Thursday 25 November 2021

Recruitment of ASO and Model Code of Conduct

କିଛି ଦିନର ବ୍ୟବଧାନ ପରେ, ସଚିବାଳୟ ଏଏସ୍ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ମାନଙ୍କ ପାଇଁ ଆଉ ଗୋଟିଏ ସୂଚନା। ଦୀର୍ଘ ୧ ବର୍ଷ ଧରି ଏହି ପରୀକ୍ଷା ପାଇଁ ସବୁ ସ୍ତରରେ ଚର୍ଚ୍ଚା ଲାଗିରହିଛି। ନିକଟରେ ଅନ୍ୟାନ୍ୟ ପରୀକ୍ଷା ସବୁ ସରିଗଲାଣି । ତେଣୁ ଏବେ ପୁଣି ସମସ୍ତେ ସଚିବାଳୟ ଏଏସ୍ଓ ପାଇଁ ପ୍ରସ୍ତୁତ ହେବାକୁ ଯୋଜନା କଲେଣି। ଯଦିଓ ପରୀକ୍ଷା କିଏ କରିବ (OPSC) ଏବଂ କେତେ ପଦବୀ ବାହାରିବ (796) ସେସବୁର ଏକ ଚୁଡାନ୍ତ ନିର୍ଣ୍ଣୟ ହୋଇସାରିଛି, ତେବେ ପରବର୍ତ୍ତୀ ପ୍ରଶ୍ନ ଯାହା ପ୍ରାୟ ସମସ୍ତଙ୍କ ମନରେ ଅଛି, ତାହା ହେଲା ପରୀକ୍ଷା ସମୟ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତେ ଏହି ପରୀକ୍ଷା କୁ ନେଇ ସନ୍ଦିହାନ ଅବସ୍ଥାରେ ଅଛନ୍ତି। ତେଣୁ ଏହି ପୋଷ୍ଟ ମାଧ୍ୟମରେ ସମସ୍ତ ପରୀକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ଯରେ ନିର୍ବାଚନ ଆଚରଣ ବିଧି ତଥା ସରକାରୀ ନିଯୁକ୍ତି ଉପରେ ସମ୍ୟକ ଧାରଣା ଦେବାପାଇଁ ଚେ଼ଷ୍ଟା କରାଯାଇଛି। 

ଜାତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ  Compendium on Model Code of Conduct  ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, କେନ୍ଦ୍ର ତଥା ରାଜ୍ଯ ସରକାରଙ୍କ ବିଭିନ୍ନ ଲୋକସେବା ଆୟୋଗ ନିୟମିତ ପରୀକ୍ଷା ସବୁ ପରିଚାଳନା କରିପାରିବେ। କିନ୍ତୁ ଅନ୍ୟ କେତେକ କ୍ଷେତ୍ରରେ ନିର୍ବାଚନ ଆୟୋଗଙ୍କ ଅନୁମତି ଆଣିବାକୁ ପଡିବ। 


Page 22:
Sl. 11 - Regular recruitment/appointment or promotion through the UPSC, State Public Service Commissions or the Staff Selection Commission or any other statutory authority can continue. Recruitments through non-statutory bodies, will require prior clearance of the Commission.

Page 35 :
3.(vi) From the time elections are announced by Commission, Ministers and other authorities shall not –
(d) make any ad-hoc appointments in Government, Public Undertakings etc. which may have the effect of influencing the voters in favour of the party in power.

ତେଣୁ କୌଣସି ଦ୍ୱନ୍ଦ୍ୱ ନରଖି ନିଜର ପ୍ରସ୍ତୁତି ଜାରି ରଖନ୍ତୁ। ଯାହା ଖବର ଅଛି, ପ୍ରସ୍ତାବିତ ୭୯୬ ପଦବୀ ୨୦୨୧ ମସିହାର ଖାଲି ପଦବୀ ଅନୁସାରେ ତୟ ହୋଇଥିବାରୁ, ୨୦୨୧ ଡିସେମ୍ବର ୩୧ ପୂର୍ବରୁ ହିଁ ନିଯୁକ୍ତି ବିଜ୍ଞାପନ ବାହାରିବ। ଅପରପକ୍ଷରେ ସଚିବାଳୟରେ ବହୁ ବହୁସଂଖ୍ୟକ ମୂଳ ପଦବୀ ଖାଲି ଥିବାରୁ ଓପିଏସସିର ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ୱେ, ୨୦୨୨ ସୁଦ୍ଧା ୭୯୬ ଏଏସ୍ଓ ଚୟନ ପ୍ରକ୍ରିୟା ସାରି ନିଯୁକ୍ତି ଦିଆଯିବାକୁ ଚେଷ୍ଟା କରାଯିବ। 
# ବି.ଦ୍ର. ସବୁକିଛି ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। 

1 comment:

Unknown said...

Sir ,Any Idia Next ASO Exam kebe heba ?
Mora A year 1 jan 2021 Parjyanta Re 21
Age Hela Nahi .So I so Sad .So plz Tell Me
Next ASO Excepct Kebe Asiba ?🙏🏻🙏🏻