Wednesday 21 December 2022

Inauguration of State Level program for school children "Sargiful"

ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧିନସ୍ଥ ବିଦ୍ୟାଳୟ ଗୁଡିକର ରାଜ୍ୟସ୍ତରୀୟ ଛାତ୍ର ମହୋତ୍ସବ "ସର୍‌ଗୀଫୁଲ" ଆଜି ଉଦଘାଟିତ ହୋଇଛି। @WCDOdisha ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, @SMEOdisha ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଉତ୍ସବର ଉଦଘାଟନ କରିଥିଲେ। 
ଦୁଇ ବର୍ଷ ପରେ ୟୁନିଟ-୧ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଥିବା "ସର୍‌ଗୀଫୁଲ" ଉତ୍ସବରେ ବିଭିନ୍ନ ଜିଲ୍ଲାର ୧୦୫୦ ଛାତ୍ରଛାତ୍ରୀ ଓ ୭୦ ଜଣ ଶିକ୍ଷକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଭାଗୀୟ କମିଶନର ଶ୍ରୀମତୀ ରୂପାରୋଶନ ସାହୁ ଓ ଏକାଡେମୀର ସଦସ୍ଯ ସଚିବ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଉତ୍ସବ ପରିଚାଳିତ ହେଉଛି। ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ମୁଖ୍ଯବକ୍ତା ଭାବରେ ଯୋଗ ଦେଇଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୩ ତାରିଖ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବେ।






No comments: