Monday, 19 December 2022

ASO Result 2022 : HC hearing on 20th Dec

ରାଜ୍ୟର ସରକାରୀ ଚାକିରୀ ପାଇଁ ହେଉଥିବା ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡିକ ମଧ୍ୟରୁ ସଚିବାଳୟ ଏଏସ୍ଓ ପରୀକ୍ଷା ସବୁବେଳେ ଚର୍ଚ୍ଚା ରେ ରହିଆସିଛି। କିନ୍ତୁ ପ୍ରଥମଥର ପାଇଁ ୨୦୨୨ ମସିହାରେ ଲିଖିତ ପରୀକ୍ଷାର ଫଳାଫଳ ବାହାରିବା ପରେ ବିଶେଷ କରି ବିଷୟ ଭିତ୍ତିକ କଟ ଅଫ ପ୍ରୟୋଗକୁ ନେଇ ପରୀକ୍ଷାର୍ଥୀ ମହଲରେ ବିଶେଷ ଅସନ୍ତୋଷ ଦେଖାଦେଇଛି। 

ଏହି ଅସନ୍ତୋଷର ପ୍ରତୀକ ସ୍ୱରୂପ କିଛି ପରୀକ୍ଷାର୍ଥୀ ୨-୪ ଦିନ ଓପିଏସସି ଅଫିସ୍ ସମ୍ମୁଖରେ ଧାରଣା ଦେଲେ। ଏ ନେଇ ପ୍ରଥମେ ଓପିଏସସି ତରଫରୁ ଏକ ପ୍ରେସ ନୋଟ ମାଧ୍ୟମରେ ପରୀକ୍ଷା ସ୍ୱଚ୍ଛତା ର ସହିତ ହୋଇଥିବା କହିଥିଲେ। ପରେ ଚେୟାରମ୍ୟାନଙ୍କ ସହ ଆଲୋଚନା ବିଫଳ ହେବା ପରେ କିଛି ପରୀକ୍ଷାର୍ଥୀ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଅଦାଲତ  ସବୁପ୍ରକାର ଅନିୟମିତତା ଅଭିଯୋଗକୁ ଖଣ୍ଡନ କରି କେବଳ ସମସ୍ତଙ୍କ ମାର୍କ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମ୍ପ୍ଯୁଟର ଦକ୍ଷତା ପରୀକ୍ଷାର କିଛି ଦିନ ପୂର୍ବରୁ ପୁଣି ଏକ ମାମଲା ଦାୟର କରାଯାଇଛି। ଏଥିରେ ବିଷୟ ଭିତ୍ତିକ କଟ ଅଫ ପ୍ରୟୋଗକୁ ଓପିଏସସି ର କ୍ଷମତା ନଥିବା ନେଇ ଦାବି କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ୨୦ ତାରିଖକୁ ରଖିବା ସହିତ, ଚୁଡାନ୍ତ ତାଲିକା ପ୍ରକାଶ ଉପରେ ରୋକ ଲଗାଯାଇଛି। 

ତେବେ ଅପେକ୍ଷା ଡିସେମ୍ବର ୨୦ ତାରିଖ କୁ। 


No comments: