Monday 13 September 2021

ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ୱର୍ଗତ ଅକ୍ଷୟ ମହାକୁଡଙ୍କୁ ଶ୍ରଦ୍ଧାଞ୍ଜଳି

ଆମର ପ୍ରିୟ ବନ୍ଧୁ ତଥା ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅବିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କୁମାର ମହାକୁଡ଼ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଆଜି ସନ୍ଧ୍ୟା ଘ.୬.୩୦ ମି. ସମୟରେ OSSA House, Unit-3 ରେ ନୀରବ ପ୍ରାର୍ଥନା ଓ ଶାନ୍ତି ପାଠ କରାଯାଇଥିଲା। କୋଭିଡ କଟକଣା ଓ ଲଗାଣ ବର୍ଷା ଯୋଗୁଁ କୌଣସି ସଭା ହେଲା ନାହିଁ। କେବଳ କିଛି ବନ୍ଧୁ ଉପସ୍ଥିତ ରହି ସ୍ବର୍ଗତ ଅକ୍ଷୟ କୁମାର ମହାକୁଡ ଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। 


ସୂଚନାଯୋଗ୍ୟ, ତା ୧୩.୦୯.୨୦୧୫ରିଖ ଦିନ ଶ୍ରୀ ମହାକୁଡ଼ ଏକ ବିବାହ ଭୋଜିରେ ଯୋଗଦେଇ ଫେରିବା ବାଟରେ, ବରମୁଣ୍ଡା ନିକଟରେ ଏକ ସଡ଼କ ଦୂର୍ଘଟଣାରେ ତାଙ୍କର ମ୍ରୃତ୍ୟୁ ଘଟିଥିଲା। 
ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ରେ ପ୍ରକାଶିତ ସ୍ମରଣିକା "ଅମ୍ଲାନ ଅକ୍ଷୟପଢନ୍ତୁ। 

No comments: