Friday, 6 March 2020

P&C Deptt. Champion : Secretariat Cup 2020

ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରିକେଟ ଆସୋସିଏସନ ଦ୍ଵାରା ଆୟୋଜିତ ସଚିବାଳୟ କପ୍ - ୨୦୨୦ ର ଫାଇନାଲ ମ୍ୟାଚରେ ଯୋଜନା ଓ ସଂଯୋଜନ ବିଭାଗ (୧୦୮/୪) ଚମ୍ପିୟାନ ହେବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (୫୭/୮) ରନର୍ସ ଅପ ହୋଇଛି । ଯୋଜନା ଓ ସଂଯୋଜନ ବିଭାଗର ଖେଳାଳୀ ଦେବ ପ୍ରସାଦ ପତି ଉଭୟ ମ୍ୟାନ ଅଫ ଦି ଫାଇନାଲ ଏବଂ ମ୍ୟାନ ଅଫ ଦି ଟୁର୍ଣାମେଣ୍ଟ ବିବେଚିତ ହୋଇଥିଲେ ।


ପୂର୍ବାହ୍ନରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ, ଯୋଜନା ଓ ସଂଯୋଜନ ବିଭାଗ ଏବଂ ପଞ୍ଚାୟତିରରାଜ ଓ ପାନୀୟ ଜଳ ବିଭାଗ ଯଥାକ୍ରମେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପଶୁ ପାଳନ ବିଭାଗକୁ ହରାଇ ଫାଇନାଲ କୁ ଉନ୍ନୀତ ହୋଇଥିଲେ । ସେଥିରେ ଦେବ ପ୍ରସାଦ ପତି ଓ ରାକେଶ ପଣ୍ଡା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହା ପରେ ପରେ ସଚିବାଳୟର ଦୁଇ ମହିଳା କ୍ରିକେଟ ଦଳକୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ ଖେଳାଯାଇଥିଲା । ଏଥିରେ ସୁପର ଟାଇଟନସ ଦଳ, ବିନ୍ଦାସ ଓ୍ଵରିଅର୍ସ ଦଳକୁ ହରାଇଥିଲା । ଏହି ମ୍ୟାଚଟି ଖୁବ ଚିତାକର୍ଷକ ହୋଇଥିଲା। କାରଣ ୩୮ ରନର ପିଛା କରି ସୁପର ଟାଇଟନସ ଦଳର ସ୍ନେହା ଏକାକୀ ୪୦ରନ କରି (୬*୫, ୪*2, ୧*୨) ଦଳକୁ ବିଜୟୀ କରିଥିଲେ।






ସେହିପରି, ମଧ୍ୟାହ୍ନ ବିରତି ପରେ, ଦୁଇଟି ସ୍ଵଳ୍ପ ସମୟ ବିଶିଷ୍ଟ ଟେକନିକାଲ କ୍ରିକେଟ ଯଥା ବିଗ ହିଟ୍ ଏବଂ ହିଟ ଦି ଓ୍ଵିକେଟ ଖେଳାଯାଇଥିଲା ।
ଉଦଯାପନୀ ଉତ୍ସବରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରିକେଟ ଆସୋସିଏସନର ସଂପାଦକ, ହର ପ୍ରସାଦ ବିଶ୍ଵାଳ ଉକ୍ତ ଟୁର୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 













ସଚିବାଳୟର ୩୨ଟି ବିଭାଗ ୮ଟି ଗ୍ରୁପରେ ବିଭକ୍ତ ହୋଇ ଲିଗ୍ ପର୍ଯ୍ୟାୟ ଖେଳିଥିଲେ । ପ୍ରତି ଗ୍ରୁପ ବିଜେତା କ୍ଵାର୍ଟର ଫାଇନାଲ ଖେଳିଥିଲେ ଏବଂ ଏହାର ବିଜେତା ସେମିଫାଇନାଲ କୁ ଉନ୍ନୀତ ହୋଇଥିଲେ। ପାଞ୍ଚ ଦିନ ଚାଲିଥିବା ଏ ଟୁର୍ଣାମେଣ୍ଟରେ ଅକ୍ଷୟ ପରିଡ଼ା, ମନୋଜ ପୁହାଣ, ସୌମ୍ୟ ସାମଲ, ବ୍ରହ୍ମାନନ୍ଦ ସାହୁ, ରମେଶ କର, ଅମରେନ୍ଦ୍ର ବେହେରା, ରାକେଶ, ସନ୍ଦୀପ, ମଳୟ, ଦେବୀ ଇତ୍ୟାଦି ଖେଳାଳୀ ମାନେ ବିଶେଷ ସହଯୋଗ କରିଥିଲେ ।