Friday, 7 October 2022

OPSC ASO Examination Result !!

ଗତ ତା.୨୭.୦୮.୨୦୨୨ରିଖରେ ହୋଇଥିବା ସଚିବାଳୟ ଏଏସ୍ଓ ପରୀକ୍ଷାର ଫଳାଫଳ ପାଇଁ ପ୍ରାୟ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଥିବେ। ଓଡ଼ିଶା ଲୋକସେବା ଆୟୋଗ ତରଫରୁ ନଭେମ୍ବର ମାସ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମାପ୍ତ କରିବେ ବୋଲି କୁହାଯାଇଛି। ତେଣୁ ଅକ୍ଟୋବର ଶେଷ ସୁଦ୍ଧା ଲିଖିତ ପରୀକ୍ଷା ଫଳାଫଳ ନିଶ୍ଚିତ ବୋଲି ଆଶା କରାଯାଉଛି। ଗତ ୩ଟି ନିଯୁକ୍ତି ପ୍ରକ୍ରିୟା କୁ ଦେଖିଲେ ଲିଖିତ ପରୀକ୍ଷା ଓ ତାର ଫଳାଫଳ ମଧ୍ୟରେ ଯେତେ ବ୍ୟବଧାନ ଅଛି, ଚଳିତ ବର୍ଷ କିନ୍ତୁ ସବୁଠାରୁ ଶୀଘ୍ର ପ୍ରକ୍ରିୟା ଶେଷ ହେବାନେଇ ସମସ୍ତେ ଆଶାବାଦୀ। 

ଏହି ବ୍ୟବଧାନ ୨୦୧୧ ରେ ୨୫୦ ଦିନ, ୨୦୧୩ ରେ ୧୨୪ ଦିନ ଏବଂ ୨୦୧୮ ରେ ୯୯ ଦିନ ହୋଇଥିଲା। ତେଣୁ ୨୦୨୧ ନିଯୁକ୍ତି ପାଇଁ ଏହି ବ୍ୟବଧାନ ପ୍ରାୟ ୫୦-୬୦ ଦିନରେ ହେଇପାରିବ ବୋଲି ଆଶା। ସେହି କ୍ରମରେ ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ଫଳ ବାହାରିବା ଆଶା କରାଯାଇପାରେ। ସବୁ ଠିକ୍ ଠାକ୍ ଚାଲିଲେ ପରବର୍ତ୍ତୀ ୧୫ ଦିନ ଭିତରେ କମ୍ପ୍ୟୁଟର ପରୀକ୍ଷା ହୋଇ ନଭେମ୍ବର ୩ୟ ସପ୍ତାହ ରେ ଚୁଡାନ୍ତ ଫଳ ବାହାରି ପାରିବ। 


ସଚିବାଳୟ ରେ ନିୟମିତ ପଦୋନ୍ନତି ତଥା ଅବସର ଯୋଗୁଁ ମୂଳ ପଦବୀ, ଏଏସ୍ଓ ରେ ୮୫୦ ରୁ ଉର୍ଦ୍ଧ୍ବ ପଦବୀ ଖାଲି ରହିଛି। ଫଳରେ ସରକାରୀ କାର୍ଯ୍ୟ ଭଲରେ ହେବା ପାଇଁ ଏହି ୭୯୬ ଏଏସ୍ଓ କାର୍ଯ୍ୟରେ ଯୋଗଦେବା ଅତି ଜରୁରୀ। ତେଣୁ ୨୦୨୩ ମସିହା ଆରମ୍ଭ ବେଳକୁ ସଚିବାଳୟ ଏହି ଯୁବ ଅଧିକାରୀ ମାନଙ୍କୁ ନେଇ ଚଳଚଞ୍ଚଳ ହେଉଥିବାର ଦେଖାଯିବ। 

1 comment:

Unknown said...

Sir, apana cut-off ku nei kichi post karantu