Saturday 21 March 2020

5 Districts & 8 Towns Locked Down till 29 March

CMO Odisha: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ Naveen Patnaik ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆସନ୍ତାକାଲିରୁ ମାର୍ଚ୍ଚ ୨୯ ଯାଏଁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ଗାଁ ଓ ସହରରେ ଜରୁରୀକାଳୀନ ସେବାକୁ ଛାଡି ପ୍ରାୟ ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି।
ଏହାଛଡା କିଛି ସହର ଯଥା; ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଟାଉନ ମଧ୍ୟ ପ୍ରାୟ ସମ୍ପୂର୍ଣ ବନ୍ଦ ରହିବ। ଦୃଢତାର ସହ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ଵାନ କରିଛନ୍ତି। #COVID19 #Odisha