Monday, 30 March 2020

ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

୧୬ଶ ବିଧାନ ସଭାର ୩ୟ ଅଧିବେଶନ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମାସ୍କ ପରିଧାନ ସହ ସାମାଜିକ ଦୂରତାକୁ ବଜାୟ ରଖି ପ୍ରତିଟି ଦଳର ୩୦% ବିଧାୟକଙ୍କୁ ନେଇ ଅନୁଷ୍ଠିତ ଏହି ଅଧିବେଶନରେ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହୋଇଯାଇଛି। ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଥିବାବେଳେ ଗୃହର ସମ୍ମତିକ୍ରମେ ମାନ୍ୟବର ବାଚସ୍ପତି ବିଦାୟୀ ଅଭିଭାଷଣ ପ୍ରଦାନ କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।