Friday 30 June 2023

ସଚିବାଳୟ ଏଏସଓ ଙ୍କ ଦରମା ଦାବୀ ନେଇ ବିଶାଳ ବିକ୍ଷୋଭ ସମାବେଶ (Black Badge Protest)

# Level - 10
DEMAND for DIGNITY

The members of Odisha Secretariat Service Association (OSSA) on Friday staged a black badge protest in front of Lok Seva Bhawan in Bhubaneswar demanding the increase of the salary of ASO to Level 10. The Sangh members wore black badges and staged the demonstration.

ଦୀର୍ଘ ୧୫ ବର୍ଷର ଦାବୀ ସଚିବାଳୟ ଏଏସଓ ଙ୍କ ଲେବଲ-୧୦ (ଗ୍ରେଡ ପେ ୪୬୦୦) ଦରମା ନେଇ ଆଜି ଲୋକସେବା ଭବନରେ ଏକ ବିଶାଳ ବିକ୍ଷୋଭ ସମାବେଶ ଦେଖାଦେଇଥିଲା। ମଧ୍ଯାହ୍ନ ସମୟରେ ହଜାର ହଜାର ଅଧିକାରୀ ହାତରେ ପ୍ଲାକାର୍ଡ, କଳା ବ୍ୟାଚ ଏପରିକି ଲେବଲ-୧୦ ଲିଖିତ ଟି-ସାର୍ଟ ପିନ୍ଧି ପଞ୍ଚାୟତିରାଜ ବିଭାଗ ସାମ୍ନା ଲନ୍ ରେ ଏକାଠି ହୋଇଥିଲେ। 

ଆଜି ଥିଲା ସଂଘର ତ୍ରୁତୀୟ  General Body Meeting. କିନ୍ତୁ କେହି ଯେମିତି ଭାଷଣ ଶୁଣିବାକୁ ପ୍ରସ୍ତୁତ ନଥିଲେ। କେବଳ ଗୋଟିଏ ନାରା We want - Level 10, Our Demand - Level - 10 ସଚିବାଳୟ ପରିବେଶକୁ ବେଶ ଉଷ୍ମତା ଯୋଗାଇଥିଲା। ବିନା ଭାଷଣରେ ସମସ୍ତଙ୍କୁ ସଂଘର ଦାବୀ ପରିଷ୍କାର ଭାବେ ଜଣାପଡୁ ଥଲା ଯେ, ଏମାନେ ଚାହାଁନ୍ତି କଣ। ସଂଘ ନେତ୍ରୁତ୍ୱଙ୍କ କହିବା ଅନୁଯାୟୀ ସରକାରଙ୍କ ଠାରୁ ବାରମ୍ବାର ପ୍ରତିଶ୍ରୁତି ମିଳିଛି। ଅନେକ ଆଲୋଚନା ମାଧ୍ୟମରେ ମୁଖ୍ଯ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଅନେକ ଅଧିକାରୀ ହ୍ରୁଦବୋଧ କରିଛନ୍ତି କି ଏଏସଓ ଙ୍କ ଲେବଲ ୧୦ ଦରମା କେତେ ଯୁକ୍ତିଯୁକ୍ତ। କିନ୍ତୁ ବିନା କିଛି ଆଦେଶନାମାରେ ନଥି ତ୍ରୁତୀୟ ମହଲାରୁ ଫେରିଥିବାରୁ ସଂଘର ନେତ୍ରୁବ୍ରୁନ୍ଦ ଯେତିକି ହତୋତ୍ସାହିତ, ଓଏସଏସ ଅଧିକାରୀ ମହଲ ସେତିକି କ୍ରୋଧିତ ମଧ୍ଯ। 

ସେହି ଅସନ୍ତୋଷର ବହ୍ନି ଆଜିର ସମାବେଶରୁ ବେଶ ଅନୁମେୟ। ସଭାରେ ସବୁ ବର୍ଗର ଉପସ୍ଥିତି, କେବଳ ଗୋଟିଏ ଦାବୀର ପ୍ଲାକାର୍ଡ, ଛାତିରେ କଳା ବ୍ୟାଚ୍, ଦେହରେ ଲେବଲ-୧୦ ଲିଖିତ କଳା ଟି-ସାର୍ଟ, ହାତରେ ଲେବଲ-୧୦ ବ୍ୟାଣ୍ଡ ରୁ ସଂଘର ଦାବୀ ବେଶ ଭଲ ଭାବରେ ଜଣାପଡୁଥିଲା। ସଭା ସମୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ହଠାତ୍ ବର୍ଷା ହେବାରୁ ଏହି ଦାବୀରେ ଭଗବାନଙ୍କ ର ମଧ୍ଯ ଆଶୀର୍ବାଦ ରହିଛି ବୋଲି ଆଲୋଚନା ହୋଇଥିଲା। ତଥାପି ସେହି ଖରା ଓ ବର୍ଷାର ଲୁଚକାଳି ଖେଳରେ ସମସ୍ତେ ଅବିଚଳିତ ଥିଲେ। କେହି ପଡିଆ ଛାଡିନଥିଲେ। ବରଂ ସମସ୍ତଙ୍କ ର ଏକତା ମନୋଭାବ, ଦ୍ରୁଢ ଛାଶକ୍ତି ତଥା ନ୍ୟାଯ୍ୟ ଦାବୀ କୁ ସତେ ଯେମିତି ସମ୍ମାନ ଦେଇ ବର୍ଷା ବାଧ୍ଯ ହୋଇ ବନ୍ଦ ହୋଇଯାଇଥିଲା। 


ସକାଳୁ ସକାଳୁ ସବୁ ଡିପାର୍ଟମେଣ୍ଟରେ ଅଧିକାରୀମାନେ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟାରମ୍ଭ କରିଥିଲେ। ଦିନ ଗୋଟାଏ ବେଳକୁ ଧିରେ ଧିରେ ସମସ୍ତେ ପଡିଆ ଅଭିମୁଖେ ଅଗ୍ରସର ହୋଇଥିଲେ। ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭର ପ୍ରତିଶ୍ରୁତି ମିଳିଥିଲେ ମଧ୍ଯ ସୁରକ୍ଷା ପାଇଁ ଯଥେଷ୍ଟ ପୋଲିସ ନିୟୋଜିତ କରାଯାଇଥିଲା। ଉକ୍ତ ସଭାରେ ଆସନ୍ତା ୭ ଦିନ ପାଇଁ କଳା ବ୍ୟାଚ୍ ପିନ୍ଧି ସରକାରଙ୍କ ନିକଟରେ ଦାବୀ ଜାରି ରଖିବାକୁ ନିଷ୍ପତ୍ତି ନିଆଗଲା। ଉକ୍ତ ସମୟ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ। ନଚେତ୍ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବୁ ବୋଲି ସାଧାରଣ ସଂପାଦକ ପ୍ରଜ୍ୱତ୍ନ ବରାଳ ଚେତାବନୀ ଦେଇଛନ୍ତି। 

ଶେଷରେ ଏକ ଶୋଭାଯାତ୍ରା ବାହାରି ନଂ-୬ ଫାଟକ ସାମ୍ନାରେ ଉପସ୍ଥିତ ମିଡିଆ ପ୍ରତିନିଧିମାନଙ୍କୁ ଦାବୀ ସଂପର୍କରେ ସୂଚନା ଦିଆଯାଇଥିଲା। 

ଆଶା ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏ ବାର୍ତ୍ତା ନିଶ୍ଚୟ ପହଞ୍ଚିଥିବ ଏବଂ ଶୀଘ୍ର ଏ ଦାବୀ ପୂରଣ ହେବ। 








































No comments: