Wednesday 8 September 2021

ASO preparation strategy : Day 5

ଓଁ ଶ୍ରୀ ଶ୍ରୀ ଗଣେଶାୟ ନମଃ

***
Day 5 : Dt.10.09.2021
ଯଦିଓ ସମସ୍ତେ ପ୍ରତ୍ୟକ୍ଷ ଭାବେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ପରୋକ୍ଷରେ ସେ ହିଁ ବିଶ୍ବାସ, ସେ ହିଁ ଭରସା। ପ୍ରାୟ ସମସ୍ତେ ନିଜ ଜୀବନରେ କେବେ ନା କେବେ ଅନେକ କ୍ଷେତ୍ରରେ ବିଫଳ ହେଇଥିବେ ନିଶ୍ଚିତ। ତେଣୁ ଆଗାମୀ ସମୟ ସହଜ, ସରଳ ଓ ସୁନ୍ଦର ହେବା ପାଇଁ ଭଗବାନଙ୍କ ଆଶୀର୍ବାଦ ନିହାତି ଦରକାର। ତଦ୍ ସହିତ କଠିନ ପରିଶ୍ରମ।
ତେଣୁ ଆଜିର ଦିନରେ ଆମେ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବହିସବୁ ପ୍ରଥମେ ଯୋଗାଡ କରିବାକୁ ପଡିବ ଏବଂ ଉପଲବ୍ଧ Study Materials ଏକାଠି କରିବାକୁ ପଡିବ। Mobile ରେ ମଧ୍ଯ ବିିିିଭିନ୍ନ reference video ରଖିବା ଦରକାର। ଏ ସବୁକୁ ଭଗବାନଙ୍କ ନିକଟରେ ସମର୍ପଣ କରି ପଢା ଆରମ୍ଭ କରିବାକୁ ପଡିବ। ଯଦି କେହି  ASO Preparation Strategy : Day 1-4 ରେ ସବୁ ପୁରୁଣା ପ୍ରଶ୍ନ କରିସାରିଥିବ, ତେବେ ସବୁ ପେପର ର ବିଷୟ ଟିକେ ଟିକେ ମନେ ଥିବ ନିଶ୍ଚୟ। ମୁଁ ଏଠାରେ କିଛି ବହି ତଥା ଅନ୍ୟ ଉପାଦେୟ ସୂଚନା ଦେବାକୁ ଚେଷ୍ଟା କରୁଛି।

Paper-I (General Awareness) 100 Marks

ଯଦି ଆମେ ଏହାର ସିଲାବସ୍ ଏବଂ ତିନି ବର୍ଷର ପ୍ରଶ୍ନ ଦେଖିଥିବା ତେବେ ଜାଣିପାରିବା ଯେ ଏହା ବହୁତ ସରଳ ଏବଂ ବିଷୟ କୈନ୍ଦ୍ରିକ। କିନ୍ତୁ ଏହା ସବୁବେଳେ ଏକ ଅନିଶ୍ଚିତ ପେପର। କେହି କେହି ୮୦-୮୫ ରଖୁଥିଲେ ମଧ୍ଯ ହାରାହାରି ଭାବେ ୫୦-୫୫ ରଖିଲେ ମଧ୍ଯ ଚଳିବ। ମୋଟ ଉପରେ ଦେଖିଲେ, ନିମ୍ନ ଲିଖିତ ୮ଟି ବିଷୟରେ ପ୍ରାଧାନ୍ଯ ଦିଆଯାଇଛି।
  • Current Affairs (National / International) 
  • History (British Rule / Freedom Struggle) 
  • Civics (Indian Constitution / e -Governance) 
  • Geography (World/India/Odisha) 
  • Economics
  • General Science & Environment
  • Defense / Army 
  • International Organizations 

Current Affairs : ପରୀକ୍ଷାର ୪ ମାସ ପୂର୍ବରୁ ଘଟିଥିବା ଘଟଣା ଉପରେ ତୀକ୍ଷ୍ମ ନଜର ରଖିବାକୁ ପଡିବ। ଏଥିପାଇଁ ମୁଖ୍ଯ ମାଧ୍ଯମ ହେଲା ଖବର କାଗଜ। ଏବେ ମୁଖ୍ଯତଃ ତାଲିବାନ - ଆଫଗାନିସ୍ତାନ, ଇସ୍ରାଏଲ - ପାଲେଷ୍ଟାଇନ, ଅଲିମ୍ପିକ, ଭାରତ-ଚୀନ ଯୁଦ୍ଧ, କରେନା ତଥା ଓଡ଼ିଶାର କୋଟିଆ ମୁଖ୍ଯ ବିଷୟ। କିନ୍ତୁ ସବୁ ଘଟଣା ପାଇଁ, ତିନୋଟି ଜିନିଷ ଉପରେ ଧ୍ଯାନ ଦିଅନ୍ତୁ। 
- ଦୈନିକ ଗୋଟିଏ ଇଂରାଜୀ ଓ ଓଡିଆ ଖବର କାଗଜ ପଢନ୍ତୁ। ଏଥିପାଇଁ ଗୋଟିଏ ଘଣ୍ଟା ଯଥେଷ୍ଟ। ପଢିବା ପରେ ଗୋଟିଏ ଖାତାରେ ମୁଖ୍ଯ ୧୦ଟି ଖବର ଲେଖି ରଖନ୍ତୁ। ତଦ୍ ସହିତ ସମ୍ପାଦକୀୟ ପ୍ରୁଷ୍ଠା ରେ ଯଦି ଜାତୀୟ ଆନ୍ତର୍ଜାତୀୟ ଖବର ଉପରେ article ଥାଏ ତେବେ ତାକୁ ସଂପୂର୍ଣ୍ଣ ରୂପେ ପଢିବା ଦରକାର। 
- ସେହିପରି ନିଜର ପସନ୍ଦ ଯେକୌଣସି ମାଗାଜିନ ଗୋଟିଏ ମଗାନ୍ତୁ। ଫଳରେ ମାସ ଶେଷରେ ଦେଖିବେ ପ୍ରାୟ ୭୦% Current Affirs ଆପଣଙ୍କ ନଜରକୁ ଆସିଯିବ। 
- କେବେ କେବେ ସମୟ ବାହାର କରି ଶୋଇବା ପୂର୍ବରୁ ଯେକୌଣସି ଗୋଟିଏ ଜାତୀୟ ତଥା ଆନ୍ତର୍ଜାତୀୟ ବିଷୟ ଉପରେ YouTube Video  ଦେଖନ୍ତୁ କିମ୍ବା Wikipedia ରେ ଏହାର  Full Information ପଢନ୍ତୁ। 
କିନ୍ତୁ ଧ୍ଯାନ ରଖନ୍ତୁ, Current Affairs  ପାଇଁ ଖବର କାଗଜ, ମାଗାଜିନ, ଇଣ୍ଟରନେଟ ଏହି ତିନୋଟି ହିଁ ମାଧ୍ଯମ। ତେଣୁ ପ୍ରତ୍ଯକ ଦିନ ନିଜ ସୁବିଧା ଅନୁସାରେ ଏଥିପାଇଁ ଦେଢ ଘଣ୍ଚାରୁ ଦୁଇ ଘଣ୍ଟା ସମୟ ନିଶ୍ଚିତ ରଖନ୍ତୁ। (My suggestion : The Hindu) 

History, Geography,  Civics, Economics :
ଏ ତିନୋଟି ବିଷୟର ପରିସୀମା ବ୍ୟାପକ।  
ଇତିହାସ ରେ ସବୁବେଳେ ତିନି ପ୍ରକାର ପ୍ରଶ୍ନ ଥାଏ। ପ୍ରାଚୀନ, ମଧ୍ୟମ ଓ ଆଧୁନିକ ଇତିହାସ। ଏସବୁ ଏକ ପ୍ରକାର ନିର୍ଦ୍ଦିଷ୍ଟ ଗଳ୍ପ କହିଲେ ଚଳେ। ତେଣୁ ନିଜ ସୁବିଧା ଅନୁସାରେ ସବୁ ପରୀକ୍ଷା ପାଇଁ ଏହାକୁ ମନେରଖିବା ଏବଂ ବାରମ୍ବାର ଆଲୋଚନା ଓ ଅଭ୍ଯାସ ଜରୁରୀ। 
ଭୂଗୋଳ ରେ ଓଡିଶା, ଭାରତ, ବିଶ୍ୱ ମାନଚିତ୍ର ପାଖରେ ନିଶ୍ଚିତ ରଖନ୍ତୁ। ପୁରା ଗୋଟିଏ ଦିନ ତନ୍ନତନ୍ନ କରି ସବୁ ଜିଲ୍ଲା, ରାଜ୍ଯ ତଥା ଦେଶର ନାମ ଓ ଅବସ୍ଥିତି ଦେଖନ୍ତୁ। ଓଡିଶା ତଥା ଭାରତର ସୀମା କୁ ଭଲରେ ବୁଝନ୍ତୁ। ଫଳରେ ବହି ପଢିଲା ବେଳେ ଅନେକ କିଛି ମନେ ରହିଯିବ। 
ରାଜନୀତି ବିଜ୍ଞାନ ରେ ଭାରତ ସମ୍ବିଧାନ ହିଁ ଅଧିକ ଆସେ। ମାତ୍ର science student ଙ୍କ ପାଇଁ ଏହା ବଡ ସମସ୍ଯା। ତେଣୁ ଏ ବିଷୟରେ ମୁଁ କହିବି ଯେ, ପ୍ରଥମ ୧୦ ଦିନ  YouTube  ରୁ ଟିକେ ଦେଖନ୍ତୁ। ପରେ ବହି ଦେଖି ନୋଟ ବନାନ୍ତୁ। ଯୋଜନା ମୁତାବକ ନପଢିଲେ ଯେଉଁ ୫-୬ଟି ପ୍ରଶ୍ନ ଆସିବ ତାକୁ ଛାଡି ବାକୁ ପଡିବ। କିନ୍ତୁ ଅନେକ ପିଲା ଏହି ପ୍ରଶ୍ନ ର ଉତ୍ତର ବେଶ ସଠିକ ଭାବେ ଦେଇ ପାରନ୍ତି। ତେଣୁ ଯଥା ସମ୍ଭବ ଚେ଼ଷ୍ଟା କରି ଏ ବିଷୟ କୁ ନିଜ ଆୟତ୍ତ ରେ ରଖିବା ଉଚିତ୍। 
ଅର୍ଥନୀତି ଏବଂ ଶାସନରେ ସଂସ୍କାର ଏକ ପ୍ରକାର current affairs  କୁହାଯାଇପାରେ। କୌଣସି ଏକ ନିର୍ଦ୍ଦିଷ୍ଟ ବହିରୁ ଏହା ପଢିବା ସମ୍ଭବ ନୁହେଁ। ମୋ ମତରେ ଏହି ବିଷୟ ପାଇଁ ଅଧିକ ସମୟ ବ୍ୟୟ କରିବା ମଧ୍ଯ ଠିକ ନୁହେଁ। ଏ ବିଷୟ ରେ ପରବର୍ତ୍ତୀ ପୋଷ୍ଟରେ ଭଲରେ ଲେଖିବି। 

ତେଣୁ କୌଣସି reference book  ପଢିବା ପୂର୍ବରୁ ପ୍ରଥମେ NCERT Text Book କୁ ପଢିବା ଜରୁରୀ। ଯଦି ଜଣେ ୯ମ ଓ ୧୦ମ ଶ୍ରେଣୀ ବହି ଭଲରେ ପଢେ ତେବେ basic knowledge ଆରାମରେ ମିଳିଯିବ। କିନ୍ତୁ ଗୋଟିଏ ମାସ ପରେ ପ୍ରାକ୍ଟିସ ତଥା ଅଧିକ ପ୍ରଶ୍ନ ଅଭ୍ଯାସ ପାଇଁ ଯେକୌଣସି G.K. Book  ପଢିବାକୁ ପଡିବ। My suggestion : Lucents) 

General Science & Environment :
ଯେଉଁମାନେ Arts Student, ସେମାନଙ୍କର ଏହି ବିଷୟରେ ଅଧିକ କରିବା ପାଇଁ ସେମିତି କିଛି ଅସ୍ତ୍ର ନାହିଁ। ଯାହା କିଛି ପ୍ରଶ୍ନ ଅଭ୍ଯାସ କରି ପାରିବେ। ସବୁ  GK  ବହିରେ କିଛି କିଛି  General Science ର  ବିଷୟ ଅଛି। ସେମିତି  science student ସ୍କୁଲ /କଲେଜ ସମୟରେ ଯାହା ପଢିଛନ୍ତି ସେତିକି ଯଥେଷ୍ଟ। 
 
Indian Army Or Defense :
International Organization :
ଏ ଦୁଇଟି ଭାଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ବହି ନାହିଁ। ଇଣ୍ଟରନେଟରେ ହିଁ ଏହାର ସୂଚନା ମିଳିପାରିବ। ଏଥିପାଇଁ ବିଶେଷ କିଛି ପ୍ରସ୍ତୁତି ଦରକାର ପଡିବନି। ଦୁଇ ତିନି ଦିନ ଇଣ୍ଟରନେଟରେ ଖୋଜି ପଢାପଢି କରିଦେଲେ ଏବଂ ଏହାର ନୋଟ କରି ରଖିଲେ ଯଥେଷ୍ଟ। 

Paper - II (Math - Reasoning) 100 Marks
ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏହା ହିଁ ମୁଖ୍ଯ ବିଷୟ । ଯିଏ ଏଥିରେ ୯୦% ମାର୍କ ରଖେ, ତାର ଅନ୍ୟ ପେପରରେ କିଛି ଖରାପ ହେଇଥିଲେ ମଧ୍ଯ ଭରଣା କରିହୁଏ। କିନ୍ତୁ ଏଥିରେ କମ୍ ମାର୍କ ରଖିଲେ, ଚାକିରୀ ଆଶା ବହୁତ କମ୍। ଏହି ପରୀକ୍ଷା ପାଇଁ ଯୋଗ୍ୟତା ଗ୍ରାଜୁଏଟ୍, କିନ୍ତୁ ପ୍ରଶ୍ନ ଦଶମ ଶ୍ରେଣୀ ର। ତେଣୁ ସାମାନ୍ଯ ଚେ଼ଷ୍ଟା ରେ ଭଲ ମାର୍କ ଆସିପାରିବ। କିନ୍ତୁ ବହୁତ ପିଲା ଏହି ପେପର ରେ ସମୟ ଅଭାବ ରୁ ସବୁ ଉତ୍ତର କରିପାରନ୍ତି ନାହିଁ। 

Mathematics
Syllabus : (Arithmetic / Algebra / Mensuration / Statistics & Probability) 
ଏଥିପାଇଁ ଗୋଟିଏ ବାକ୍ୟରେ କହିବି, NCERT Text Book (Class IX & X). ଆଉ କିଛି ବି ଦରକାର ନାହିଁ। ଯଦିଓ Trigonometry ପ୍ରଶ୍ନ ଆସୁନାହିଁ, ତଥାପି ନିଜକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କିଛି ମାତ୍ରାରେ ଅଭ୍ଯାସ କରିଥିବା ଦରକାର। ପ୍ରାୟତଃ ଗତ ତିନୋଟି ପରୀକ୍ଷା ଦେଖିଲେ, ସବୁଥିରେ ସମାନ ଧରଣର ପ୍ରଶ୍ନ ଆସିଥିଲା। ତେଣୁ, ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ଦରକାର। ଅନେକ ପିଲା, Statistics & probability ରେ ଦୂର୍ବଳ ଥାଆନ୍ତି। କିନ୍ତୁ ସେଥିରୁ ପ୍ରାୟ ୧୦ଟି ପ୍ରଶ୍ନ ଆସେ। ତେଣୁ ଜମାରୁ ହେଳା ନକରି ତା ପାଇଁ ଭଲରେ ପ୍ରସ୍ତୁତି କରନ୍ତୁ। 

Reasoning :
ଏହା ଏକ ମଜାଦାର ବିଷୟ। ତିନିବର୍ଷ ର ପ୍ରଶ୍ନ କୁ category wise  ସଜାଡି ଦେଖନ୍ତୁ କେଉଁ କେଉଁ ପ୍ରକାରର ଅଛି। ପ୍ରତ୍ୟେକ ଦିନ କେବଳ ଗୋଟିଏ category ଉପରେ ଧ୍ଯାନ ରଖନ୍ତୁ। YouTube  ଏଥିପାଇଁ ଭଲ ଭଲ ଚ୍ୟାନେଲ ଅଛି। ଯଦି ତଥାପି ହଉ ନାହିଁ, ତେବେ ଲାଜ ନ କରି ଯେକୌଣସି ସାଙ୍ଗ ଠାରୁ ଭଲରେ ଥରେ ବୁଝି ନିଅନ୍ତୁ। ଏଥିପାଇଁ  Arihant Reasoning ଯଥେଷ୍ଟ।  କେବଳ ପ୍ରାକ୍ଟିସ ଦରକାର। 

Paper - III, IV (English & Odia) 200 Marks
ଉଭୟ ଇଂରାଜୀ ଓ ଓଡିଆ ରୁ କେବଳ ବ୍ୟାକରଣ ଆସିବ। ତେଣୁ ନବମ - ଦଶମ ଶ୍ରେଣୀ ର  Fundamental Grammar  ଗୋଟିଏ ମାସ ପଢିବାକୁ ପଡିବ। ତାପରେ Reference Book. 

ENGLISH : 
I can suggest the book "Essential English" of Disha Publication for the moderate level students. After one round completion, one can jump to "Wren & Martin" of S Chand publication. As this paper is of 100 marks, so one should try to fetch maximum marks as possible. 

ODIA : 
ଏହା ଆମର ମାତ୍ରୁଭାଷା। କିନ୍ତୁ ଦଶମ ପରେ ୧୦-୧୨ ବର୍ଷ ଅତିକ୍ରାନ୍ତ ହେବା ଫଳରେ ଖୁବ କମ ମନେଥାଏ। ସବୁ ପରୀକ୍ଷା ରେ ମଧ୍ଯ ଓଡିଆ ନଥାଏ। ଫଳରେ ପ୍ରସ୍ତୁତି କମ୍ ଥାଏ। ତେଣୁ ପୁଣି ଆରମ୍ଭରୁ ସବୁ ପଢିବାକୁ ପଡିବ। ମୋ ମତରେ ଏଏସ୍ଓ ପାଇଁ ସର୍ବ ପ୍ରଥମେ ନବମ ଓ ଦଶମ ଶ୍ରେଣୀ ର ଓଡିଆ ବ୍ୟାକରଣ ବହି ପଢନ୍ତୁ। ପ୍ରାୟ ୯୦% ପ୍ରଶ୍ନ ଆସିଯିବ। ଆଉ ଅଧିକ ମାର୍କ ପାଇଁ ଯଦି ସାରସ୍ୱତ ବ୍ୟାକରଣ ପଢିବେ, ତେବେ ଠିକ ହେବ। କିନ୍ତୁ ସ୍କୁଲ ବହି ଦୁଇଟି ନସରିଲା ଯାଏ ଅନ୍ୟ ବହି ପଢନ୍ତୁ ନାହିଁ।  (ଏହାର  soft copy  ମିଳୁୁୁୁଛି ) 


ଆଶାକରୁଛି ଉପରୋକ୍ତ ଲେଖା ରୁ କିଛି କିଛି ସାହାଯ୍ୟ ମିଳିପାରିବ। କିନ୍ତୁ ସର୍ବୋପରି, ନିଜ ନିଜର ଯୋଜନା ଅନୁଯାୟୀ ପ୍ରସ୍ତୁତ ହେଳେ ଆହୁରି ସୁଫଳ ମିଳିପାରିବ। ଉପରୋକ୍ତ ବହି ସବୁର  Soft copy (PDF)  ପରବର୍ତ୍ତୀ ପୋଷ୍ଟରେ ଦିଆଯିବ। ଅଧିକ ଜାଣିବା ପାଇଁ comment / whatsApp  କରିପାରିବେ। ଧନ୍ଯବାଦ

Disclaimer : The above strategy is completely personal and for information purpose only. Not mandatory for all candidates. 

No comments: