Monday 15 August 2022

Instructions for ASO Candidates

ଏବେ ସଚିବାଳୟ ଏଏସ୍ଓ ପରୀକ୍ଷା ର ବିଗୁଲ ବାଜି ସାରିଛି। ହାତରେ ମାତ୍ର ୫ଦିନ ବାକି ରହିଛି। ଆଡମିଟ କାର୍ଡ଼ ମଧ୍ଯ ଉପଲବ୍ଧ ହୋଇ ସାରିଲାଣି। ଏବେ ପରୀକ୍ଷାର୍ଥୀ ମାନଙ୍କୁ କେବଳ ନିଜ ପରିଶ୍ରମର ପରୀକ୍ଷା ଦେବାର ଅଛି। ହେଲେ ଅନେକ ପିଲାମାନଙ୍କୁ  Nervous ଅନୁଭବ ହେବା ଆରମ୍ଭ ହେଲାଣି। କିନ୍ତୁ ଏହା ସ୍ୱଭାବିକ କଥା। ତଥାପି ଶେଷ ସମୟରେ ଧୈର୍ଯ୍ୟ ରଖିବା ସହିତ ମନୋବଳ ବଢାଇବା ଆବଶ୍ଯକ। ସେହିପରି ୪୦୦ ମାର୍କ ପରୀକ୍ଷା ପାଇଁ ମଧ୍ଯ ଧୈର୍ଯ୍ୟ ଦରକାର। କିଏ ଜାଣେ, ଏହି ଗୋଟିଏ ଦିନର ସେହି ୪-୫ ଘଣ୍ଟା ଆପଣଙ୍କ ଜୀବନରେ ଗୋଟେ ବିରାଟ ପରିବର୍ତ୍ତନ ଆଣିପାରେ। ଶେଷ ଦିନ ପର୍ୟ୍ଯନ୍ତ ଅପେକ୍ଷା ନକରି ଆଡମିଶନ ଲେଟର ( ଆଡମିଟ କାର୍ଡ଼) ଡାଉନଲୋଡ୍ କରିନିଅନ୍ତୁ। ସେଥିରେ ଥିବା  Instructions ଗୁଡିକ ପଢି ନିଅନ୍ତୁ। 

ପରୀକ୍ଷା ତାରିଖ : ୨୧। ୦୮। ୨୦୨୨ (ରବିବାର) 
ପରୀକ୍ଷା ସମୟ : ସକାଳ ୯:୦୦ ରୁ ଅପରାହ୍ନ ୪:୩୦

ପରୀକ୍ଷା ହଲ କୁ କ'ଣ କ'ଣ ନେବେ : 
1) Admit Card
2) Blue / Black Ball Point Pen
3) Identity Proof (both in original & photocopy

ପରୀକ୍ଷା ଶେଷରେ କ'ଣ ଦେଇକରି ଆସିବେ :
1) OMR Sheet (Original) 
2) Admit Card
3) Identity Proof  (photocopy) 

ପରୀକ୍ଷା ହଲରୁ କ'ଣ  ନେଇକରି ଆସିବେ :
1) ପ୍ରଶ୍ନପତ୍ର
2) OMR Sheet ର  Carbon Copy

For more details : 

No comments: