Friday 2 July 2021

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ..... ସଚିବାଳୟରେ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ପତ୍ର

ସଚିବାଳୟରେ ଜୁନିଅର ଡାଟା ଏଣ୍ଟ୍ରି ଅପରେଟର ପଦବୀରେ ନିଯୁକ୍ତି ପାଇଁ ସ୍ୱରାଷ୍ଟ୍ର ବିଭାଗ ତରଫରୁ ୧୮୫ ଜଣଙ୍କୁ କାର୍ଯ୍ୟ ରେ ଯୋଗ ଦେବା ପାଇଁ ନିଯୁକ୍ତି ପତ୍ର ସ୍ପିଡ ପୋଷ୍ଟ ଯୋଗେ ପଠାଯାଇଛି। ଏହି ଚାକିରୀ ରେ ମୋଟ ୨୩୨ ପଦବୀ ପାଇଁ ତା ୨୦।୦୫।୨୦୧୫ ରିଖ ରେ ବିଜ୍ଞାପନ ବାହାରିଥିବା ସତ୍ୱେ ବିଭିନ୍ନ ମାମଲାରେ ମାନ୍ଯବର ଅଦାଲତ ଙ୍କ ବିଚାରାଧୀନ ଥିଲା। ଏହାର ଲିଖିତ ପରୀକ୍ଷା ତା ୧୬।୦୪।୨୦୧୭ ରିଖରେ ହୋଇଥିବା ବେଳେ କମ୍ପ୍ୟୁଟର ପରୀକ୍ଷା ତା ୨୮।୧୨।୨଼୦୧୯ ରିଖରେ ହୋଇଥିଲା। ଆଜକୁ ଠିକ ବର୍ଷେ ତଳେ ତା ୦୧।୦୭।୨୦୨୦ ରିଖରେ  ଏହାର ଚୁଡାନ୍ତ ତାଲିକା ମଧ୍ଯ ପ୍ରକାଶ ପାଇଥିଲା। ଏଥିରେ ମୋଟ ୧୨୭ ଜଣ ସ୍ଥାନ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ତା ୦୭। ୦୧। ୨୦୨୧ ରିଖ ଦିନ ମୋଟ ୧୮୭ ଜଣ ବିଶିଷ୍ଟ ଏକ ନୂଆ ତାଲିକା ପ୍ରକାଶ ପାଇଥିଲା। 
ତେବେ ସୂଚନା ଅନୁଯାୟୀ, ମାନ୍ୟବର ଅଦାଲତଙ୍କ ଆଦେଶ ମତେ, ପୂର୍ବରୁ ସଚିବାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ପାଇଁ କିଛି ପଦବୀ ସଂରକ୍ଷିତ ରଖାଯାଇ ବଳକା ୧୮୫ ପଦବୀ ପାଇଁ ନିଯୁକ୍ତି ପତ୍ର ଜାରି କରାଯାଇଛି। Court Order. PDF

ଆସନ୍ତା ୩୦ ଦିନ ମଧ୍ଯରେ ଆବଶ୍ଯକ କାଗଜପତ୍ର ସହିତ ସଂପ୍ରୁକ୍ତ ବିଭାଗରେ ଯୋଗ ଦେବାକୁ ସ୍ୱରାଷ୍ଟ୍ର ବିଭାଗ ତରଫରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କର ଉନ୍ମୁଖୀକରଣ କାର୍ଯ୍ୟକ୍ରମ (Orientation Program)  ଆୟୋଜନ କରାଯିବ। 

OSS TODAYs ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 

1 comment:

Saroj Kumar Debta said...

Thank you so much sir🙏