Wednesday 24 August 2022

No separate ADMIT CARD for ASO Exam on 27th Aug !!!

ସଚିବାଳୟ ଏଏସ୍ଓ ପଦବୀ ପାଇଁ ତା.୨୧.୦୮.୨୦୨୨ରିଖ ଧାର୍ଯ୍ୟ କରାଯାଇ ସେଥିପାଇଁ ADMIT CARD ଏବଂ INSTRUCTIONS ଜାରି କରାଯାଇଥିଲା। କିନ୍ତୁ ରାଜ୍ଯର ବନ୍ୟା ପରିସ୍ଥିତି ତଥା ସାମାଜିକ ଗଣମାଧ୍ୟମ ରେ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ଅନୁରୋଧ ରକ୍ଷାକରି ଅଗଷ୍ଟ ୨୧ ତାରିଖକୁ ବାତିଲ କରି ଅଗଷ୍ଟ ୨୭ ତାରିଖ ରେ ପରୀକ୍ଷା ପାଇଁ ପୁନଃ ସ୍ଥିର କରାଯାଇଛି।  (RESCHEDULE

କିନ୍ତୁ ଅନେକ ପରୀକ୍ଷାର୍ଥୀ ପୁଣିଥରେ ୨୭ ତାରିଖ ପାଇଁ ଆଉ ଏକ  ADMIT CARD ଅପେକ୍ଷାରେ ଅଛନ୍ତି।  ଯେହେତୁ ଓପିଏସସି ତରଫରୁ ଏପର୍ୟ୍ଯନ୍ତ କୌଣସି ପୂର୍ବ ସୂଚନା ଆସିନାହିଁ, ଆମ ମାନଙ୍କୁ ଭାବି ନେବାକୁ ପଡିବ କି ପରୀକ୍ଷା ପୂର୍ବ ନିର୍ଧାରିତ କେନ୍ଦ୍ର ରେ ହିଁ ହେବ। ଆଉ ଯେହେତୁ ପରୀକ୍ଷା ସେହି ଏକା କେନ୍ଦ୍ର ରେ ହେବାର ଅଛି, ତେଣୁ ଆଉ ଏକ ADMIT CARDର ଆବଶ୍ଯକତା ପଡିବ ନାହିଁ ବୋଲି ମୋର ପୂର୍ବ ଅଭିଜ୍ଞତା କହୁଛି। ତେଣୁ ଅଯଥା ଦ୍ୱନ୍ଦ୍ୱ ରେ ନ ରହିବାକୁ ଅନୁରୋଧ। କିନ୍ତୁ ହଁ, ଯଦି ବନ୍ୟାକୁ ଦ୍ରୁଷ୍ଟି ରେ ରଖି, କିଛି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ହେବା ପାଇଁ ନିଷ୍ପତ୍ତି ହୁଏ, ତେବେ କେବଳ ସେହି ପରୀକ୍ଷାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ADMIT CARD ଜାରି କରାଯାଇ ପାରେ। ତଥାପି ଓପିଏସସି ତରଫରୁ ଆଜି ଭିତରେ ଏ ସଂକ୍ରାନ୍ତରେ ସୂଚନା ପ୍ରକାଶ ପାଇଲେ ଭଲ ହୁଅନ୍ତା। 

ସମସ୍ତ ପରୀକ୍ଷାର୍ଥୀ ଗତ ଦୁଇ ବର୍ଷ ଧରି ଏହି ପରୀକ୍ଷାକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି। ଏବେ ସରକାର ମଧ୍ଯ ଏହାକୁ ଶ୍ରୁଙ୍ଖଳିତ ଭାବେ ସମାପନ କରିବାକୁ ଚେଷ୍ଟା କରୁଛନ୍ତି। ନିଯୁକ୍ତି ବିଜ୍ଞାପନ ବାହାରିବାର ୮ ମାସ ପରେ ପରୀକ୍ଷା ହେଉଥିବାରୁ ପରୀକ୍ଷାର୍ଥୀ ମାନେ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ପାଇପାରିଛନ୍ତି। ଓଡିଶା ଲୋକସେବା ଆୟୋଗ ଦ୍ୱାରା ଜାରି ଏକ ପତ୍ର ଅନୁଯାୟୀ ମୋଟ ୭୯୬ ପଦବୀ ପାଇଁ ମୋଟ ୨,୦୬,୮୫୦ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ଏଥିପାଇଁ ୩୩ଟି ଜୋନର ୪୮୨ କେନ୍ଦ୍ର ରେ ପରୀକ୍ଷା କରାଯିବ। CLICK HERE  ଉକ୍ତ ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଓପିଏସସି ତରଫରୁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି। 

ଇତି ମଧ୍ୟରେ ପୁଣି ଥରେ ପରୀକ୍ଷା ଘୁଞ୍ଚାଇବା ପାଇଁ ହାଇକୋର୍ଟ ରେ ଦାୟର କରାଯାଇଥିବା ଏକ ଜନସ୍ୱାର୍ଥ ମାମଲାକୁ ମାନ୍ୟବର ଅଦାଲତ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। CLICK HERE

ତେଣୁ ଆସନ୍ତା ଅଗଷ୍ଟ ୨୭ ତାରିଖ ଶନିବାର ଦିନ ଏହି ବହୁ ପ୍ରତୀକ୍ଷିତ ପରୀକ୍ଷା ସୁରୁଖୁରୁରେ ସମାପ୍ତ ହେବା ନେଇ ଆଶାରଖିବା। 

No comments: