Thursday 25 August 2022

Inter Departmental Football Tournament 2022 by PRDW

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ଏକ ଆନ୍ତଃବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।  ଗତ ୨୨.୦୮.୨୦୨୨ ତାରିଖରେ ସଚିବାଳୟ ମିନି ଷ୍ଟାଡିୟମରେ ଏହା ଉଦ୍ଘାଟିତ ହୋଇଯାଇଛି। ଆସନ୍ତା ୧୬.୦୯.୨୦୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ୩୪ଟି ବିଭାଗ ୮ଟି ଗ୍ରୁପ୍ ରେ ବିଭାଜିତ ହୋଇ ଖେଳୁଛନ୍ତି। ପ୍ରତି ଦଳରେ ୫ଜଣ ଅଂଶଗ୍ରହଣ କରିବାର ପ୍ରାବଧାନ ରହିଛି।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କେ.କେ. ମୀନା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ । ଏତଦ୍ ବ୍ୟତୀତ ନିର୍ଦ୍ଦେଶକ ଶ୍ରୀ ଗଣେଶ୍ୱର ପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି, ଶ୍ରୀଯୁକ୍ତ ନରୋତ୍ତମ ବେହେରା, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପରିଷଦର ସାଧାରଣ ସଂପାଦକ ଶ୍ରୀ ନୀଳମଣି ପାତ୍ର ତଥା ଅନ୍ୟ ସଭ୍ଯ ମାନେ ଏହି ଟୁଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। 
 

Inauguration Photos
Dt.22.08.2022
****

































No comments: