Saturday 6 November 2021

High Court ASO 2nd round Exam : Objective or Subjective??

ନିକଟରେ ହାଇକୋର୍ଟ ଏଏସ୍ଓ ନିଯୁକ୍ତି ର ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ କ୍ରୁତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମଧ୍ଯରୁ ଅନେକ ପିଲା ଏକ ସାଧାରଣ ପ୍ରଶ୍ନ କରନ୍ତି ଯେ, ପରବର୍ତ୍ତୀ ପରୀକ୍ଷା କିଭଳି ଢାଞ୍ଚାର ହେବ? ଅର୍ଥାତ୍ Objective (MCQ) or Subjective (Written) ? ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅସଲି ନିଯୁକ୍ତି ବିଜ୍ଞାପନ କୁ ଦେଖିପାରିବେ।  (Click here for Advertisement) ଏଥିରେ ସଂପୂର୍ଣ୍ଣ ଭାବରେ Written Examination ହେବା ପାଇଁ ଲେଖାଯାଇଛି। ତିନୋଟି ବିଷୟରେ ୩୦୦ ମାର୍କ ବିଶିଷ୍ଟ ଏହି ପରୀକ୍ଷା ସମ୍ବନ୍ଧୀୟ ବିବରଣୀ ନିମ୍ନରେ ଦିଆଯାଇଛି। 
କିନ୍ତୁ ଅନେକ ପିଲାଙ୍କ ମନରେ ଆହୁରି ଦ୍ୱନ୍ଦ୍ୱ ଯେ, ସାଧାରଣ ଜ୍ଞାନ ଓ ରିଜୋନିଂ ପରୀକ୍ଷା ରେ କେମିତି ପ୍ରଶ୍ନ ଆସିବ? ଏଠାରେ ସୂଚନାଯୋଗ୍ୟ, ହାଇକୋର୍ଟ ର ଗତ ନିଯୁକ୍ତି ପରୀକ୍ଷା 2014 ମଧ୍ଯ ସଂପୂର୍ଣ୍ଣ Subjective ଥିଲା। ଏହାର ପ୍ରଶ୍ନ  ଚାହିଁଲେ ଦେଖିପାରିବେ। Click here for Previous Year Question. PDF

କିନ୍ତୁ ଏଥର ସଂପୂର୍ଣ୍ଣ ନୂଆ ଢାଞ୍ଚାର ୪-ସ୍ତରୀୟ ପରୀକ୍ଷା ହେଉଥିବାରୁ ପ୍ରାୟ ସମସ୍ତେ ଦ୍ୱନ୍ଦ୍ୱ ଭିତରେ ରହିବା ସ୍ୱଭାବିକ ।ତେଣୁ, କେବଳ ସିଲାବସ ଅନୁସାରେ ପ୍ରସ୍ତୁତି କରିବା ସହ ଏହି ନୂଆ ଶୈଳୀର ପରୀକ୍ଷା କୁ ଆତ୍ମବିଶ୍ୱାସ ସହିତ ସମ୍ମୁଖୀନ ହେବାକୁ ପଡିବ। 

No comments: