Thursday 17 August 2023

ASO Recruitment Court Cases : The journey of a candidate

ବର୍ତ୍ତମାନର ସରକାରୀ-ବେସରକାରୀ ବିଦ୍ୟାଳୟରେ ପଢିବା ନେଇ ପ୍ରତିଯୋଗୀତା ସହିତ ନୂତନ ଶିକ୍ଷା ବ୍ୟବସ୍ଥା ଓ ସରକାର - ବିଦ୍ୟାଳୟ ପରିଚାଳନା କମିଟି - ଅଭିଭାବକ - ଛାତ୍ର ସମୀକରଣ ସବୁକିଛି ବେଶ ଜଟିଳ ହେବାକୁ ଲାଗି ଥିଲାବେଳେ, ପାଠପଢା ପରବର୍ତ୍ତୀ ସମୟ ମଧ୍ଯ ଯୁବସମାଜ ପାଇଁ ଦିଗହୀନ ତଥା ଦ୍ୱନ୍ଦାତ୍ମକ ହେବାକୁ ଲାଗିଛି। 

୨୫ ବର୍ଷ ତଳେ ପ୍ରାଥମିକ  ବିଦ୍ୟାଳୟରେ ପଢୁଥିବା ପିଲାଟି ୫ ବର୍ଷ ରେ ନାମ ଲେଖାଇ ୧ମ ଶ୍ରେଣୀରେ ପଢା ଆରମ୍ଭ କରୁଥିଲା। ବର୍ଣ୍ଣବୋଧ ବହିଟି ସଂପୂର୍ଣ୍ଣ କରିଦେଲେ ଓଡିଶା ଭାଷା ଉପରେ ବେଶ କିଛି ଜ୍ଞାନ ହେଇଯାଉଥିଲା। ସେଥିରୁ "କଟକ ନଗର - ଧବଳ ଟଗର" କିମ୍ବା "ହରିଣ ନଦିଏ ଧରା - ଦଉଡ଼ନା ବଡ ଖରା" ଆଦି ଛୋଟ ଛୋଟ ପଙ୍କ୍ତି ପ୍ରାୟ ସମସ୍ତ ପିଲା ଘୋଷୁଥିଲେ। ୩ୟ ଶ୍ରେଣୀରୁ ଇଂରାଜୀ A, B, C, D ଶିକ୍ଷା ଆରମ୍ଭ ହୁଏ । ୧ମ ରୁ ୧୦ ପାଠ୍ୟକ୍ରମ ସମସ୍ତଙ୍କ ପାଇଁ ସମାନ ଥିବାରୁ ନିଜ ଗାଁ କିମ୍ବା ଘରେ ବଡ ମାନେ ସାନ ମାନଙ୍କୁ ସହଜରେ ପଢାଇ ପାରୁଥିଲେ। ଜଣେ ପଢିସାରିଲେ, ମାଉସୀ ପୁଅ / ଦାଦା ଝିଅ / ମାମୁଁର ପିଲା ମାନେ ସେ ବହି ନେଇ ପଢୁଥିଲେ। ବିଦ୍ୟାଳୟରେ ପ୍ରାୟ ଶିକ୍ଷକ ଗୋଟିଏ ବିଦ୍ୟାଳୟରେ ୧୫-୨୦ ବର୍ଷ ରହି ପଢାଉଥିଲେ। ଫଳରେ ପିଲାଙ୍କ ଶିକ୍ଷକ, ଅତୀତରେ ନିଜ ବାପା/ମାଆଙ୍କ ଶିକ୍ଷକ ଥିଲେ। ତେଣୁ ଶିକ୍ଷକ ସମସ୍ତଙ୍କ ଠାରୁ  ନିଜର ଯଥା ସମ୍ମାନ ପାଉଥିଲେ। ଏହି କ୍ରମରେ ଜଣେ ଶିକ୍ଷକ ନିରନ୍ତର ଉଚ୍ଚ ମାନର ଶିକ୍ଷାଦାନ କରି ବେଳେବେଳେ ରାଷ୍ଟ୍ରପତି ପୁରଷ୍କାର ପାଇଥାଏ। ସେତେବେଳେ ସେ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ହେଇଯାଏ ଏବଂ ତାଙ୍କର ଜୀବନବ୍ୟାପୀ ସାଧନାର ଫଳ ମିଳିଲା ବେଲି ଆତ୍ମସନ୍ତୋଷ ମିଳେ। ବେଳେବେଳେ, ଜଣେ ଖେଳ ଶିକ୍ଷକ ଇତିହାସ ଭୁଗୋଳ ପଢାଇଦେଇ ପାଠ୍ୟକ୍ରମ ସାରିବା ରେ ସାହାଯ୍ୟ କରୁଥିଲେ ମଧ୍ଯ କାହାର ଅଭିଯୋଗ ନଥାଏ କାରଣ ସେତେବେଳେ ଖେଳ ଶିକ୍ଷକ ହେଇ ମଧ୍ଯ ନିଜର ଜ୍ଞାନ ପରିପ୍ରକାଶ ପାଇଁ ସେ ସବୁବେଳେ ଆଗ୍ରହୀ ଥାଏ। ସେହିପରି ଶ୍ରେଣୀରେ ସବୁବେଳେ ପ୍ରଥମ ହୋଇ ମନିଟର ହେବାର ଅନୁଭବ ଜଣେ ଛାତ୍ର ପାଇଁ ବେଶ ନିଆରା। ଭବିଷ୍ଯତରେ ଡାକ୍ତର ଇଞ୍ଜିନିୟର ହେବା ସ୍ୱପ୍ନ ବଦଳରେ ପ୍ରଥମେ ସବୁ ଛାତ୍ରଛାତ୍ରୀ ଚିରାଚରିତ କେତୋଟି ସ୍ୱତନ୍ତ୍ର ପରୀକ୍ଷାରେ କ୍ରୁତକାର୍ଯ୍ୟ ହେବାପାଇଁ ଲକ୍ଷ୍ଯ ରଖିବାକୁ ପରାମର୍ଶ ଦିଆଯାଏ। ୩ୟ ଶ୍ରେଣୀରେ ବ୍ରୁତ୍ତି ପରୀକ୍ଷା, ୫ମରେ ସ୍କୁଲ ର ବୋର୍ଡ ପରୀକ୍ଷା, ବ୍ରୁତ୍ତି ପରୀକ୍ଷା ଏବଂ ନବୋଦୟ ପରୀକ୍ଷା, ୭ମରେ ବୋର୍ଡ ପରୀକ୍ଷା ସହିତ  NRTS ପରୀକ୍ଷା ଏବଂ ୧୦ମ ବୋର୍ଡ ପରୀକ୍ଷା - ଏ ସବୁ ଥିଲା ଗୋଟିଏ ପରେ ଗୋଟିଏ ପାହାଚ। ଏହି ଦଶ ବର୍ଷର ପାଠ୍ୟକ୍ରମ ଭିତରେ ପ୍ରତି ବର୍ଷ ବାର୍ଷିକ କ୍ରିଡା ଉତ୍ସବ ରେ ଭାଗନେଇ ପୁରସ୍କାର ପାଇବା, କବାଡି ଏବଂ ଖୋ-ଖୋ ଖେଳି ରାଜ୍ଯ କିମ୍ବା ଜାତୀୟ ସ୍ତରକୁ ଯାଇ ଭବିଷ୍ୟତରେ ସ୍ପୋର୍ଟ୍ସ କୋଟା ର ସୂଯୋଗ ନେବା, ଏନସିସି ରେ ଚୟନ ହୋଇ ୮ମ ଓ ୯ମ ରେ ସ୍କୁଲ ପରେ ସପ୍ତାହକୁ ଦୁଇଦିନ ବରା-ପିଆଜି ଖାଇ ପ୍ୟାରେଡ କରିବାର ଖୁସି ସହିତ ସେହି ସାର୍ଟିଫିକେଟରେ ଉଚ୍ଚ ଶିକ୍ଷା ତଥା ସରକାରୀ ଚାକିରୀରେ ୫% ରିହାତି ମିଳିବା ଇତ୍ୟାଦି ଥିଲା ନିୟମିତ ଶିକ୍ଷାଲାଭ ସାଙ୍ଗକୁ ଅତିରିକ୍ତ ପ୍ରତିଭା ବିକାଶର ମାଧ୍ଯମ। ଶେଷରେ ୧୦ମ ପରୀକ୍ଷା ଟପ୍ ଟେନ୍ ରହିବା ଥିଲା ଏକ ବିଶେଷତା ଲାଭ କରିବାର ସ୍ୱପ୍ନ। ନିଜ ଗାଁରେ ରହି ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ଯ ଇଂରାଜୀ ବିଦ୍ୟାଳୟ ତାପରେ ହାଇସ୍କୁଲ ରେ ପଢିବା ଭଳି ପାହାଚ ପରେ ପାହାଚ ଚଢିବା ପାଇଁ ପରିଶ୍ରମ କରିବାର ବ୍ୟଗ୍ରତା ସମସ୍ତଙ୍କ ମନରେ ପ୍ରତିଯୋଗୀତା ମନୋଭାବ ତିଆରି କରୁଥିଲା ।  ଏହିପରି ଜଣେ ଛାତ୍ର ଶିକ୍ଷା ବାତାବରଣ ମଧ୍ୟରେ ୧୫ ବର୍ଷ ବୟସରେ ପହଞ୍ଚି ଯାଏ। 

ଗୋଟିଏ ବିଶେଷତା ହେଲା, ୧୦ଟା ରେ ସ୍କୁଲ ଆରମ୍ଭ ଏବଂ ୪ଟାରେ ଛୁଟି ହେବା ଥିଲା ଏକ ନିୟମିତ ସମୟ ନିର୍ଘଣ୍ଟ। ମଝିରେ ମଧ୍ୟାହ୍ନ ଭୋଜନ ପାଇଁ ୧ ଘଣ୍ଟାର ବିରତି । ତେଣୁ ସପ୍ତାହର ୬ ଦିନ ବିଦ୍ୟାଳୟରେ ଖାଇ ଛୁଟି, ଖେଳ ପିରିୟଡ, ବଗିଚା କାମ ପିରିୟଡ ଆଦି ବିରତି ସମୟରେ ଛାତ୍ର ଛାତ୍ରଛାତ୍ରୀ ପରସ୍ପର ସହିତ ମିଶିବା, କଥାହେବା ଦ୍ୱାରା ସାମାଜିକ ସଂପର୍କ ଦ୍ରୁଢ ହୁଏ। ବର୍ଷ ମଝିରେ ନିଜ ବ୍ଲକସ୍ତରୀୟ ବିଜ୍ଞାନ ମେଳା, ବିଭିନ୍ନ ବିଦ୍ୟାଳୟରେ ବତ୍କୃତା, ସଂଗୀତ, ଚିତ୍ରାଙ୍କନ, ଏକକ ଅଭିନୟ, କୁଇଜ ଆଦି ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥାଏ। ଫଳରେ ଅନ୍ତଃ ବିଶେଷତାଗୁଡିକ ପରିପ୍ରକାଶ ପାଏ। 

ମାଟ୍ରିକ ପାସ୍ କଲାପରେ ଜଣେ ଛାତ୍ର କେଉଁ କଲେଜରେ ପଢିବ, କେଉଁ ପାଠ ପଢିବ, କଣ କରିବ ତା'ର ମାର୍କ ଉପରେ ନିର୍ଭର କରୁଥିଲା। ସାଧାରଣତଃ ବିଜ୍ଞାନ ଭଲ ହେଲେ ଡାକ୍ତର ଓ ଗଣିତ ଭଲ ହେଲେ ଇଂଞ୍ଜିନିୟରିଂ କରିବା ପାଇଁ କୁହାଯାଏ। କିନ୍ତୁ କେଉଁ ଅଫିସ୍ ର କଣ ଚାକିରୀ କରିହେବ ସେ ଜ୍ଞାନ କାହା ପାଖରେ ନଥିଲା। କେବଳ ଶିକ୍ଷକ ଓ ସାମରିକ (ଆର୍ମି-ନାଭାଲ-ଏୟାର ଫୋର୍ସ) ବିଭାଗ ଚାକିରୀ ସମସ୍ତେ ଭଲରେ ଜାଣୁଥିଲେ। 

ଆଜି ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ( ନିଯୁକ୍ତି - ଦରମା - ନିୟମିତ - ଆଉଟସୋର୍ସିଂ) ଶିକ୍ଷକ ଅଛନ୍ତି। ତେଣୁ ବର୍ଷର ଅଧିକାଂଶ ସମୟରେ ଆନ୍ଦୋଳନ ପାଇଁ ପିଏମଜି ମାର୍ଗ ରେ ଧାରଣା ଦେବାକୁ ପଡିପାରେ। ଆବଶ୍ଯକତା ଠାରୁ ବହୁତ କମ୍ ଶିକ୍ଷକ - ମଧ୍ଯାହ୍ନ ଭୋଜନ ପରିଚାଳନା - କାମ ପାଇଁ ଆସୁଥିବା ଟଙ୍କା ହିସାବ ; ଏହିପରି ଅନେକ କାମ ଦ୍ୱାରା ଶିକ୍ଷକ ର ମଧ୍ଯ ଆତ୍ମସନ୍ତୋଷ ନାହିଁ। ସେପଟେ ପିଲାମାନଙ୍କ ମଧ୍ୟରେ ପ୍ରାୟତଃ ଭଲ ଆଗ୍ରହୀ ପିଲା ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ଫଳରେ ବିଦ୍ୟାଳୟରେ କେବଳ ଅପେକ୍ଷାକୃତ କମ୍ ମେଧାବୀ ପିଲା ପଢନ୍ତି। ଫଳରେ ସ୍କୁଲରେ ସନ୍ତୁଳନ ନଥାଏ। ଉପରଲିଖିତ ଖେଳ, ପ୍ରତିଯୋଗୀତା, ମେଳା ଆଦିରେ ଏତେ ଆଗ୍ରହ ନାହିଁ। କିନ୍ତୁ ସବୁ ନାହିଁ ଭିତରେ ଏବେ ମଧ୍ଯ ଅନେକ ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ଏବେ ଅଧିକ ପିଲା ଡାକ୍ତର ପାଇଁ ପଢୁଛନ୍ତି, ପ୍ରଶାସନିକ ସେବାରେ ଯୋଗ ଦେଉଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ପରୀକ୍ଷା ଦେଇ ଚାକିରୀ କରୁଛନ୍ତି। 
------------

ଏହି ଆଲେଖ୍ୟରେ, ମୁଖ୍ଯ ବିଷୟ ଜଣେ ସରକାରୀ ଚାକିରୀ  ଆଶାୟୀ ବିଷୟରେ। ଆଜିର ଆଧୁନିକତା ତଥା ସ୍ମାର୍ଟ ଯୁଗରେ, ସମସ୍ତେ ସଚେତନ, ଦୈନିକ ଘଟଣାବଳୀ ସହିତ ପରିଚିତ ମଧ୍ଯ। ନିଜର ପ୍ରକୃତ ଆଗ୍ରହ ହେଉ, ପରିବାରର ବାଧ୍ଯ ବାଧକତା ହେଉ କିମ୍ବା ପରିବେଶ ର ପ୍ରେରଣା ରେ ହେଉ ସ୍ନାତକ ପରୀକ୍ଷା ପରେ ପିଲାଟି ଚାଲିଆସେ ସହରକୁ। ପ୍ରଶାସନିକ ପରୀକ୍ଷା ପାଇଁ ଦିଲ୍ଲୀ ହେଉ କିମ୍ବା ରାଜ୍ଯ ସରକାରୀ ଚାକିରୀ ପାଇଁ ଭୁବନେଶ୍ୱର ହେଉ। ମନେ ମନେ ପ୍ରସ୍ତୁତ ଯୁଦ୍ଧ ପାଇଁ। ଅତି କମରେ ୨ ବର୍ଷ ରୁ ୭ ବର୍ଷ ଲଢିବାକୁ ପଡିବ ଆଗାମୀ ୩୦ ବର୍ଷ ଭଲରେ ଚଳିବା ପାଇଁ। ମେସ ରେ ରହି ରୋଷେଇ କରି, ପର ଘରେ ଟ୍ୟୁସନ କରି, ଦଣ୍ଡେ ଖାଇ ଖଣ୍ଡେ ପିନ୍ଧି ରାଜ୍ଯର ଦୁଇ ଲକ୍ଷ ପିଲାଙ୍କ ସହ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେଉଥିବା ଚାକିରୀ ଆଶାୟୀ ଜଣକ ବିଭିନ୍ନ ସମୟରେ ଭାରାକ୍ରାନ୍ତ ହେଇଯାଏ। କେବେ କେବେ ନିଯୁକ୍ତି ଏଜେନ୍ସି ଉପରେ ଭରସା ତୁଟାଇଦିଏ। ନା ସେ ପଛକୁ ଫେରି ଅନ୍ୟ ରାସ୍ତା କୁ ଯାଇପାରେ ନା ଆଗକୁ ଯିବାପାଇଁ ସାହସ କରେ। ଯଦିଓ ସବୁ ନିଯୁକ୍ତି ଏଜେନ୍ସି ଯେ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି କି ପରୀକ୍ଷା ପରିଚାଳନା ପାଇଁ ଅସମର୍ଥ ତା ନୁହେଁ, କିନ୍ତୁ ବିଭିନ୍ନ ସମୟରେ କିଛି ନିଷ୍ପତ୍ତି ପାଇଁ ଅକାରଣରେ ଅନେକ ପିଲାଙ୍କ ଭବିଷ୍ଯତ ଉପରେ ପ୍ରଭାବ ପଡେ। ସବୁ ପ୍ରକ୍ରିୟା ରେ ନିୟମିତତା ଏବଂ ସ୍ୱଚ୍ଛତା ରହିବା ନିହାତି ଜରୁରୀ। ଫଳରେ ବିଶ୍ବାସ ବଢିବ। ଗତ ତିନି ଥରର ପରୀକ୍ଷା ପରେ ହଠାତ୍ ଓଡିଶା ଲୋକସେବା ଆୟୋଗ (ଓପିଏସସି) ୭୯୬ ଏଏସଓ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ଚୟନ ପଦ୍ଧତି ପରିବର୍ତ୍ତନ କରିବା ଦ୍ୱାରା ଏହା ମାନ୍ୟବର ହାଇକୋର୍ଟରେ ବିଚାରାଧୀନ ଅଛି । ସଚିବାଳୟ ଏଏସଓ ପରୀକ୍ଷା ରେ ପ୍ରଥମଥର ପାଇଁ କେସ ପରେ କେସ ଦାଖଲ ହେବା, ଶୁଣାଣି ହେଇ ରାୟ ପ୍ରକାଶ ପାଇବା, ଓପିଏସସି ତାକୁ ନ ମାନିବା ଫଳରେ ଅବମାନନା କେଶ ହେବା, ଡିଭଜନ ବେଞ୍ଚରେ ଅପିଲ ହେବା, ପୁଣି ରାୟକୁ ରହିତାଦେଶ କରିବା  ଇତ୍ୟାଦି ଅଦାଲତିକ  ପ୍ରକ୍ରିୟାର ଅଂଶ ହୋଇପାରେ କିନ୍ତୁ ପ୍ରକାରାନ୍ତରେ ବିଚରା ପରୀକ୍ଷାର୍ଥୀ ମହଲରେ ବର୍ଷ ତମାମ ଏହି ଖବର ସହ ଜଡିତ ରହି ମୂଲ୍ଯବାନ ସମୟ ନଷ୍ଟ ହେବା ବେଶ ଚିନ୍ତାଜନକ। ଇତିମଧ୍ୟରେ ଅଦାଲତ ପ୍ରକ୍ରିୟା ଉପରେ କିଛି ପିଲାଙ୍କ ଅଭିଜ୍ଞତା ମଧ୍ଯ ହୋଇଗଲାଣି। WP(C), Review Petition, Contempt of Court, Writ Appeal  ଆଦି ଶବ୍ଦ ସହିତ ପରିଚିତ ବି ହୋଇଗଲେଣି। ୟୁଟ୍ୟୁବରେ ପାଠ ସମ୍ବନ୍ଧୀୟ ଭିଡିଓ ଦେଖିବା ପରିବର୍ତ୍ତେ, କୋର୍ଟ ର ଲାଇଭ ଶୁଣାଣି ଦେଖିବା ସହିତ ପ୍ରତିଦିନ ଏହି ବିଷୟରେ ହୱାଟ୍ସଆପ ଫେସବୁକ୍ ଅପଡେଟରେ ସମୟ ନଷ୍ଟ କରିବାକୁୁ ବାଧ୍ଯ ହେଉଛନ୍ତି। 

ଆରମ୍ଭରୁ କେତେ ପଦବୀ ବାହାରିବ, କେଉଁ ଏଜେନ୍ସି ପରୀକ୍ଷା କରିବ, ପରୀକ୍ଷା କେବେ ହେବ, କଟ ଅଫ କେତେ ରହିବ ; ଏସବୁ ଦ୍ୱନ୍ଦ ମଧ୍ୟରେ ପ୍ରସ୍ତୁତି ଜାରିରଖିଥିବା ପରୀକ୍ଷାର୍ଥୀ ଏବେ କେସ୍ ଗୁଡିକର ଶୁଣାଣି ବିଷୟରେ ନିୟମିତ ଜାଣିବା ପାଇଁ ଆଗ୍ରହୀ। ସେ ଯାହା ହେଉ ଏବେ  ଦୁଇଟି ରିଟ ଅପିଲ୍ ମୁଖ୍ଯ ବିଚାରପତି ଥିବା ଡିଭିଜନ ବେଞ୍ଚରେ ବିଚାରାଧୀନ। ଆସନ୍ତା ୨୧ ସେପ୍ଟେମ୍ବର ଦିନ ଶୁଣାଣି ହୋଇ ରାୟ ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। 

୩୧ ଡିସେମ୍ବର, ୨୦୨୧ ତାରିଖରେ ନିଯୁକ୍ତି ବିଜ୍ଞାପନ ବାହାରିଥିବା ବେଳେ ମାମଲା ଚୁଡାନ୍ତ ଶୁଣାଣି ହୋଇ ଯୋଗ୍ୟ ପରୀକ୍ଷାର୍ଥୀ ନିଯୁକ୍ତି ପତ୍ର ପାଇବା ବେଳକୁ ପ୍ରାୟ ୨ ବର୍ଷ ଲାଗିଯିବା ବିଡମ୍ବନାର ବିଷୟ। ସେହିପରି ନିକଟରେ ଜେଇ (ସିଭିଲ) ପରୀକ୍ଷା ରେ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ପରୀକ୍ଷାର୍ଥୀ ମହଲରେ ସମସ୍ତ ନିଯୁକ୍ତି ଏଜେନ୍ସି ନିଜର ବିଶ୍ୱାସ ଜନ୍ମାଇବା ପାଇଁ କିଛି କିଛି ସଂସ୍କାର ଆଣିବା ଆବଶ୍ଯକ ମନେହୁଏ। 

ସଚିବାଳୟ ଏଏସଓ ପରୀକ୍ଷା - ୨୦୨୧  ସଂପର୍କିତ ବିଭିନ୍ନ ମାମଲା ଗୁଡିକର ବର୍ତ୍ତମାନ ସୁଦ୍ଧା ସ୍ଥିତି ଜାଣିବା ପାଇଁ ଏକ ସଂକଳନ ନିମ୍ନରେ ପ୍ରଦାନ ପାଇଁ ପ୍ରୟାସ କରାଯାଇଛି। 


ADVERTISEMENT NO 26 / 2021-22
COURT CASES
WP(C) No.
32174 / 2022
Rajat Kumar Mishra Vrs State of Odisha & others Disposed
IA No.16237/2022 & IA No.16238/2022 Pending
30.11.2022 List the matter to 02.12.2022 Order 1
02.12.2022 The opposite parties are directed to file their counter affidavits within a period of
ten days and learned counsel for the petitioner, who shall file rejoinder, if any,
within three days and List this matter on 20.12.2022 at 2.00 P.M
Order 2
02.12.2022 As an interim measure, it is directed that the process of selection for the post of
ASO may continue as per schedule, however, no final merit list shall be
published/notified till the next date.
Order 3
20.12.2022 Interim order dated 02.12.2022 shall continue till the next date;
list this matter on 19.01.2023 at 2 P.M.
Order 4
19.01.2023 Interim order dated 02.12.2022 shall continue till the next date.
list this matter on 7th February, 2023.
Order 5
07.02.2023 Hearing Continued... list this matter on 9th February, 2023. -
09.02.2023 Hearing Continued... list this matter on 10th February, 2023. -
10.02.2023 Hearing concluded and the order/judgment is reserved -
19.05.2023 OPSC shall redraw the select /merit (short listed) list strictly in terms of
the Rule-6(5) and Rule-6(6) as well as the schedule appended to the Rules, 2016
on the basis of the aggregate marks secured by the candidates.
Accordingly, the candidates shall be called for verification of document and to
participate in the skill test on the basis of redrawn merit/select (short listed) within
a period of two months from today.
JUDGEMENT
WP(C) No.
19402 of 2023
Ruksana Ara Begum & others Vs Rajat Kumar Mishra & others Disposed
26.06.2023 List this matter next week along with RVWPET No.257 of 2023 Order 1
13.07.2023 Hearing concluded and the order/judgment is reserved Order 2
RVWPET
257 of 2023
Kabita Jena & others Vs Rajat Kumar Mishra & others Disposed
06.07.2023 List this matter along with W.P.(C) No.19402 of 2023 on 07.07.2023 Order 1
07.07.2023 List this matter on 13th of July, 2023 along with W.P.(C) No.19402 of 2023. Order 2
13.07.2023 Hearing is concluded and order/judgment is reserved Order 3
31.07.2023 This Court found no ground whatsoever to entertain the review petition
as well as the writ petition filed by the Petitioners.
Hence, both the review petition as well as writ petition are hereby dismissed.
JUDGEMENT
CONTC No
5147 / 2023
Rajat Kumar Mishra Vrs Dr Satyajit Mohanty, Chairman OPSC Disposed
04.08.2023 Opposite Parties/Contemnors to comply with the direction of this Court dated
19.05.2023 passed in W.P.(C) No.32174 of 2022, if the same has not been complied
with in the meantime, within a period of six weeks from the date of service of
a certified copy of this order by the Petitioners,
JUDGEMENT
WA No.
1561/2023
Satyabrata Nayak & others Vs Rajat Kumar Mishra & others For orders
IA No.4892/2023 Disposed
09.08.2023 Let the matter be listed along with W.A. No.1822 of 2023 on 21st September, 2023
for disposal on merit.
Order-1
WA No.
1822/2023
Kabita Jena Vs Rajat Kumar Mishra & others For orders
IA No.4936/2023 Disposed
IA No.4923/2023 Disposed
Both the judgments dated 19th May, 2023 passed in W.P.(C) No.32174 of 2022 and
dated 31st July, 2023 passed in RVWPET No.257 of 2023 under Annexures 8 and 9
respectively should remain suspended till disposal of W.A. No.1822 of 2023 and
W.A. No.1561 of 2023.
Order-1
09.08.2023 Let the matter be listed along with W.A. No.1561 of 2023 on 21st September, 2023
for disposal on merit.
Order-1

No comments: