Friday 26 August 2022

ASO Examination : Countdown started

ସଚିବାଳୟ ଏଏସ୍ଓ ଭଳି ବହୁ ପ୍ରତୀକ୍ଷିତ ପରୀକ୍ଷା ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ବହୁ ଦିନର ଆଶା, ଆକାଙ୍କ୍ଷା, ପଦବୀ ବଢିବା କମିବା, ପରୀକ୍ଷା କେଉଁ ସଂସ୍ଥା କରିବ, ପରୀକ୍ଷା କେବେ ହେବ ଏଭଳି ଅନେକ ପ୍ରଶ୍ନର ଯବନିକା ପଡି ସରିଛି। ଶହେରୁ ଅଧିକ ୟୁଟ୍ୟୁବରେ ବର୍ଷ ତମାମ ଉପଦେଶ, ସମ୍ଭାବିତ ଖବର, ଟେଷ୍ଟ ସିରିଜ ଇତ୍ୟାଦି ସହାୟତା ପ୍ରଦାନ କରିବା ପାଇଁ ଚେ଼ଷ୍ଟା କରାଯାଇଛି। ହ୍ୱାଟ୍ସଆପ ତଥା ଟେଲିଗ୍ରାମ ରେ ଗ୍ରୁପ ସଂଖ୍ଯା ବି କିଛି କମ୍ ନୁହେଁ। କିନ୍ତୁ ସେସବୁର କିଏ କେତେ ଫାଇଦା ନେଇପାରିଛି ଆଉ କିଏ ମୂଳ ଲକ୍ଷରୁ ବିଚ୍ଯୁତ ହେଇ ଅଯଥା ସମୟ ନଷ୍ଟ କରିଛି ତାହା କାଲିର ପରୀକ୍ଷା ରୁ ଜଣାପଡିବ। ନିଜର ବର୍ଷ ତମାମ ପରିଶ୍ରମ, ପରିବାରର ସହାୟତା, ଭଗବାନଙ୍କ ଆଶୀର୍ବାଦ ହିଁ ଏହି ପରୀକ୍ଷାର ୨ ଲକ୍ଷ ପରୀକ୍ଷାର୍ଥୀ ଭିତରୁ ୭୯୬ ଜଣ ବାଛିବାରେ ସହାୟତା କରିବ। ଆଶା କରିବା କି ସମସ୍ତେ ସେମାନଙ୍କର  Best ଦେବେ। ସମସ୍ତଙ୍କୁ ଶୁଭକାମନା। 
ପରୀକ୍ଷା ତାରିଖ : ୨୭। ୦୮। ୨୦୨୨ (ଶନିବାର) 
ପରୀକ୍ଷା ସମୟ : ସକାଳ ୯:୦୦ ରୁ ଅପରାହ୍ନ ୪:୩୦

ପରୀକ୍ଷା ହଲ କୁ କ'ଣ କ'ଣ ନେବେ : 
1) Admit Card
2) Blue / Black Ball Point Pen
3) Identity Proof (both in original & photocopy

ପରୀକ୍ଷା ଶେଷରେ କ'ଣ ଦେଇକରି ଆସିବେ :
1) OMR Sheet (Original) 
2) Admit Card
3) Identity Proof  (photocopy) 

ପରୀକ୍ଷା ହଲରୁ କ'ଣ  ନେଇକରି ଆସିବେ :
1) ପ୍ରଶ୍ନପତ୍ର
2) OMR Sheet ର  Carbon Copy

For more details : 


No comments: