Thursday 8 June 2023

OSSA demands Level-10 (GP 4600) for ASO

 ସଚିବାଳୟ ଘେରାଉ

୦୮.୦୬.୨୦୨୩ : ପ୍ରଶାସନର ବେପରୁଆ ମନଭାବ ତଥା ଅହେତୁକ ବିଳମ୍ବତାକୁ ଆଜି ସଚିବାଳୟ ସେବା ସଙ୍ଘ ବିରୋଧ କରିଛି । ସଂଘର ଏକମାତ୍ର ଦାବି, ସଚିବାଳୟ କ୍ୟାଡରର ମୂଳ ଦରମା ତଥା ଏଏସଓ ମାନଙ୍କର ଦରମା Level-10 (GP 4600) କୁ ବୃଦ୍ଧିକୁ ନେଇ ଆଜି ୫୦୦ରୁ ଉର୍ଦ୍ଧ ସଦସ୍ୟ ଗୃହବିଭାଗ ଘେରାଉ କରିଥିଲେ । ଗୃହସଚିବ ଓ ମୁଖ୍ୟସଚିବଙ୍କ ସ୍ତରରେ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ ବେପରୁଆ ମନଭାବ ଦେଖାଇ କିଛି ଅଫିସର ବହୁବାର ହଇରାଣ କରୁଛନ୍ତି । ନଥିଟିକୁ ୩ମାସ ଟେବୁଲ ତଳେ ରଖିଦେଇ ଲୁଚିବାର ଦେଖାଯାଇଛି । ଏହାକୁ ସଚିବାଳୟ ସଦସ୍ୟ ଘୋର ବିରୋଧ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ ପାଇଁ ଆସନ୍ତା ଦିନରେ କାର୍ଯ୍ୟବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ଏହାକୁ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦର୍ଶାଇ ଆସନ୍ତା ଦିନରେ ସଂଘ ଦ୍ରୁଢତାର ସହ ପ୍ରତିବାଦ କରିବାର ପ୍ରତିଶ୍ରୁତି ସଦସ୍ୟଙ୍କୁ ଦେଇଛନ୍ତି । ସଚିବାଳୟ ସେବା ସଂଘ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ।
















No comments: