Wednesday, 7 May 2025

OSSA Election 2025 : Polling Day updates


Total Polling of the day
 1963 / 2285
Total Polling till 3:30 pm :
 1707
Total Polling till 3:00 pm :
 1604
Total Polling till 2:30 pm :
 1383
Total Polling till 1:30 pm :
 1130






































Saturday, 3 May 2025

OSSA Election 2025 : Know Your Candidates

ଚଳିତ ମାସ ୭ ତାରିଖ ଦିନ ରାଜ୍ୟ ସଚିବାଳୟ ସେବା ସଂଘର ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ମୋଟ ୯ଟି ପଦବୀରେ ୨୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ରାଜ୍ୟର ଅଧିକାଂଶ ସେବା ସଂଘ ଗୁଡିକରେ Selection ଭିତ୍ତିରେ ନେତୃତ୍ୱ ଚୟନ କରାଯାଉଥିବା ବେଳେ ଅଳ୍ପ କିଛି ସେବା ସଂଘ ରେ ନିର୍ବାଚନ ଅନୁଷ୍ଠିତ ହୁଏ । ସଚିବାଳୟ ସେବା ସଂଘ ସେଥିରୁ ଅନ୍ୟତମ ।
ଯଦିଓ ଏହି ନିର୍ବାଚନ ଦଳୀୟ ଭିତ୍ତିରେ ହେଉ ନାହିଁ କିନ୍ତୁ କିଛି ସମଭାବାପନ୍ନ ପ୍ରାର୍ଥୀ ନିଜର ଗୋଟିଏ ପ୍ୟାନେଲ ଗଠନ କରି ପ୍ରତି ପଦବୀ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି କ୍ରମରେ ତିନୋଟି ପ୍ୟାନେଲ ରୁ ୨୬ ଜଣ ପ୍ରାର୍ଥୀ ଥିବା ବେଳେ ଅନ୍ୟ ୩ ଜଣ ପ୍ରାର୍ଥୀ କୌଣସି ପ୍ୟାନେଲକୁ ସମର୍ଥନ ନ କରି ସ୍ଵାଧୀନ ଭାବେ ଲଢ଼ୁଛନ୍ତି ।

ବର୍ତ୍ତମାନ ସମୟରେ ରାଜ୍ୟ ସଚିବାଳୟ ସେବା ବର୍ଗରେ ପ୍ରାୟ ୨୨୯୦ ସଭ୍ୟ ଅଛନ୍ତି । ସେଥିରୁ ପ୍ରାୟ ୪୦୦ ଜଣ ବରିଷ୍ଠ ଥିବା ବେଳେ ୨୦୧୬ ରୁ ୪ଟି ବ୍ୟାଚ୍ ରେ ନିଯୁକ୍ତି ପାଇଥିବା ସଭ୍ୟ ସଂଖ୍ୟା ୧୮୦୦ ରୁ ଉର୍ଦ୍ଧ୍ବ ଅଟେ । ତେଣୁ ଚଳିତ ନିର୍ବାଚନରେ  ଯୁବ ବର୍ଗର ନିଷ୍ପତ୍ତି ହିଁ ନେତୃତ ଚୟନରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ତେବେ ଖୁସିର କଥା ଚଳିତ ନିର୍ବାଚନ ରେ ପ୍ରତ୍ୟେକ ପ୍ୟାନେଲରେ ପ୍ରାୟ ସବୁ ବର୍ଗର ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି । ବରିଷ୍ଠ, ଅଭିଜ୍ଞ, ଯୁବ,ମହିଳା ଆଦି ସବୁ ବର୍ଗର ପ୍ରାର୍ଥୀ ନିଜ ନିଜର ପ୍ରତିଶ୍ରୁତି ମାଧ୍ୟମରେ ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସଚେତନ ଭୋଟର ନିଜର ବିବେକାନୁମୋଦିତ ଭୋଟକୁ କୌଣସି ନିର୍ଦ୍ଦିଷ୍ଟ ପ୍ୟାନେଲ ବଦଳରେ ନିଜ ନିଜ ପସନ୍ଦର ପ୍ରାର୍ଥୀକୁ ବିଭିନ୍ନ ପ୍ୟାନେଲରୁ ମଧ୍ୟ ବାଛିବାକୁ ମନସ୍ଥ କରିପାରିବେ । ତେବେ ଚଳିତ ନିର୍ବାଚନରେ ଗତ ୨୦୨୪ ରେ ଯୋଗ ଦେଇଥିବା ଯୁବ ଏ.ଏସ.ଓ ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । 

ତେବେ ବିଭିନ୍ନ ପ୍ୟାନେଲର ସେମାନଙ୍କର ନିର୍ବାଚନ ପ୍ରତିଶ୍ରୁତି ପ୍ରଚାର ପତ୍ର ମାଧ୍ୟମରେ ଭୋଟର ମାନଙ୍କ ନିକଟରେ ପହଞ୍ଚାଇ ଥିଲେ ମଧ୍ୟ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ଙ୍କ ତରଫରୁ ଭୋଟର ସଚେତନତା ପାଇଁ ଆସନ୍ତା ତା.୦୫.୦୫.୨୦୨୫ ରିଖରେ ଏକ "What I Stand For" ର ଆୟୋଜନ କରାଯାଉଛି ।