Thursday 15 July 2021

ସଚିବାଳୟ ଏଏସ୍ଓ ଙ୍କ ପଦୋନ୍ନତି ପାଇଁ ହାଇକୋର୍ଟ ପ୍ରତିବନ୍ଧକ ହଟାଇଲେ

ଓଡିଶା ସଚିବାଳୟ ସେବା (OSS) କ୍ୟାଡରରେ ଖାଲି ପଡିଥିବା ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଉପବିଭାଗ ଅଧିକାରୀ (Section Officer) ପଦବୀ କୁ ପଦୋନ୍ନତି ପାଇବାକୁ ଆଶା ରଖିଥିବା ଯୁବ ଏଏସ୍ଓ ମାନଙ୍କ ପାଇଁ ଖୁସି ଖବର। 

ଗତ ମାର୍ଚ୍ଚ ମାସରେ ପଦୋନ୍ନତି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତା.୧୮.୦୩.୨୦୨୧ରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିଲେ। ଫଳରେ ଆଉ କିଛି ଦିନ ପରେ ବସିବାକୁ ଥିବା ବିଭାଗୀୟ ପଦୋନ୍ନତି କମିଟି (DPC) ମିଟିଂକୁ ରଦ୍ଦ କରାଯାଇଥିଲା। 

କିନ୍ତୁ ଗତକାଲି ତା. ୧୪.୦୭.୨୦୨୧ରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ଉକ୍ତ ରହିତାଦେଶ କୁ ହଟାଇ ଦେଇଛନ୍ତି।  (Court Order. PDF) ଫଳରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ୫୦୦ ରୁ ଉର୍ଦ୍ଧ୍ବ ସେକ୍ସନ ଅଫିସର ପଦବୀ ପୂରଣ ହେବାର ଆଶା ସଂଚାର ହୋଇଛି। ଇତି ମଧ୍ୟରେ ସ୍ୱରାଷ୍ଟ୍ର ବିଭାଗ ତରଫରୁ ପଦୋନ୍ନତି ପାଇବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ମାନଙ୍କର ଭିଜିଲାନ୍ସ ଅନୁମୋଦନ ପାଇଁ ଚିଠି ଲେଖାଯାଇଛି। ସବୁ କିଛି ଠିକ୍ ଚାଲିଲେ ଆସନ୍ତା ୧୫ ଦିନ ମଧ୍ୟରେ ପଦୋନ୍ନତି ପ୍ରକ୍ରିୟା ସଂପନ୍ନ ହୋଇପାରେ। 

ଏହା ଫଳରେ, ସଚିବାଳୟରେ ଏଏସ୍ଓ ପାଇଁ ଆଶାୟୀ ପରୀକ୍ଷାର୍ଥୀ ଆହୁରି ଖୁସି ହେବେ। ନିକଟରେ ୨୧୦ ପଦବୀ ପୂରଣ ପାଇଁ OPSC କୁ ଆବଶ୍ଯକତା ଜଣାଇବା ପରେ ପୁନର୍ବାର ଅତିରିକ୍ତ ୫୦୦-୬୦୦ ପଦବୀ ପୂରଣ ପାଇଁ ଅନୁରୋଧ କରାଯାଇପାରେ। 

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ ୭୧୩ ସେକ୍ସନ ଅଫିସର ପଦବୀରୁ ଆଜି ସୁଦ୍ଧା ୫୪୪ ପଦବୀ (UR - ୩୪୭, SC - ୫୬, ST - ୧୪୧) ଖାଲି ଅଛି। 

No comments: