Tuesday 12 March 2024

Increase in salary of Mission Shakti employees by ₹500/-

ଆହୁରି ସଶକ୍ତ ହେବ ମିଶନ ଶକ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ₹୫୦୦ ବୃଦ୍ଧି କରିଛନ୍ତି। ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଏହା ଲାଗୁ ହେବାକୁଥିବାବେଳେ ଉପକୃତ ହେବେ ୧.୨୬ ଲକ୍ଷରୁ ଊର୍ଦ୍ଧ୍ଵ କର୍ମକର୍ତ୍ତା। 

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନଙ୍କ ବୈଠକ ଦେୟ ₹୪,୦୦୦ରୁ ₹୪,୫୦୦ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଦେୟ ₹୨,୦୦୦ରୁ ₹୨,୫୦୦ କୁ ବୃଦ୍ଧି ହୋଇଛି। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନଙ୍କ ବୈଠକ ଦେୟ ₹୨,୦୦୦ରୁ ₹୨,୫୦୦ କୁ ବୃଦ୍ଧି ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ଦେୟ ₹୧,୦୦୦ରୁ ₹୧,୫୦୦କୁ ବୃଦ୍ଧି ହୋଇଛି। ଏଥିପାଇଁ ବର୍ଷକୁ ₹୨୪୯.୨୧ କୋଟି ଖର୍ଚ୍ଚ କରାଯିବ।  

@CMO_Odisha

No comments: