Saturday 24 July 2021

ସଚିବାଳୟରେ ସହାୟକ ଉପବିଭାଗ ଅଧିକାରୀ (ଏଏସ୍ଓ)ଙ୍କ ପଦୋନ୍ନତି

ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ୫୩୩ ଜଣ ସହାୟକ ଉପବିଭାଗ ଅଧିକାରୀ (ଏଏସ୍ଓ) ଙ୍କୁ ଉପବିଭାଗ ଅଧିକାରୀ (ସେକ୍ସନ ଅଫିସର) ପଦବୀକୁ  ପଦୋନ୍ନତି ଦିଆଯାଇଛି। ସ୍ୱରାଷ୍ଟ୍ର ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ମୋଟ 339 ଜଣ ଅଣସଂରକ୍ଷିତ,  56 ଜଣ ଅନୁସୂୂୂୂୂଚିତ ଜାତି ଏବଂ 138 ଜଣ ଅନୁସୂୂୂୂୂଚିତ ଜନଜାତି ବର୍ଗ ର ଅଧିକାରୀ ଏହି ତାଲିକାରେ ଅଛନ୍ତି।
ସୂଚନାଯୋଗ୍ୟ, ସହାୟକ ଉପବିଭାଗ ଅଧିକାରୀ (ଏଏସ୍ଓ) ରୁ ଉପବିଭାଗ ଅଧିକାରୀ (ସେକ୍ସନ ଅଫିସର) ପଦବୀକୁ  ପଦୋନ୍ନତି ପାଇଁ ସର୍ବନିମ୍ନ ୮ ବର୍ଷ ଚାକିରୀର ସମୟ ସୀମା ଧାର୍ଯ୍ୟ କରାଯାଇଛି। ମାତ୍ର ଦୀର୍ଘ ଦିନ ଧରି ଉପବିଭାଗ ଅଧିକାରୀ (ସେକ୍ସନ ଅଫିସର) ପଦବୀ ଖାଲି ପଡିବା ଫଳରେ ପ୍ରଶାସନିକ କାର୍ଯ୍ୟ ରେ ଅସୁବିଧା ହେଉଥିଲା। ଅପର ପକ୍ଷରେ ନୂତନ ଏଏସ୍ଓ ନିଯୁକ୍ତି ପାଇଁ ପ୍ରତିବନ୍ଧକ ସାଜିଥିଲା।ଏଣୁ ଉପରୋକ୍ତ ପରିସ୍ଥିତିକୁ ଦ୍ରୁଷ୍ଟିରେ ରଖି ସର୍ବନିମ୍ନ ଚାକିରୀ ସମୟକୁ ୪ ବର୍ଷ କୋହଳ କରିବା ପ୍ରସ୍ତାବକୁ ଓପିଏସସି ସମ୍ମତି ପ୍ରଦାନ କରିଥିଲେ। ଏଥି ସହିତ ଗତ ୧୪ ତାରିଖରେ ମାନ୍ୟବର ଅଦାଲତଙ୍କ ରହିତାଦେଶ ହଟିବା ପରେ, ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

୨୦୧୬ ଅକ୍ଟୋବର ମାସରେ ଏଏସ୍ଓ ଭାବେ ଯୋଗ ଦେଇଥିବା ୮୧୧ ଜଣ ଅଧିକାରୀ ଙ୍କ ଉପରେ ସରକାର ଙ୍କର ପୂର୍ଣ୍ଣ ଭରସା ଅଛି। ଆରମ୍ଭରୁ ନିଜର ଶିକ୍ଷାଗତ ଯୋଗ୍ୟତା ତଥା ଛାଡି ଆସିଥିବା ୨-୩ ପୂର୍ବ ଚାକିରୀର ଅଭିଜ୍ଞତା ପାଇଁ ଏମାନେ ସଚିବାଳୟର କାର୍ଯ୍ୟଧାରାରେ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି। ଏଥିସହିତ ଦିନକୁ ଦିନ ସରକାରୀ କାର୍ଯ୍ୟରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ବଢିଥବାରୁ ଏହି ଯୁବ ଅଧିକାରୀମାନେ ସରକାରଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିଛନ୍ତି।
ଏଣୁ ଏମାନଙ୍କ ଉପରେ ଭରସା ରଖିବା ସହିତ ପଦୋନ୍ନତି ଦେଇଥିବାରୁ ଓଡିଶା ସଚିବାଳୟ ସେବା ସଂବର୍ଗ ଅଧିକାରୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ କ୍ରୁତଜ୍ଞତା ଜଣାଇଛନ୍ତି। 
ଆଗାମୀ ଦିନରେ ନୂତନ ଉତ୍ସାହ ଉଦ୍ଦିପନା ସହିତ ଜଣେ ଦାୟୀତ୍ୱବାନ ଅଧିକାରୀ ଭାବେ ରାଜ୍ଯର ପ୍ରଗତିରେ ସହଯୋଗ ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ। 

No comments: