV95

------ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ------

"ପ୍ରିୟ ଭାଇ ଓ ଭଉଣୀମାନେ,
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର। 

ଆପଣମାନଙ୍କ ଆଶୀର୍ବାଦ ରେ ୨୦୦୦ ମସିହାରେ ମୁଁ ଓଡିଶା ମାଆର ସେବା କରିବାର ସୁଯୋଗ ପାଇଥିଲି। ମହାବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ଦୂର୍ବଳ ଅର୍ଥ ବ୍ୟବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା। ରାଜ୍ୟ ଓଭରଡ୍ରାଫ୍ଟରେ ଚାଲୁଥିଲା। ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଓଡିଶା ଅର୍ଥନୀତି ପାଇଁ ଏହା କଳା ସମୟ ଥିଲା। 

ରାଜକୋଷ ପୁରା ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ବନ୍ଯା, ବାତ୍ଯା, ମରୁଡି ସବୁବେଳେ ଲାଗିରହିଥିଲା। ଗରୀବି ଅଧିକ ଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କ୍ରୁଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ବି ଆମେ ବହୁତ ପଛୁଆ ଥିଲୁ। Limited Resources ଭିତରେ ଏ ସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମର ସବୁଠାରୁ ବଡ ପ୍ରାରମ୍ଭିକତା। 

ସେତେବେଳେ ସରକାରୀ ନିଯୁକ୍ତି ପୁରାପୁରି ବନ୍ଦ ଥିଲା ଓ post ସବୁ abolish କରିବାକୁ ପଡୁଥିଲା। ଏହା ମୋ ପାଇଁ ବହୁତ କଷ୍ଟକର ଥିଲା । ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା। ପ୍ରତିଦିନ ମୋ ମନରେ ଚିନ୍ତା ଥିଲା କେବେ ପରିସ୍ଥିତି ରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ  Regular Recruitment ପାଇବେ। 

ଆପଣମାନଙ୍କ ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ସବୁବେଳେ ଆମର ବଡ ଶକ୍ତି। Good Financial Management ଏବଂ Good Governance ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ ରେ ଆମେ Contractual Recruitment  ଆରମ୍ଭ କଲୁ। ଏହା ମଧ୍ଯ ମୋପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା। ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି। ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ଆଣିଛି। ଗତବର୍ଷ ଆମେ Contractual Recruitment କୁ change  କରି Initial Appointees କରିଥିଲୁ। ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ, ଆଜି ରାଜ୍ଯ କ୍ୟାବିନେଟ Contractual Recruitment System କୁ ସବୁଦିନ ପାଇଁ abolish କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ବି ଅନେକ ରାଜ୍ଯ ରେ Regular Recruitment ବନ୍ଦ ଅଛି। Contractual Appointment ଚାଲିଛି। ଓଡିଶାରେ କିନ୍ତୁ Contractual Recruitment ର ଯୁଗ ଶେଷ ହେଲା। ସବୁ Contractual Recruitment regular ହେବ। ବହୁଦିନ ଧରି ଏହି ଦିନକୁ ମୁଁ ଅପେକ୍ଷା କରିଥିଲି । ଆସନ୍ତାକାଲି ଏଥିପାଇଁ notification ହେବ । ୫୭୦୦୦ ରୁ ଅଧିକ କର୍ମଚାରୀ ରେଗୁଲାର ହେବେ। ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।ଏହିସବୁ କର୍ମଚାରୀ ମାନଙ୍କ ପରିବାର ପାଇଁ ଏହା ଆଗୁଆ ଦିପାବଳୀ ଆଣିବ। 

ଆଜି ଓଡିଶା confidentର ସହ ଆଗକୁ ବଢୁଛି। ସ୍ୱପ୍ନ ସତ ହେଉଛି। ଓଡିଶା ଇତିହାସର ଏହା ଏକ Golden Moment. ସରକାରୀ କର୍ମଚାରୀମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ। ଦାୟିତ୍ୱ ପାଳନ କରିବା ବେଳେ ସରକାରଙ୍କ 5T Initiative ;  Team work, Technology, Transparency, Time and Transformation କୁ follow କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜ୍ବଳ କରନ୍ତୁ ଏବଂ ଓଡିଶାର ରୁପାନ୍ତରଣରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତୁ।

- ବନ୍ଦେ ଉତ୍କଳ ଜନନୀ"

# Please ignore typing error. 
# Some letters/words may not match with exact speech. 
# Prepared from the video clip posted twitter by I&PR Deptt. 

No comments: