Tuesday 14 March 2023

AVYANNA - 2023 : Opening Ceremony

ଓଡ଼ିଶା ସଚିବାଳୟ ସେବା ସଂଘ (OSSA) ତରଫରୁ ଲୋକ ସେବା ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ‘ଅଭ୍ୟାନ୍ନ  ୨୦୨୩’ ଉଦଘାଟିତ ହୋଇଯାଇଛି । ସଚିବାଳୟରେ କାର୍ଯ୍ୟ କରୁଥିବା ମହିଳାମାନେ ବହୁ ସଂଖ୍ଯାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହିତ ବିଭିନ୍ନ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିଥିଲେ। 
AVYANNA (Sanskrit word) : Strong and Beautiful Woman
ସଂଘର ସଭାପତି ଅଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଶୋଭା ଶର୍ମା, କମିଶନର ତଥା ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶ୍ରୀମତୀ ରୂପା ରୋଶନ ସାହୁ, କମିଶନର ତଥା ଶାସନ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ  ଯୋଗଦେଇଥିଲେ। ଆଗନ୍ତୁକ ଅତିଥି ମାନଙ୍କୁ ଭବ୍ୟ ସ୍ବାଗତ କରାଯାଇ ସ୍ୱରାଷ୍ଟ୍ର ବିଭାଗର ଉପବିଭାଗ ଅଧିକାରୀ ଅମରେନ୍ଦ୍ର ବେହାରାଙ୍କ ଦ୍ୱାରା ଅଙ୍କିତ ଜୀବନ୍ତ ପୋଟ୍ରେଟ ଚିତ୍ର ପ୍ରଦାନ କରାଯାଇ ଅଭିବାଦନ କରାଯାଇଥିଲା । 

ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳିତ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଯୁବ ଉଦ୍ୟୋଗୀ ସୁଚିସ୍ମିତା  ହୋତାଙ୍କ ଦ୍ୱାରା ପ୍ରସ୍ତୁତ କେକ୍ ( ମିଶନ ଶକ୍ତି ସ୍କୁଟର ଯୋଜନା) କାଟିଥିଲେ। ସେହିପରି ସହାୟକ ଉପବିଭାଗ ଅଧିକାରୀ ଆଦ୍ୟାଶା ନିଜର ପ୍ରାରମ୍ଭିକ ଓଡିଶୀ ନ୍ରୁତ୍ୟ (ଆହେ ନୀଳ ଶୈଳ) ସହିତ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ।  

ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ନିବେଦିତା ପ୍ରୁଷ୍ଟି ଏବଂ ସାଧାରଣ ପ୍ରଶାସନ ବିଭାଗର ଉପବିଭାଗ ଅଧିକାରୀ ନିବେଦିତା ପାଠକ ନିଜର ଅଭିଭାଷଣ ମାଧ୍ୟମରେ ନାରୀ ସମାଜର ସମାଜ ଗଠନରେ ଭୂମିକା କଣ ତାହା ମତ ରଖିଥିଲେ। 

ସଚିବାଳୟର କାର୍ଯ୍ୟରତ ବିଭିନ୍ନ ବର୍ଗର ୩ ଜଣ ପ୍ରେରଣାଦାୟୀ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।
୧) ଶ୍ରୀମତୀ କମଳିନୀ ମଲ୍ଲିକ, PS, SS&EPD Deptt
ଶିଶୁ ସାହିତ୍ୟରୁ ଆଧୁନିକ ଗଳ୍ପ ଯାଏଁ ପୁଣି କବିତା ସାଙ୍ଗକୁ ଉପନ୍ୟାସ ରଚନା, ବହୁ ପାଠକୀୟ ଆଦ୍ରୁତି ଓ ଶ୍ରଦ୍ଧା ଲାଭ କରି ତାଙ୍କୁ ପରିଚୟ ଦେଇଛି ଜଣେ ଖ୍ୟାତାନାମ୍ନି ସାହିତ୍ୟିକ ଭାବରେ  । ସେଥିପାଇଁ ସେ ଝୁମୁକା, କୁଆଁତାରା, ଲୋପଥ, ଜୟଦେବ ଖବର, ଧଉଳି ସାହିତ୍ୟ ସଂସଦ ଭଳି ଅନେକ ଅନୁଷ୍ଠାନ ତରଫରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ। ଖାଲି ସେତିକି ନୁହେଁ, ଅନେକ  telefilm, teleserial  ତଥା ରାଜ୍ଯ ସଚିବାଳୟରେ ଆୟୋଜିତ ହେଉଥିବା ଆନ୍ତଃ ବିଭାଗୀୟ କ୍ଷୁଦ୍ର ନାଟକ ପ୍ରତିଯୋଗୀତାରେ ମଧ୍ଯ ଅଂଶ ଗ୍ରହଣ କରି ନିଜର ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। କଳା ସାହିତ୍ୟ ସଂସ୍କୃତି ପ୍ରତି ସର୍ବଦା ଶ୍ରଦ୍ଧା ଓ ସମ୍ମାନ ରଖିଥିବା ଶ୍ରୀମତୀ କମଳିନୀ ମଲ୍ଲିକ ନିଶ୍ଚିତ ଭାବରେ ଆଜିର ନାରୀ ସମାଜ ପାଇଁ ଏକ ମାଇଲଖୁଣ୍ଟ। 

୨) ଶ୍ରୀମତୀ ଅଭିଷିକ୍ତା ପଟ୍ଟନାୟକ, SO, W&CD Deptt
ସର୍ବଭାରତୀୟ ଚେସ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କରି ସଚିବାଳୟ ସେବା କ୍ୟାଡରକୁ ଗୌରବାନ୍ୱିତ କରିଛନ୍ତି। 

୩) ଶ୍ରୀମତୀ ବିଜନବାଳା ପାଟଯୋଶୀ, DO, Culture Deptt
ନିଜର ଲେଖନୀମୂନର ଶ୍ରୁଜନଶକ୍ତି ଯୋଗୁଁ "ଅଭିପ୍ସା", "କଥାର ନଭପ୍ରତିଭା" ପୁରସ୍କାର, ଦୁର୍ଗାମାଧବ ସ୍ମ୍ରୁତି ସମାରୋହ ପୁରସ୍କାର ଭଳି ଅନେକ ସମ୍ମାନର ସେ ଅଧିକାରୀ। 

ମଧୁସ୍ମିତା ଦାସ ମଞ୍ଚ ପରିଚାଳନା କରିଥିଲେ। ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ସପୂର୍ଣ୍ଣ କାର୍ଯ୍ୟକ୍ରମର ସୁପରିଚାଳନା କରିବା ସହିତ ସଂଘର ବରିଷ୍ଠ ସଭ୍ଯ ଚିତ୍ତ ରଞ୍ଜନ ହୋତା ନିଜର କବିତା ମାଧ୍ୟମରେ ଧନ୍ଯବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା। 







Prepared by : Suchismita Hota


ଶ୍ରୀମତୀ ଅନୁ ଗର୍ଗ
ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ 

ଶ୍ରୀମତୀ ଶୋଭା ଶର୍ମା
କମିଶନର ତଥା ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ 

ଶ୍ରୀମତୀ ରୂପା ରୋଶନ ସାହୁ
କମିଶନର ତଥା ଶାସନ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ

Art :  Sri Amarendra Behera, 
Section Officer, Home Department

Inaugural Dance : Adyasha,  ASO







- ପ୍ରେରଣାଦାୟୀ ମହିଳା - 
ଶ୍ରୀମତୀ ଅଭିଷିକ୍ତା ପଟ୍ଟନାୟକ

ଶ୍ରୀମତୀ କମଳିନୀ ମଲ୍ଲିକ

ଶ୍ରୀମତୀ ବିଜନବାଳା ପାଟଯୋଶୀ

 Bucket Through Competition


Article Writing Competition

No comments: