Friday 14 October 2022

Good news for contractual employees in a month : Assurance from CM

ଖୁବଶୀଘ୍ର ଠିକା କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି।  ପ୍ରାୟ ଏକମାସ ଧରି ଚାଲିଥିବା ଆଶା, ଆଶଙ୍କା ଓ ପ୍ରତୀକ୍ଷା ପରେ ପୁଣି ଆଉ ଏକମାସ ଅପେକ୍ଷା କରିବାକୁ ପଡିବ କିନ୍ତୁ ଖୁସି ଖବର ମିଳିବ। ଆଜି ଅପରାହ୍ନରେ ଠିକା କର୍ମଚାରୀ ସଂଘର ପ୍ରତିନିଧିଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ବୈଠକରେ ସଂଘର ଦାବି ଉପରେ ଆଲୋଚନା କରାଯାଇ କିଛି ନିଷ୍କର୍ଷ ବାହାରିଲା ଭଳି ଖୁସି ଖବର ମିଳୁଛି। ହେଲେ ଏତିକି ନିଶ୍ଚିତ କରାଯାଉଛି ଯେ, ଆସନ୍ତା ଏକମାସ ମଧ୍ୟରେ ସରକାର ଖୁସି ଖବର ଘୋଷଣା କରିବେ। 




ସଂଘର ଦୁଇଟି ଦାବୀ :

୧) ନିଯୁକ୍ତି କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିୟମ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉ

୨) ଛଅ ବର୍ଷର ଚୁକ୍ତି ନିଯୁକ୍ତି ସମୟକୁ ଚାକିରୀ ସମୟରେ ଗଣାଯାଉ। 

ଆଲୋଚନା ପୂର୍ବରୁ ସଂଘ ନେତୃତ୍ବର କହିବା ଅନୁଯାୟୀ ସରକାର ଉପରୋକ୍ତ ଦୁଇ ଦାବୀକୁ ଯଥାଯଥ ମାନିଥିଲେ ମଧ୍ଯ ଚୁକ୍ତି ଭିତ୍ତିକ ନିୟମ ସପୂର୍ଣ୍ଣ ଉଚ୍ଛେଦ ହେଲେ  ରାଜ୍ଯ ରାଜକୋଷରୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବାର ଆଶଙ୍କାରେ ଟିକେ କୁଣ୍ଠାବୋଧ କରୁଛନ୍ତି। କିନ୍ତୁ ଦ୍ୱିତୀୟ ଦାବୀ ପାଇଁ ସମ୍ପୂର୍ଣ୍ଣ ସହମତି ଦେଇଥିବା କୁହାଯାଉଅଛି। 

ସରକାରୀ ପ୍ରତିଶ୍ରୁତି : 

ତେଣୁ ଯଦି ସଂଘ ନେତ୍ରୁତ୍ଵଙ୍କ କହିବା ଅନୁଯାୟୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ସଂଘ ନେତ୍ରୁତ୍ଵଙ୍କୁ ଖୁବ୍ ଶୀଘ୍ର ଖୁସି ଖବର ପାଇବ ବୋଲି କହିଛନ୍ତି। ଦ୍ୱିପାବଳୀରେ ଘୋଷଣା ହେବ କି ବୋଲି ପ୍ରଶ୍ନର ଉତ୍ତର ରେ କେବଳ ଖୁବ୍ ଶୀଘ୍ର ବୋଲି କୁହାଯାଇଛି। ଗତକାଲିର ଆଲୋଚନାରେ ସରକାରଙ୍କ ତରଫରୁ ସଂଘ କର୍ମକର୍ତ୍ତାଙ୍କୁ ଡକାଇ ଏଭଳି କିଛି ଆଶ୍ୱାସନା ଦିଆଯାଇଥିବାରୁ ରାଜ୍ୟର ପ୍ରାୟ ୭୦୦୦୦ କର୍ମଚାରୀ ନିଶ୍ଚିତ ଭାବେ ଖୁସି ଅନୁଭବ କରୁଥିବେ। କେବଳ ଆସନ୍ତା ଏକ ମାସ ମଧ୍ୟରେ ସରକାର କେଉଁ ସମୟରେ କେଉଁ ଘୋଷଣା କରିବେ ତାକୁ ହିଁ ଅପେକ୍ଷା। 

ସପୂର୍ଣ ଚୁକ୍ତି ଭିତ୍ତିକ ନିୟମ ଉଚ୍ଛେଦ ହେବା ସମସ୍ତେ ଚାହାଁନ୍ତି କିନ୍ତୁ ଯାହା ଆଶା କରାଯାଏ, ସରକାର ଚାହିଁଲେ ଅତି କମରେ ନିମ୍ନ ଘୋଷଣା ଗୁଡିକ କରିପାରନ୍ତି। 

୧) ଛଅ ବର୍ଷର ଚୁକ୍ତି ନିଯୁକ୍ତି ସମୟକୁ ଚାକିରୀ ସମୟରେ ଗଣାଯିବ

୨) ଛଅ ବର୍ଷ ପରେ ନିୟମିତ ହୋଇସାରିଥିଲେ, ୬ଟି ଇନକ୍ରିମେଣ୍ଟ ମିଳିବ

୩) ନିୟମରେ ସଂଶୋଧନ କରି  ଚୁକ୍ତି ଭିତ୍ତିକ ଅବଧିକୁ ୬ ବର୍ଷ ରୁ କମାଇ ୩ ବର୍ଷ କରାଯିବ

କିନ୍ତୁ ରାଜ୍ଯ ସରକାର ସବୁବେଳେ ସରପ୍ରାଇଜ ଦିଅନ୍ତି। ଆଶା ଠାରୁ ଅଧିକ ମଧ୍ଯ ଦେଇପାରନ୍ତି। ତେଣୁ ଘୋଷଣା ପୂର୍ବରୁ କିଛି ପୂର୍ବାନୁମାନ କରିବା ସମ୍ଭବ ନୁହେଁ। 

ଏହି ସମ୍ବନ୍ଧୀୟ କିଛି ଖବର -

No comments: