Thursday 8 February 2024

For all viewers !!! PLEASE HELP

ଏହି BLOG ର ସମସ୍ତ ନିୟମିତ ତଥା ସାମୟିକ ପାଠକପାଠିକା ମାନଙ୍କୁ ସେମାନଙ୍କର ମୋ ପ୍ରତି ତଥା ଏହି ବ୍ଲଗ ପ୍ରତି ଭଲପାଇବା ଏତେ ମାତ୍ରାରେ ଦେଇଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ଆଜି ଏହି ବ୍ଲଗ ର PAGE VIEW ୨୨,୦୦,୦୦୦ ଅତିକ୍ରମ କରିସାରିଲାଣି । ସେହିପରି ଦୈନିକ PAGE VIEW ହାରାହାରି ୪୫୦୦ ରହୁଛି । ସେଥିପାଇଁ ମୋତେ ସବୁବେଳେ କିଛି ନା କିଛି ଉପାଦେୟ ତଥ୍ୟ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରେରଣା ଓ ଉତ୍ସାହ ମିଳୁଛି । ଆଗାମୀ ଦିନରେ ଆପଣମାନଙ୍କୁ ଅଧିକ ରୁ ଅଧିକ ବିଭିନ୍ନ ଉପାଦେୟ ସୂଚନା ଦେବାକୁ ନିଶ୍ଚୟ ଚେଷ୍ଟା କରିବି । 

ଏଠାରେ ମୁଁ ଗୋଟିଏ ସୂଚନା ଦେବାକୁ ଚାହେଁ ଯେ, ରୋଜଗାର ଉଦ୍ଦେଶ୍ୟରେ ଏହି ବ୍ଲଗ ତିଆରି ହୋଇନାହିଁ ।  ସଂପୂର୍ଣ୍ଣ ନିଶୁଳ୍କ ଭାବେ ଏହି ପ୍ରଚେଷ୍ଟା ଜାରି ରଖିଛି। Google AdSence ମାଧ୍ୟମରେ ସ୍ୱଳ୍ପ ରୋଜଗାର ସୁବିଧା ଥିଲେ ମଧ୍ୟ BLOGPAGEର ସୁନ୍ଦରତା ରକ୍ଷା ପାଇଁ ତଥା VISITORS ମାନଙ୍କୁ ଅବାଞ୍ଛିତ ବିଜ୍ଞାପନ ଦ୍ବାରା ବିରକ୍ତିକର ନ କରିବା ପାଇଁ ବିଜ୍ଞାପନ ସୁବିଧା କୁ BLOCK କରିଦେଇଛି । 

କିନ୍ତୁ ଆଜିର କିଛି ଏକ ଭିନ୍ନ ପରିସ୍ଥିତି ପାଇଁ ମୋର ଶ୍ରଦ୍ଧେୟ ତଥା ଅନେକ ବରିଷ୍ଠ PAGE VISITORS ମାନଙ୍କ ନିକଟରେ ଅନୁରୋଧ ସହ ଦାବି ରଖୁଛି ଯେ ଅତି ଜରୁରୀ ମନେକରି ନିମ୍ନରେ ଥିବା ସନ୍ଦେଶଟି ପଢନ୍ତୁ ଏବଂ ନିଜର ସାଧ୍ୟମତେ କିଛି ସହାୟତା ନିଶ୍ଚୟ କରନ୍ତୁ । ସେହି ସହଯୋଗ ମାଧ୍ୟମରେ ମୋର ପରିଶ୍ରମ ମୂଲ୍ୟ ପାଇଗଲି ବୋଲି ଭାବିନେବି । 

----------------------------------------------------------

ଶ୍ରୀ ସୁଜିତ କୁମାର ବେହେରା (୩୭ ବର୍ଷ) 

ରାଜ୍ଯ ସଚିବାଳୟରେ ୨୦୨୧ରେ ଜୁନିଅର ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ପାଇ ନିର୍ମାଣ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। ଭାଗ୍ୟର ବିଡମ୍ବନା, ଗତ ଏକ ବର୍ଷ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଡାକ୍ତର ପରାମର୍ଶ ଅନୁଯାୟୀ ଫେବୃଆରୀ ମାାସରେ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ଟାଟା ମେମୋରିଆଲ ହସ୍ପିଟାଲ ଯିବାକୁ ପଡିବ। ଯେଉଁଥିପାଇଁ ପ୍ରାୟ ୧୫-୨୦ ଲକ୍ଷ ଅର୍ଥ ରାଶିର ଆବଶ୍ଯକତା ରହିଛି। ଯାହାକି ଜଣେ ସାଧାରଣ ପରିବାରର ବ୍ୟକ୍ତି ପାଇଁ ଯୋଗାଡ କରିବା ଅସମ୍ଭବ। 

ଆଶା କରିବା, ଆମେମାନେ ନିଜ ପକେଟରୁ କିଛି ଅର୍ଥ କାଢି ଏଭଳି ଅସମୟରେ ସୁଜିତ ଭାଇଙ୍କୁ ସହଯୋଗର ହାତ ବଢେଇବା। 

    Waiting for your kind Cooperation    

MANI BEHERA (Wife) 

SBI A/C No : 32631832785

IFSC code-SBIN0002112

*****

FOR UPI PAYMENT (Phonepay/Gpay) 

Mobile No. 6371897167

---------------------------------------------------------------------

ଆଶା କରିବି, ପ୍ରତ୍ୟେକ visitor ଅନୁରୋଧ ରକ୍ଷା କରି ଆଜି ହିଁ  କିଛି ନା କିଛି ସହଯୋଗ କରିବେ।  କାରଣ କମ୍ ସମୟରେ ଅନେକ କିଛି କରିବାର ଅଛି। ସମସ୍ତଙ୍କୁ ବିନମ୍ର ନିବେଦନ । 🙏🙏🙏🙏

Wednesday 7 February 2024

Can the ASOs join in service on the day of Orientation?

All of us know that Orientation Program for all selected ASO Candidates has been scheduled to be held on  09.02.2024 at State Convention Center, Bhubaneswar. 

Many of these people has a common query regarding joining in service on the same date. It is seen that such types of Orientation Program - cum - Handing over the Appointment Letter to Candidates were being organized at Rabindra Mandap during Day time. Hence candidates had opportunity to join their respective allotted departments in the afternoon of the same day. 

But, this time candidates have to attend the program from 2pm onwards. Hence joining on the same day may not be possible. Next two days are also Government Holidays. 

So, we can hope that Secretariat will receive the new group of ASOs on Monday and the administration will be more active and more strengthened. 

Happy Welcome!!! 

Documents required at the time of joining:
Based on previous year appointment orders, the following documents may be required at the time of joining in respective Departments. 

1) Medical Fitness Certificate
2) Two Character Certificates issued by two different Gazetted Officers
3) A declaration to the effect that no criminal antecedent/case is pending against him/her
4) Oath of allegiance to the Constitution of India
5) Declaration of non-contract of plural marriage

---------------------------------------------------------
Download Forms 2,3,4,5 PDF.  / MS Word
---------------------------------------------------------

6) Caste Certificate (if candidate belongs to ST/SC/SEBC)
7) Disability Certificate
8) Sports Certificate (Identity Card of Sports Persons issued by the Director of Sports, Odisha)
9) Two self-attested passport size photographs
10) Original Certificates in support of Educational Qualifications.

Previous year appointment order: (For reference)

Senior OAS Officers (SCS) encadred to IAS Cadre

ସଚିବାଳୟ ଏଏସ୍ଓ ନିଯୁକ୍ତି ପର୍ବ : ୯ ଫେବୃଆରୀ ରେ

ଖୁସି ଖବର !! 
ଆସନ୍ତା ୦୯।୦୨।୨୦୨୪ (ଶୁକ୍ରବାର) ଦିନ ସଚିବାଳୟ ସହକାରୀ ଉପବିଭାଗ ଅଧିକାରୀ (ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର) ୨୦୨୧ ବ୍ୟାଚ ପାଇଁ ନିଯୁକ୍ତି ପର୍ବ (Orientation Program) ଲୋକସେବା ଭବନ ନିକଟସ୍ଥ ରାଜ୍ଯ କନଭେନସନ ସେଣ୍ଟର ରେ ଅନୁଷ୍ଠିତ ହେବ। 

ଏଥିପାଇଁ ସ୍ୱରାଷ୍ଟ୍ର ବିଭାଗ ତରଫରୁ ସମସ୍ତ ଚୟନଭୁକ୍ତ ପରୀକ୍ଷାର୍ଥୀଙ୍କ ନିକଟକୁ ଇମେଲ ଯୋଗେ ନୋଟିସ ପଠାଯାଇଛି । 
--------------------------------------------------------
  4777 Dt.06.02.2024
--------------------------------------------------------
ସୂଚନା : 
ସ୍ଥାନ : ରାଜ୍ୟ କନଭେନସନ ସେଣ୍ଟର
ତାରିଖ : ୦୯।୦୨।୨୦୨୪ (ସଂଧ୍ଯା ୫ ଘଟିକା) 

# କେବଳ ପରୀକ୍ଷାର୍ଥୀଙ୍କୁ ଭିତରକୁ ଯିବାକୁ ଅନୁମତି
# ସାଙ୍ଗରେ ଯେକୌଣସି ପରିଚୟ ପତ୍ର (ଆଧାର / ପାନ କାର୍ଡ଼ / ଭୋଟର କାର୍ଡ଼ / ଡ୍ରାଇଭିଂ ଲାଇସେନ୍ସ) ସହିତ ତାହାର ନକଲ କପି ଆଣିବେ
# ଦିନ ୨ଟା ସୁଦ୍ଧା ହଲରେ ପହଞ୍ଚି ପଞ୍ଜିକରଣ କରିବାକୁ ପଡିବ 

Sunday 4 February 2024

Sad News : Sri Sankarsan Naik, Deputy Secretary passed away

Sri Sankarsan Naik, OSS,  Deputy Secretary, E&IT Department has breathed his last early morning today at his Govt quarters after suffering from Chronic Kidney Disease (CKD) for many years. His retirement from Government Service was due on 31.08.2024.
SHANKARSAN NAIK
(01.09.1964 - 04.02.2024) 
We pray for his pious soul to get complete salvation. Om Shanti.🙏

Submission of Property Statement is extended for the year 2023

 


130 Dt.03.02.2024

Thursday 1 February 2024

First World Odia Language Conference

ଏହି ସମ୍ମିଳନୀ ସମ୍ବନ୍ଧିତ ସବିଶେଷ ତଥ୍ୟ ନିମ୍ନ ପୋର୍ଟାଲ୍‌ରେ ଉପଲବ୍ଧ: https://www.worldodiaconference.org/

Office Orders for smooth management of the event;

4) 194/OLLC Dt.01.02.2024 : List of 86 Liaison Officers assigned to guests and dignitaries. 

3) 3538 /Home Dt.30.01.2024 : List of Sections Officers (60) and Assistant Section Officers (140) deployed to OLL&C Deptt.

2) 143/OLL&C Dt.30.01.2024 : ASO / SO attached to the 18 teams for smooth management of event [Partial Modification vide 155/OLL&C Dt.31.01.2024]

1) 124/OLL&C Dt.28.01.2024 : Nodal Officer / Supporting Officers w.r.t. in 18 teams for smooth management of event [Partial Modification vide 147/OLL&C Dt.30.01.2024]

Delay in appointment of new ASO in Odisha Secretariat : Candidates in doubt !!

ସଚିବାଳୟରେ ଏଏସ୍ଓ ଭାବେ ସରକାରୀ ଚାକିରୀରେ ଯୋଗଦେବା ପାଇଁ ସମସ୍ତ ଔପଚାରିକତା  ସରିଯାଇଛି। ସେପଟେ ସମାନ୍ତରାଳ ଭାବେ Antecedent Verification ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏବେ କେବଳ Orientation / Workshop କାର୍ଯ୍ୟକ୍ରମକୁ ଅପେକ୍ଷା। 

ଇତି ମଧ୍ୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଚୁଡାନ୍ତ ରାୟକୁ ଏକମାସ  ପୂରିବା ପୂର୍ବରୁ ସୁପ୍ରିମକୋର୍ଟରେ ପୁଣି ଏକ SLP ଦାୟର କରାଯାଇଛି। ଗତ ୧୯ ତାରିଖର ଶୁଣାଣିରେ ନୂତନ ୭୮୭ ଏଏସ୍ଓ ଚୟନ ତଥା ନିଯୁକ୍ତିକୁ ସର୍ତ୍ତମୂଳକ କରିବା ପାଇଁ ଓପିଏସସିକୁ ନିର୍ଦ୍ଦେଶ ଆସିଛି। ଓପିଏସସି ମଧ୍ୟ ଏକ ନୋଟିସ ମାଧ୍ୟମରେ ୨୫। ୦୧। ୨୦୨୪ ରେ  ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ସାରିଛି। 

ଏବେ ପ୍ରାୟ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ  
ନିଯୁକ୍ତି ପର୍ବ (Orientation / Workshop) କେବେ ?
ଯେହେତୁ ନିଯୁକ୍ତି ପ୍ରକ୍ରିୟା (ଚୟନ ପଦ୍ଧତି) ଏବେ ଅଦାଲତିକ ମାମଲାରେ ଛନ୍ଦି ହୋଇଛି, ତେଣୁ ସମସ୍ତେ ଚାହୁଁଛନ୍ତି ଖୁବଶୀଘ୍ର Appointment Order ମିଳିଯାଉ। କିନ୍ତୁ ଗୋଟିଏ ଗୋଟିଏ ଦିନର ବିଳମ୍ବ ସମସ୍ତଙ୍କ ମନରେ ଅନେକ ସନ୍ଦେହ ତଥା ଭୟର ବାତାବରଣ ସ୍ରୁଷ୍ଟି କରୁଛି। ଏଥି ସହିତ ବିଭିନ୍ନ ଗୁଜବ ଏହାକୁ ଅଧିକ ଖୋରାକ ଯୋଗାଉଛି। 

ଯାହା ଶୁଣାଯାଉଛି, ସୁପ୍ରିମକୋର୍ଟ ମାମଲାରେ ସ୍ୱରାଷ୍ଟ୍ର ବିଭାଗ ତରଫରୁ ବିଧି ବିଭାଗର ମତାମତ ଲୋଡା ଯାଇଛି। ତଦ୍ ସହିତ ଆସନ୍ତା ୧୯।୦୨।୨୦୨୪ ରେ ମାମଲାର ପରବର୍ତ୍ତୀ ତାରିଖ ଥିବାରୁ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ। ସେପଟେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦପ୍ତରରୁ Orientation  ପାଇଁ ତାରିଖ ନିର୍ଦ୍ଧାରଣ କୁ ଅପେକ୍ଷା କରାଯାଇ ଥାଇପାରେ । 

ତେବେ ସ୍ପଷ୍ଟ ଭାବେ କହି ରଖେ ଯେ, ଉପରୋକ୍ତ ଖବର ଉପରେ ଆମ ପାଖରେ ସେମିତି କିଛି ସଠିକ ସୂଚନା ନାହିଁ। ସବୁ କେବଳ ଆଲୋଚନା। କିଛି ସରକାରୀ ନିଷ୍ପତ୍ତି ନିଶ୍ଚିତ ଭାବେ ଗୋପନୀୟ ରହିବ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ । ତେଣୁ ଅପେକ୍ଷା ହିଁ କରିବାକୁ ପଡିବ । 

ପରୀକ୍ଷାର୍ଥୀଙ୍କ ପାଇଁ ସାନ୍ତ୍ୱନା : 
ବ୍ୟକ୍ତିଗତ ଭାବେ ଏଭଳି ପରିସ୍ଥିତି ପାଇଁ ଆମ୍ଭେ ବହୁତ ଚିନ୍ତିତ ଓ ଦୁଖିତ ମଧ୍ୟ। ଏହି ବ୍ୟାଚର ପିଲାମାନେ ଯେତିକି ମାନସିକ ସ୍ଥିତିକୁ ନିୟନ୍ତ୍ରଣ କରି ଧୈର୍ଯ୍ୟ ର ପରିଚୟ ଦେଇଛନ୍ତି, ସେମାନେ ପ୍ରଶଂସାର ଯୋଗ୍ୟ। ନିଶ୍ଚିତ ଭାବେ ଆପଣମାନଙ୍କର ବ୍ୟସ୍ତତା ବିଷୟରେ ସରକାର ନିଶ୍ଚିତ ଭାବେ ଅବଗତ ଥିବେ। କିନ୍ତୁ ସବୁକିଛି ପ୍ରକ୍ରିୟା ଆଇନ ଅନୁଯାୟୀ କରାଯାଏ। ଏମିତି ନୁହେଁ କି କାହାର ବ୍ୟସ୍ତତା ପାଇଁ ସରକାର ତରତର ହୋଇ କିଛି ନିଷ୍ପତ୍ତି ନେଇଯିବେ। ଆଶା କରିବା ସ୍ୱରାଷ୍ଟ୍ର ବିଭାଗ ତରଫରୁ ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯାଇ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ। ଆଗାମୀ ୭ ଦିନରେ ଖୁସି ଖବର ମିଳିପାରେ, କିମ୍ବା ୧୭ ଦିନ। କିନ୍ତୁ ୭୦ ଦିନ କେବେ ବି ନୁହେଁ। ଏତିକି ବିଶ୍ଵାସ ନେଇ କେବଳ ନିଜେ ନିଜକୁ ଏତିକି କହି ସାନ୍ତ୍ଵନା ଦେଇପାରିବା ଯେ, All is well - Appointment Very Soon.