Thursday 29 June 2023

OSSA gets ready for protest on 30th June


# Level - 10
DEMAND for DIGNITY

ଓଡିଶା ସଚିବାଳୟ ସେବା ସଂଘ (ଓସା) ଆସନ୍ତା ତା ୩୦। ୦୬। ୨୦୨୩ ରିଖ ଦିନ ନିଜର ପ୍ରମୁଖ ଦାବି ମୂଳ ପଦବୀ ଏଏସ୍ଓଙ୍କ ଦରମା  Level-10 (Grade Pay 4600) କରିବା ନେଇ ଏକ ବିଶାଳ ବିକ୍ଷୋଭ ସମାବେଶ ମାଧ୍ୟମରେ କଳା ବ୍ୟାଚ୍ ପିନ୍ଧି ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ଅଣ୍ଟା ଭିଡିଛି। 

ବିଗତ ଦିନରେ ବିଭିନ୍ନ ସମୟରେ ଓସାର ଦାୟିତ୍ୱ ନେଇଥିବା କର୍ମକର୍ତ୍ତା ଗଣ ଏହି ଦାବି ସହିତ ଅନ୍ୟାନ୍ୟ ଦାବି ସରକାରଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି। କିନ୍ତୁ ସେମିତି କିଛି ସମାଧାନ ହୋଇନଥିଲା ବେଳେ ଚଳିତ ୨୦୨୨-୨୦୨୪ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ନେତ୍ରୁତ୍ଵ ଓଡିଶା ସଚିବାଳୟ ସେବା କ୍ୟାଡରର ମର୍ଯାଦା ବ୍ରୁଦ୍ଧି ସହିତ ପ୍ରଶାସନିକ ବ୍ୟବସ୍ଥାର ସର୍ବୋଚ୍ଚ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ଅଧିକାରୀ ମାନଙ୍କୁ ଯେପରି ସ୍ୱତନ୍ତ୍ର ପରିଚୟ ମିଳିବ ସେଥିପ୍ରତି ବେଶ ଯତ୍ନବାନ ଅଟନ୍ତି। 

ପ୍ରକାଶ ଥାଉ କି, ରାଜ୍ୟ ସରକାର ୨୦୦୮ ମସିହାରେ ସଚିବାଳୟ ସେବା କ୍ୟାଡରରେ ଏ.ଏସ.ଓ. ପଦବୀ ସୃଷ୍ଟି କରିଥିଲେ l ସରକାରଙ୍କ ଏ ପଦକ୍ଷେପକୁ ସଂଘ ସେ ସମୟରେ ସ୍ୱାଗତ କରିଥିଲେ ମଧ୍ୟ ଏ.ଏସ.ଓ. ପଦବୀର ଦରମା ଅସଂଗତିକୁ ପୁନଃ ସମୀକ୍ଷା କରିବାକୁ ସରକାରଙ୍କୁ ନିୟମିତ ବ୍ୟବଧାନରେ ଅନୁରୋଧ କରିଆସୁଛି l ଏହା ମଧ୍ୟରେ ୧୫ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ସରକାର ଏ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି l 

ସଂଘର ଯୁକ୍ତି ଅନୁଯାୟୀ, ରାଜ୍ଯ ସଚିବାଳୟର ଏଏସ୍ଓ ସରକାରଙ୍କ ବିଭିନ୍ନ ବର୍ଗ ପାଇଁ  ଆଇନ ତଥା ପଲିସି ତିଆରି କରିଥାଏ। ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସମସ୍ତ କ୍ୟାଡର ପାଇଁ କାମ କରିଥାଏ।  ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିଲେ ମଧ୍ଯ ଓପିଏସସି ଦ୍ୱାରା ପରିଚାଳିତ ପରୀକ୍ଷା ପଦ୍ଧତି ଦେଇ ଆସିବାକୁ ପଡେ। (ଓପିଏସି କରୁଥିବା ସମସ୍ତ ନିଯୁକ୍ତି ମଧ୍ଯରୁ କେବଳ ଏଏସଓ ପଦବୀ ହିଁ ଗ୍ରେଡ ପେ-୪୨୦୦ ଅନ୍ତର୍ଭୁକ୍ତ।) କେନ୍ଦ୍ର ସଚିବାଳୟରେ କାର୍ଯ୍ୟରତ ଏ.ଏସ.ଓ. ମାନଙ୍କର ମୂଳ ଦରମା ଲେଭେଲ-୧୦ ରେ ଥିଲା ବେଳେ, ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଏ.ଏସ.ଓ. ମାନଙ୍କର ଦରମା ଲେଭେଲ-୯ ରେ ରହିଛି l ମାତ୍ର ରାଜ୍ୟର ଅନ୍ୟାନ୍ୟ କ୍ୟାଡରରେ କାର୍ଯ୍ୟରତ ଅଧିକାରୀମାନେ କେନ୍ଦ୍ର ପଦବୀ ହାରରେ ଦରମା ପାଉଥିବା ବେଳେ, ସରକାରଙ୍କ ନିକଟରେ କାର୍ଯ୍ୟରତ ଏ.ଏସ.ଓ. ମାନେ କେନ୍ଦ୍ର ପଦବୀ ହାରରେ ଦରମା ପାଇବାରୁ ବଞ୍ଚିତ ହେଉଛନ୍ତି l ମନ୍ତ୍ରୀ ତଥା ସଚିବ ସ୍ତରୀୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ଅଧିକାରୀ ମାନେ ସେଥିପାଇଁ  କେନ୍ଦ୍ର ସଚିବାଳୟ ଅଧିକାରୀଙ୍କ ଭଳି ଦରମା ଦାବି କରନ୍ତି। ଏଏସଓ ମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ବୋଧହୁଏ ୩୦୦୦ ମୋଟ ପଦବୀରୁ ୧୨୦୦ ରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଥିବା ସତ୍ତ୍ବେ  ସରକାରଙ୍କ ସମସ୍ତ କାର୍ୟ୍ଯ ସୂଚାରୁରୂେପ ହୋଇପାରୁଛି। ବିଶେଷକରି ୧୪୯୮ ଏଏସ୍ଓ ପଦବୀରୁ ୯୦୦ରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଥିବା ବେଳେ ମାତ୍ର ୫୦୦ ଏଏସ୍ଓ ଏବେ ସବୁ କାର୍ଯ୍ୟ ସମ୍ଭାଳୁଛନ୍ତି। ତେଣୁ ସଠିକ ଦରମା ତଥା ସଠିକ ସମୟରେ ପଦୋନ୍ନତି ପାଇବାକୁ ଏମାନେ ହକଦାର୍।  

ଏଥିପାଇଁ ମୁଖ୍ଯ ଦାବୀ ମୂଳ ପଦବୀ ଏଏସ୍ଓଙ୍କ ଦରମା ଲେବଲ-୧୦ (ଗ୍ରେଡ ପେ ୪୬୦୦) ଉପରେ ସଂଘ ଜୋର ଦେଉଛି। 

ଏହି ଦାବି ନେଇ ଅତୀତରେ ସ୍ୱାକ୍ଷର ଅଭିଯାନ ମାଧ୍ୟମରେ ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଅନୁରୋଧ ପତ୍ର  ସରକାରଙ୍କୁ ସଂଘ ପ୍ରଦାନ କରିଥିଲା। ସେହିପରି ମୁଖ୍ଯ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଅର୍ଥ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ସାଧାରଣ ପ୍ରଶାସନ ବିଭାଗର ସଚିବ ତଥା ବିଭାଗୀୟ ମନ୍ତ୍ରୀ ସ୍ତରରେ ଅନେକ ଥର ଆଲୋଚନା ପରେ ମଧ୍ଯ  ଦାବୀ ପୂରଣ ନହେବା ନେଇ କର୍ମଚାରୀ ମହଲରେ ଗଭୀର ଅସନ୍ତୋଷ ପରିଲକ୍ଷିତ ହୋଇଅଛି। 

ଏଥିପାଇଁ ଗତ ତା ୨୨.୦୬.୨୦୨୩ରିଖରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ କଳା ବ୍ୟାଚ ପିନ୍ଧି ସଂଘର ଅସନ୍ତୋଷ ବିଶାଳ ବିକ୍ଷୋଭ ସମାବେଶ ମାଧ୍ୟମରେ ସରକାରଙ୍କୁ ଜଣାଇବାକୁ ସ୍ଥିର କରାଯାଇଛି। 





ଗତ ତିନିଦିନ ଧରି ବିଭିନ୍ନ ବିଭାଗ ବୁଲି କର୍ମକର୍ତ୍ତାଗଣ ଆସନ୍ତା ୩୦ ତାରିଖ ସମାବେଶ କୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଆଶା ଅଛି ସଂଘର ଦାବୀ ତଥା ଏଏସ୍ଓଙ୍କ ହକ୍ ସରକାର ମାନିନେବେ। 

No comments: