Thursday 26 October 2023

Press Conference : OSSA ready for protest on 3rd November


YOUTUBE LINKS
--------------------------------------------------------
ସଚିବାଳୟ ସେବା ସଂଘ
ପ୍ରେସ ବିଜ୍ଞପ୍ତି - ୨୬.୧୦.୨୦୨୩
ଓଡିଶା ସଚିବାଳୟ ସେବା ବର୍ଗର ଅଧିକାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ଅବଗତି ନିମନ୍ତେ ଅର୍ପଣ କରଯାଇଥିଲା । ରାଜ୍ୟର ଅନ୍ୟ ସମସ୍ତ ବର୍ଗର କର୍ମଚାରୀମାନେ ସେମାନଙ୍କ କେନ୍ଦ୍ରୀୟ ପ୍ରତିପକ୍ଷ ସହ ସମାନ ହାରରେ ଦରମା ପାଉଥିବା ବେଳେ, କେବଳ ସଚିବାଳୟ ସେବା ବର୍ଗର କର୍ମଚାରୀ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ସଂଘର ପ୍ରମୁଖ ଦାବି “କେନ୍ଦ୍ରୀୟ ସଚିବାଳୟ ଏ.ଏସ.ଓ. ମାନଙ୍କ ଦରମା ହାରରେ ରାଜ୍ୟ ସଚିବାଳୟ ଏ.ଏସ.ଓ. ମାନଙ୍କର ଦରମା LEVEL-10 ରେ ନିର୍ଦ୍ଧାରଣ କରିବା”  ।
ବିଗତ ଦିନରେ ସଂଘର କର୍ମକର୍ତ୍ତା ମାନେ ମୁଖ୍ୟଶାସନ ସଚିବ, ଗୃହ ସଚିବ, ଅର୍ଥ ସଚିବ ଓ ଅନ୍ତର୍ମନ୍ତ୍ରୀସ୍ତରୀୟ ସମିତି ନିକଟରେ ସଂଘର ଦାବି ସ୍ଵତନ୍ତ୍ର ଭାବେ ଉପସ୍ଥାପନ କରିଛନ୍ତି । ଦାବି ଉପରେ ସବିଶେଷ ଆଲୋଚନା ପୂର୍ବକ ସମସ୍ତେ ଦାବିର ଯଥାର୍ଥତା ହୃଦୟଙ୍ଗମ କରିଥିଲେ ମଧ୍ୟ ଦାବିପୂରଣ ଦିଗରେ କୌଣସି ସୁଫଳ ନମିଳିବା ହେତୁ ଗତ ତା-୩୦/୦୬/୨୦୨୩ରିଖ ମଧ୍ୟାହ୍ନ ବିରତି ସମୟରେ ଓଡିଶା ସଚିବାଳୟ ସେବା ସଙ୍ଘର ସମସ୍ତ ଅଧିକାରୀ ଲୋକସେବା ଭବନରେ କଳା ଵ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ସଂଘ ଏହାର ପ୍ରସ୍ତାବିତ ଧାରଣା ସ୍ଥଗିତ ରଖିଥିଲା । 
କ୍ରମଶଃ, ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ବହୁବାର ଆଲୋଚନା ବିଫଳ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସଂଘ ତରଫରୁ ଗତ ତା-୦୯/୦୮/୨୦୨୩ରିଖ ମଧ୍ୟାହ୍ନ ବିରତି ସମୟରେ ଲୋକସେବା ଭବନ ସ୍ଥିତ ପାମ୍ କୋର୍ଟଠାରେ ଧାରଣା ପାଇଁ ଅବଗତ କରଯାଇଥିଲା । 
File Photo

ପୁନଶ୍ଚ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇ ସଂଘର ଦାବି ଉପରେ ନିର୍ଣ୍ଣୟ ପାଇଁ ଉଚ୍ଚତମ ପାହ୍ୟା ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିଲା ପରେ ସଂଘ ଏହାର ପ୍ରସ୍ତାବିତ ଧାରଣା ସ୍ଥଗିତ ରଖିଥିଲା । 
ଏଥିମଧ୍ୟରେ ବହୁବାର ବହୁସ୍ତରରେ ଆଲୋଚନା ହୋଇଆସିଅଛି । ସଂଘର ଏହା ଦୃଢ ବିଶ୍ଵାସ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ହିଁ, ସଂଘର ଦାବି ସମାଧାନ ହୋଇପାରିବ । 
ଏହାକୁ ଦୃଷ୍ଟିରେ ରଖି ଆସନ୍ତା ତା.୦୩/୧୧/୨୦୨୩ରିଖ (ଶୁକ୍ରବାର) ମଧ୍ୟାହ୍ନ ବିରତି ସମୟରେ ଲୋକସେବା ଭବନ ସ୍ଥିତ ପାମ୍ କୋର୍ଟଠାରେ ଧାରଣା ଦିଆଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । 
ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଯତ୍ନ ବରାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ସଂଘର ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ଯଦି ସରକାର ଉଚିତ୍ ପଦକ୍ଷେପ ନ ନିଅନ୍ତି ତେବେ ସଂଘ ଆହୁରି ଦୃଢ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ । ଏହି ପ୍ରତିବାଦ ଆଗକୁ ଆହୁରି ତୀବ୍ରତର ହେବ ବୋଲି ମଧ୍ୟ ସଙ୍ଘ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।
ସଂଘର ସଭାପତି ଶ୍ରୀ ଅଜୟ କୁମାର ସ୍ଵାଇଁଙ୍କ ପ୍ରତିନିଧିତ୍ଵରେ ଶ୍ରୀ ଚିତ୍ତରଞ୍ଜନ ହୋତା, ଶ୍ରୀ ପ୍ରଦୀପ ରାଉତ, ଶ୍ରୀ ହରପ୍ରସାଦ ବିଶ୍ଵାଳ, ଶ୍ରୀ ପ୍ରେମାନନ୍ଦ ଜେନା, ଶ୍ରୀ ସୁନ୍ଦରମୂର୍ତି ବେଉରା, ଶ୍ରୀ ବିବେକ ସାହୁ, ଶ୍ରୀ ପ୍ରତ୍ୟୁଷ କୁମାର କଅଁର, ଶ୍ରୀ ଅକ୍ଷୟ କୁମାର ପରିଡା, ଶ୍ରୀ ମଧୁସୂଦନ ମହାନ୍ତି, ଶ୍ରୀ ବିଷ୍ଣୁ ଚରଣ ନାୟକ, ଶ୍ରୀ ଚିରଞ୍ଜୀବି ସ୍ଵାଇଁ, ଶ୍ରୀ ଲଲିତ ମୋହନ ଦାସ, ଶ୍ରୀ ଅମିତ କୁମାର ମହାନ୍ତି, ଶ୍ରୀ ପ୍ରେମନାଥ ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଆଗାମୀ ଦିନରେ ସଂଘ ଚରମ ନିଷ୍ପତି ନେବା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।
ଆସନ୍ତା ଦିନରେ କାର୍ଯ୍ୟବନ୍ଦ ସହ, ବିଧାନ ସଭା ଅଧିବେଶନ ସମୟରେ ଅସହଯୋଗ ପାଇଁ ସଂଘ ନିଷ୍ପତି ନେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବରାଳ ସ୍ପଷ୍ଟୋକ୍ତି କରିଛନ୍ତି ।

କର୍ମକର୍ତ୍ତା
ସଚିବାଳୟ ସେବା ସଂଘ

No comments: