Sunday 28 August 2022

Important Orders regarding Answer Key, Individual Marks & Objections

ଗତକାଲି ଏଏସ୍ଓ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା। ଆଶାକରେ ସେମାନେ ବହୁତ ଭଲ କରିଥିବେ। ଏହି ପରୀକ୍ଷା କୁ ସମସ୍ତେ ଏତେ ସହଜ ଭାବୁଥିଲେ ମଧ୍ଯ, ବାସ୍ତବରେ ଓପିଏସସି ପରୀକ୍ଷାର Question Standard  କିଛି ମାତ୍ରାରେ ସ୍ୱତନ୍ତ୍ର। ସାମଗ୍ରିକ ଭାବେ ଏହି ପରୀକ୍ଷାରେ ହାରାହାରି ୨୪୦ ଗୋଟିଏ ଭଲ ମାର୍କ କିନ୍ତୁ ୨୫୦ ଏକ ସୁରକ୍ଷିତ ମାର୍କମାର୍କ ହେବ ବୋଲି ଆଶା କରାଯାଏ। ବିଭିନ୍ନ ଅନୁଷ୍ଠାନ ମାନେ ଏହାର ଉତ୍ତର ପ୍ରସ୍ତୁତ କରିସାରିଲେଣି। ପରୀକ୍ଷାର୍ଥୀ ମାନେ ସେଥିରୁ ହିସାବ କରିପାରିବେ କିମ୍ବା ନିଜେ ଉତ୍ତର ଖୋଜି ନିଜର  OMR Sheet ସହ ତୁଳନା କରି ମାର୍କ ହିସାବ କରିପାରିବେ। ଫଳରେ ନିଜେ ନିଜର ସ୍ଥାନ ବିଷୟରେ କିଛିଟା ଅନୁମାନ କରିହେବ। 

ତେବେ, ପରୀକ୍ଷା ସରିବା ପରେ ସମସ୍ତେ ପ୍ରାୟତଃ ଆଶ୍ୱସ୍ତ। ସବୁ ପ୍ରକାର କୋଳାହଳ ଏବେ ଶାନ୍ତ। ତେବେ ପରୀକ୍ଷାରେ ଭଲ କରିଥିବା ପରୀକ୍ଷାର୍ଥୀ ନିଜର ମାର୍କ  ଏବଂ ପରୀକ୍ଷାର ଉତ୍ତର (Answer Key) ସରକାରୀ ଭାବେ ଓପିଏସସି ଦ୍ୱାରା କେବେ ମିଳିବ ସେଥିପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।  ତଦ୍ ସହିତ କିଛି ପ୍ରଶ୍ନ ଭୁଲ ଥିବାରୁ ସେଥିପାଇଁ ଚିନ୍ତାରେ ଅଛନ୍ତି। ଏ ସବୁର ଉତ୍ତର ପାଇଁ ଓପିଏସସି ଦ୍ୱାରା ଏ ସଂକ୍ରାନ୍ତରେ ପୂର୍ବରୁ କେତୋଟି ନିଷ୍ପତ୍ତି ନିଆସରିଛି। 

Inviting Objections in respect of erroneous questions and answer options
ଯଦି କୌଣସି ପରୀକ୍ଷାରେ ପ୍ରଶ୍ନ ଭୁଲ ଥାଏ କିମ୍ବା ୪ ସମ୍ଭାବ୍ୟ ଉତ୍ତର ରେ ଅସୁବିଧା ଥାଏ ତେବେ ସେ ସଂକ୍ରାନ୍ତରେ ଅଭିଯୋଗ ଓପିଏସସିର ଇମେଲ opsc@nic.in କୁ ପରୀକ୍ଷାର ୩ ଦିନ ଭିତରେ ଜଣାଇ ପାରିବେ। 
Online Application & Technical Assistance:
ଓପିଏସସି ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ପାଇଁ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରାଯାଉଛି। କିଛି ଅସୁବିଧା ତଥା ଦ୍ୱନ୍ଦ୍ୱ ଆସିଲେ, ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ନିଶୁଳ୍କ ଟେଲିଫୋନ ନଂ- ୧୮୦୦-୩୪୫୬୭-୭୦ କିମ୍ବା ୧୫୫୩୩୫ କୁ କଲ କରିପାରିବେ। 

Display of marks of Candidates in website:
- ଚୁଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ହିଁ ସର୍ବନିମ୍ନ ମାର୍କ (Cut Off Mark) ଓ ଉତ୍ତର  (Answer Key) ପ୍ରକାଶ କରାଯିବ। 
- ମେରିଟ ଲିଷ୍ଟରେ କାହାର ମାର୍କ ପ୍ରକାଶ ପାଇବ ନାହିଁ। 
- ଓପିଏସସି କେବଳ ବ୍ୟକ୍ତିଗତ ମାର୍କ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇବ। ଜଣେ ଅନ୍ୟ ଜଣକର ମାର୍କ ଦେଖିପାରିବ ନାହିଁ। ଏହି ଲିଙ୍କ୍ କେବଳ ୩୦ ଦିନ ପାଇଁ ଉପଲବ୍ଧ ରହିବ। 


Supply of photocopies of Answer Scripts & Mark Sheets :
- ଜଣେ ପରୀକ୍ଷାର୍ଥୀ କେବଳ ନିଜର ଉତ୍ତର ଖାତାର ନକଲ ମଗାଇ ପାରିବ। ଅନ୍ୟ ପରୀକ୍ଷାର୍ଥୀର ତଥ୍ୟ ମାଗିପାରିବ ନାହିଁ। 
- ଟେଜେରୀ ଚାଲାଣ ମାଧ୍ୟମରେ ପ୍ରତି ବିଷୟ ପାଇଁ ୪୦୦ ଟଙ୍କା ପୈଠ କରି ନିଜର ନାମ, ରୋଲ ନଂ, ବିଜ୍ଞାପନ ନଂ ତଥା ଠିକଣା ସହିତ ଆବେଦନ କରିବାକୁ ପଡିବ। 
Re-evaluation Or Rechecking of Answer Sheets:
ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟ ଅନୁଯାୟୀ ଓପିଏସସି ଦ୍ୱାରା ପରିଚାଳିତ କୌଣସି ପରୀକ୍ଷା ରେ ପୁନଃ ମୂଲ୍ୟାଙ୍କନ (re-evaluation / re-checking) କରାଯିବ ନାହିଁ। 

No comments: