Wednesday 15 March 2023

AVYANNA 2023 : Closing Ceremony

ରାଜ୍ୟ ସଚିବାଳୟ ସେବା ସଂଘ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ "ଅଭ୍ୟାନ୍ନ ୨୦୨୩" ଉଦଯାପିତ ହୋଇଯାଇଛି। ଓଡିଶା ସରକାରଙ୍କ ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ମୁଖ୍ଯ ଅତିଥୀ ଭାବେ ଯୋଗଦେଇଥିବା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ। ମଞ୍ଚରେ ସଂଘର ସଭାପତି ଅଜୟ କୁମାର ସ୍ୱାଇଁ, ସାଧାରଣ ସଂପାଦକ ପ୍ରଜ୍ୱତ୍ନ ବରାଳ ଏବଂ ବରିଷ୍ଠ ସଭ୍ଯ ପ୍ରଦୀପ ରାଉତ ଉପସ୍ଥିତ ରହିଥିଲେ। ଆଂକାକ୍ଷା ପ୍ରିୟଦର୍ଶିନୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ମହିଳା ମାନଙ୍କ ବିଷୟରେ ଓଜସ୍ୱୀ ବକ୍ତବ୍ଯ ମାଧ୍ୟମରେ ଶ୍ରୀମତୀ ଚିନ୍ମୟୀ ପଣ୍ଡା ନିଜର ମତ ରଖିଥିବାବେଳେ ଶ୍ରୀ ପ୍ରଦୀପ ରାଉତ ସଂଘର ସଭ୍ୟ ମାନଙ୍କ ତରଫରୁ ନିଜର ଅଭିଯୋଗ ତଥା ଦାବୀ ଉପସ୍ଥାପନ କରିଥିଲେ।
 

ଏହି ଅବସରରେ ମ୍ୟୁଜିକାଲ ଚେୟାର, ଟଗ ଅଫ୍ ଓ୍ୱାର ଖେଳ ବେଶ ଆମୋଦଦାୟକ ହୋଇଥିଲା। ତଦ୍ ସହିତ ପୋଷ୍ଟର, କୁଇଜ୍ ଆଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ସମାରୋହରେ କ୍ରୁତୀ ମହିଳା ପ୍ରତିଯୋଗୀ ମାନଙ୍କୁ ମୁଖ୍ଯ ଅତିଥୀ ପୁରସ୍କୃତ କରିଥିଲେ।ସେହିପରି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରେରଣା ଦାୟୀ ମହିଳା ଯଥା ସଫଳ ସାହିତ୍ୟିକା ମୌସୁମୀ ଦାସ, ଜାତୀୟ କବାଡି ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କରିଥିବା ମୋନାଲିସା, ସଂଘମିତ୍ରା, ସରୋଜିନୀ ପ୍ରମୁଖଙ୍କୁ ମୁଖ୍ଯ ଅତିଥୀ ସମ୍ବର୍ଦ୍ଧିତ କରିଥିଲେ। 

ଶେଷରେ, ସଂଘ ତରଫରୁ ଅମରେନ୍ଦ୍ର ବେହେରାଙ୍କ ଦ୍ୱାରା ଅଙ୍କିତ ପ୍ରୋଟେଟ ଛବି ଅତିଥୀ ମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। 







 


























No comments: