Sunday 8 October 2023

ASO Recruitment Court Case : Next Hearing on 9th October

ପୁଣି କିଛି ଆଶା, କିଛି ସମ୍ଭାବନା
ଆସନ୍ତା କାଲି ମୁଖ୍ଯ ବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏବଂ  ଜଷ୍ଟିସ ମୁରହରି ଶ୍ରୀ ରମଣ ଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ରେ ବହୁ ପ୍ରତିକ୍ଷିତ ସଚିବାଳୟ ଏଏସଓ ନିଯୁକ୍ତି ସମ୍ବନ୍ଧୀୟ ମାମଲାର ଶୁଣାଣି ହେବାର ଅଛି। 

ସୂଚନାଯୋଗ୍ୟ, ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଙ୍କ ଖଣ୍ଡପୀଠ ଗତ ୧୯।୦୫।୨୦୨୩ ତାରିଖରେ ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟ (ବିଷୟ ଭିତ୍ତିକ କଟ ଅଫ) କୁ ଖାରଜ କରି ଦୁଇ ମାସ ମଧ୍ୟରେ ମୋଟ ମାର୍କ ଭିତ୍ତିକ ନୂତନ ମେରିଟ ଲିଷ୍ଟ ପ୍ରକାଶ କରିବାକୁୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ରିଭ୍ୟୁ ପିଟିସନ ଖାରଜ ହେବା ପରେ କିଛି ପରୀକ୍ଷାର୍ଥୀ ମୁଖ୍ଯ ବିଚାରପତିଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ରେ ରିଟ୍ ଅପିଲ କରାଯାଇଥିଲା। 

ଗତ ୯। ୮। ୨୦୨୩ ରିଖ ଦିନ ଡିଭିଜନ ବେଞ୍ଚ ( ମୁଖ୍ଯ ବିଚାର ପତି ଜଷ୍ଟିସ ଶୁଭାଷିସ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥୋ) ଏହାର ଶୁଣାଣି କରି ଏଏସଓ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଉପରେ ରୋକ୍ ଲଗାଇଛନ୍ତି। ତଦ୍ ସହିତ ସେପ୍ଟେମ୍ବର ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲେ ମଧ୍ଯ କୌଣସି କାରଣ ବଶତଃ ସେଦିନ ଲିଷ୍ଟିଙ୍ଗ ହୋଇପାରିନଥିଲା। ଇତି ମଧ୍ୟରେ, ମୁଖ୍ଯ ବିଚାର ପତି ଜଷ୍ଟିସ ଶୁଭାଷିସ ତାଳପତ୍ର ଅବସର ନେଇସାରିଛନ୍ତି ଏବଂ ଡିଭିଜନ ବେଞ୍ଚ ଗୁଡିକର ପୁନଃ ଗଠନ କରାଯାଇଛି । ଏବେ  ମୁଖ୍ଯ ବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏବଂ  ଜଷ୍ଟିସ ମୁରହରି ଶ୍ରୀ ରମଣ ଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ଏହାର ଶୁଣାଣି କରିବେ। 

ସେ ଯାହା ହେଉ ଆସନ୍ତା କାଲି (ସୋମବାର) ଏହାର ଶୁଣାଣି ପାଇଁ ଲିଷ୍ଟିଙ୍ଗ ହୋଇଥିବାରୁ ପରୀକ୍ଷାର୍ଥୀ ମହଲରେ କିଛି ଆଶା ଓ କିଛି ସମ୍ଭାବନା ଦେଖାଦେଇଛି। ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖି ସମସ୍ତେ ଏପର୍ଯ୍ୟନ୍ତ ଅପେକ୍ଷା କରି କରି ଚାଲିଛନ୍ତି। 

ସମସ୍ତଙ୍କ ନଜର ସୋମବାର ଶୁଣାଣି ଉପରେ। 

ଏଏସଓ ମାମଲା ସଂପର୍କିତ ପୂର୍ବ ରାୟ ଗୁଡିକ ଜାଣିବା ପାଇଁ ନିମ୍ନ ଲିଙ୍କରେ କ୍ଲିକ କରନ୍ତୁ। 

No comments: