Thursday 23 September 2021

ASO Preparation Strategy : Motivation

ପାଠକ ମାନଙ୍କୁ ସ୍ୱାଗତ। ଆଶାକରୁଛି ୨୦ ଦିନିଆ ଯୋଜନା ଅନୁଯାୟୀ ଅନେକ ବନ୍ଧୁ ପ୍ରସ୍ତୁତି ଆରମ୍ଭ କରିଥିବେ। ASO Preparation Strategy: Days 6-20 ଆସନ୍ତା ୨୫ ତାରିଖରେ ସରିବ। ତେଣୁ ଆସନ୍ତା ତା ୨୬.୦୯.୨୦୨୧ ରିଖରେ ଏକ  Practice Set  ଦିଆଯିବାର ଥିଲା। କିନ୍ତୁ  OSSC  ଚଳିତ ମାସରେ ଲଗାତର ଭାବେ ଗୋଟିଏ ପରେ ଗୋଟିଏ ପରୀକ୍ଷା କରି ଫଳାଫଳ ବାହାର କରିଆସୁଛି। ତେଣୁ ଅଧିକାଂଶ ପରୀକ୍ଷାର୍ଥୀ ସେଥିପାଇଁ ବ୍ୟସ୍ତ ରହୁଛନ୍ତି। ଆଗାମୀ ରବିବାର (୨୬। ୦୯। ୨୧) ଦିନ  Livestock Inspector (OSSC) Examination ତଥା  ପରବର୍ତ୍ତୀ ରବିବାର (୦୬। ୧୦। ୨୧) ଦିନ  Assistant Section Officer ( High Court)  ପରୀକ୍ଷା ହେବାର ଅଛି। ତେଣୁ ସମସ୍ତେ ପ୍ରାୟ ସେଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିସହିତ ମୋର ଏକ ଛୋଟ  ବାଇକ ଦୂର୍ଘଟଣା ଯୋଗୁଁ ଚଳିତ ସପ୍ତାହରେ ବ୍ଲଗପୋଷ୍ଟ ପାଇଁ ଅଧିକ ସମୟ ଦେଇପାରି ନାହିଁ। 
ଯେଉଁମାନେ ଅନ୍ୟ କୌଣସି ପରୀକ୍ଷା ଦେଉନାହାନ୍ତି, ସେମାନେ କିନ୍ତୁ ଏହି ଯୋଜନା ଅନୁସାରେ ପ୍ରସ୍ତୁତି ଜାରି ରଖନ୍ତୁ। ତା ୨୬।୦୯।୨୧ ରିଖ ଠାରୁ ଆଗାମୀ ୧୦ ଦିନ ପାଇଁ ପ୍ରସ୍ତୁତି ଖସଡା ୨୫ ତାରିଖରେ ଦିଆଯିବ। ସମସ୍ତ ଏଏସ୍ଓ ଆଶାୟୀ ଙ୍କୁ ପୁଣି ଥରେ କହିରଖେ, ଏହି ପରୀକ୍ଷାରେ Sectional Cutoff ନଥିବାରୁ ଯିଏ ଯେଉଁ ବିଷୟରେ ଭଲ କରୁଛନ୍ତି ସେହି ପେପର ରେ ୯୦ ମାର୍କ ନିହାତି ରଖିବା ପାଇଁ ପଢନ୍ତୁ। ଏଥର ପ୍ରତିଯୋଗିତା ସ୍ତର  ନିଶ୍ଚିତ ଉଚ୍ଚକୋଟୀର ରହିବ। କାରଣ ପ୍ରସ୍ତୁତ ହେବାପାଇଁ ହାତରେ ବହୁ ସମୟ ଅଛି। ସମସ୍ତେ ଯଥାସମ୍ଭବ ଚେ଼ଷ୍ଟା ମଧ୍ଯ ଚଳାଇଛନ୍ତି। ଏଏସ୍ଓ ପରୀକ୍ଷା ତାରିଖ କୁ ନେଇ ସବୁଦିନ YouTube or Blog  ପଢି କିଛି ଲାଭ ନାହିଁ। ଗୋଟିଏ ଉଦାହରଣ ଦେଲେ ବୁଝିପାରିବେ। 

ସେଦିନ OPSC  ଅଫିସ୍ ରେ ମୋର ଏଏସ୍ଓ ଚାକିରୀ ପାଇଁ ସାର୍ଟିଫିକେଟ ଯାଞ୍ଚ ହେଉଥିଲା। ସେଠି ରିସେପସନ ହଲ୍ ରେ ମୁଁ ଅପେକ୍ଷା କରିଥାଏ। ଟେଲିଫୋନ ନିକଟରେ ବସିଥିଲେ ଜଣେ ତ୍ରୁତୀୟ ଶ୍ରେଣୀ କର୍ମଚାରୀ। ହଠାତ୍ ଜଣେ ଦୁଇଜଣ ସାଧାରଣ ପରୀକ୍ଷାର୍ଥୀ ଆସି ପଚାରିଲେ, ସାର, OCS 2016 (Prelim) ପରୀକ୍ଷା କେବେ ହେବ ଓ OCS 2015 (Final List)  କେବେ ବାହାରିବ? ସେତେବେଳେ OPSC  କର୍ମଚାରୀ ଜଣକ ଯାହା ଉତ୍ତର ଦେଇଥିଲେ ତାହା ଆଜି ମୋର ବେଶ୍ ମନେଅଛି। ଉତ୍ତରଟି ଥିଲା, " ଆପଣମାନେ ଅଯଥା ସମୟ ନଷ୍ଟ ନକରି ପଢା ଚାଲୁ ରଖନ୍ତୁ। Advertisement ଯେବେ ବାହାରିବ, ଆପଣଙ୍କୁ ଫର୍ମ ପୂରଣ ପାଇଁ ଯଥେଷ୍ଟ ସମୟ (ଏକ ମାସ) ମିଳିବ। କିଛି ଲୁଚାଛପା ନୁହେଁ ବରଂ ୱେବସାଇଟ ରେ ସମସ୍ତେ ଦେଖିପାରିବେ। ସେହିପରି Final Result  କେବେ ବାହାରିବ ତାହା ଗୋଟିଏ ଦିନ ପୂର୍ବରୁ ମୁଁ କଣ, ସ୍ୱୟଂ ବ୍ରହ୍ମା ମଧ୍ଯ ରହିପାରିବେନି। କିନ୍ତୁ ରାତି ୮ ଟା ପରେ କେବେ ବି ବାହାରିପାରେ। ୫ ମିନିଟ ପୂର୍ବରୁ ହୁଏତ କିଏ ଆଗୁଆ ଜାଣିପାରେ, କିନ୍ତୁ ୫ ଦିନ ଆଗରୁ କେହି ଜାଣିପାରିବେ ନାହିଁ।" କର୍ମଚାରୀ ଜଣକ ବହୁତ ସୁନ୍ଦର ଭାବେ ନିଜର ଗମ୍ଭୀର ସ୍ୱଭାବରେ ସେଦିନ ବୁଝାଇ ଦେଇଥିଲେ। ମୁଁ ତ ସିଧା ସିଧା ବୁଝିଗଲି, କିନ୍ତୁ ପିଲା ଦୁଇଜଣଙ୍କ କଥା ଜଣାନାହିଁ। ତେଣୁ ସବୁଦିନ Bahubali ko Kattappa kyon mara  ଭଳି, ଏଏସ୍ଓ ନୋଟିଫିକେସନ କେବେ ବାହାରିବ ଚିନ୍ତା ନକରି କେବଳ ପଢନ୍ତୁ। ବେଶୀ ପଢିଲେ କିଛି କ୍ଷତି ନାହିଁ। ଅନ୍ୟ ପରୀକ୍ଷା ପାଇଁ କାମରେ ଆସିବ। 

ଏଠି ମଧ୍ଯ ପ୍ରିୟ ଏଏସ୍ଓ ଆଶାୟୀଙ୍କୁ  ଅନୁରୋଧ ପ୍ରଥମେ ଗୋଟିଏ ଥର ଗୋଟିଏ ଗୋଟିଏ ବହି ଶେଷ କରନ୍ତୁ। ନିଜର Confidence ବଢାନ୍ତୁ । ସମସ୍ତେ ତ ଗ୍ରାଜୁଏଟ। ପରୀକ୍ଷା ହେବ ଦଶମ ସିଲାବସ ରୁ। ଭାବିଲେ ସହଜ ଲାଗୁଛି। କିନ୍ତୁ କଷ୍ଟ ବି ଲାଗୁଛି, ଯେହେତୁ ଏକାଧାରାରେ ଗୋଟିଏ ମାସ ମଧ୍ଯ ଆମେ ଠିକରେ ପଢୁନାହାନ୍ତି। 
ଯଦି ଗୋଟିଏ ମାସର ପରିଶ୍ରମ, ଆମର ଗୋଟିଏ ପିଢିକୁ ବଦଳାଇ ଦେବାର କ୍ଷମତା ରଖୁଛି, ତେବେ ଆମେ ନିଶ୍ଚୟ ପଢିବା। ହିସାବ କହୁଛି, ୨୪୦ ମାର୍କରେ ଚାକିରୀ ନିଶ୍ଚିତ। କିଏ କେଉଁ ପେପରରେ ମାର୍କ ଆଣିପାରିବ, ସେ  ନିଜେ ଜାଣିଛି। ମୋ ମତରେ ଗଣିତ ଓ ଓଡ଼ିଆ ରେ ଜଣେ ପରିଶ୍ରମ ଦ୍ୱାରା ୯୦+୯୦ ମାର୍କ ଆଣି ପାରିଲେ ଅନ୍ୟ ଦୁଇଟି ପେପରରେ  (ଅନିଶ୍ଚିତ ପ୍ରଶ୍ନ)  ବିନା ପରିଶ୍ରମ ରେ ମଧ୍ଯ ୩୦+୩୦ ମାର୍କ ରଖିବା ସହଜ ହେବ। କିନ୍ତୁ ଯେଉଁ ମାନଙ୍କର +୩ (କଳା), ସେମାନେ ଚେ଼ଷ୍ଟା କରି ମଧ୍ଯ ଗଣିତ ରେ ଭଲ ମାର୍କ ଆଣି ପାରୁନାହାନ୍ତି। ତେଣୁ ସେମାନେ ଓଡିଆ - ଇଂରାଜୀ ରେ ଚେ଼ଷ୍ଟା କରିବା ଆବଶ୍ଯକ। ଅନେକ ପିଲା କୁହନ୍ତି, Lucent ରେ ବେଶୀ ପାଠ ଅଛି। ବରଂ Tarun Goyel ସହଜ ଦେଇଛି। ଏଠାରେ ମୁଁ କହିରଖେ, ଅତିକମରେ ଆମକୁ ଯେକୌଣସି ବହି ଗୋଟିଏ ଥର ଶେଷ କରିବାକୁ ପଡିବ। ଫଳରେ ଆମର  confidence ଆସିଯିବ। ତାପରେ ଅଲଗା ବହି ପଢିପାରିବେ। 

ଶେଷରେ କହିରଖେ, ସମସ୍ତେ ନିଜ ନିଜର  strategy  ଅନୁସାରେ ପଢନ୍ତୁ। ମୋର ଏହା ଏକ କ୍ଷୁଦ୍ର ପ୍ରୟାସ ମାତ୍ର। ଖୁସି ହେବି ଏବଂ ସ୍ୱାଗତ କରବି ଆଗାମୀ ୭୯୬ ବନ୍ଧୁ ମାନଙ୍କୁ ଯେଉଁ ମାନେ ନିଜର ଶ୍ରମ ଓ ଭାଗ୍ଯ ବଳରେ ସଚିବାଳୟରେ ଯୋଗ ଦେବେ। କଥା ଛଳରେ କେତେକ ୨୦୧୮-୧୯ ବ୍ୟାଚର ବନ୍ଧୁ ସେମାନଙ୍କ Induction Ceremony ରେ ଏଏସ୍ଓ ଚାକିରୀ ବାଛିବାର କାରଣରେ କହିଥିଲେ, We have preferred this job because of "No 5T in ASO" and that 5T stands for Transfer, Tension, Time, Target, Torture.  
(# Plz take it as a joke. The culture of Secretariat has been reformed a lot after joining of young smart ASOs.) 

ପରବର୍ତ୍ତୀ ASO Preparation Strategy : Day 21-30 ଆସନ୍ତା ୨୫। ୦୯। ୨୧ ରେ ପୋଷ୍ଟ କରାଯିବ। 

7 comments:

Unknown said...

Sir colour blind students are eligible for opsc aso or not?? Please teply

Ranjan Kumar Rout said...

In previous advertisement, specifically not mentioned. Still to be enquired

Unknown said...

Sir how many months current affairs I shall read.

Ajay Pradhan said...

Sir your blog is fuel to our preparation

Prakash Chandra S said...

I pray at god you get well soon my brother 🙏

Dilu said...

Khali gote question ra answerapnaka thu janibar aachi jadi apana nka knowledge re thiba ta, jou mane general age 32+ heleni se manaku age relaxation miliba ki aso re appear kariba pain.. Aei doubt chakar re preparation kari hauni

Subhendu Biswal said...

God bless you dear sir
Its helps me a lot
Thank you so much