Monday 6 September 2021

ASO Preparation Strategy : Day 1 to 4

ରାଜ୍ୟ ସଚିବାଳୟରେ ସହକାରୀ ଉପବିଭାଗ ଅଧିକାରୀ (ଏଏସ୍ଓ) ପଦବୀ ପାଇଁ ପ୍ରାୟ ସାରା ରାଜ୍ଯରେ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇସାରିଲାଣି। ଯେଉଁ ପିଲାମାନେ ପୂର୍ବ ପରୀକ୍ଷାରେ ଅଳ୍ପ ମାର୍କ ଯୋଗୁଁ ବଞ୍ଚିତ ହୋଇଥିଲେ, ସେମାନେ ନିଜର ଦୂର୍ବଳ ବିଷୟ କୁ ଧ୍ଯାନ ଦେବା ସହ ପ୍ରସ୍ତୁତିକୁ ଜୋରଦାର କରିସାରିଲେଣି। ଆଉ ଯେଉଁମାନେ ଏ ରାସ୍ତାରେ ନୂଆ, ସେମାନେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ଯୋଗଦେଇ ସାରିଲେଣି। ଏହା ବାଦ୍, ଅର୍ଧାଧିକ ପିଲା ଘରେ ରହି ପ୍ରସ୍ତୁତି କରୁଛନ୍ତି। ଆଉ ଖୁବ ଅଳ୍ପ ପିଲା ପାଠ ନ ପଢି ଅସାଧୁ ଉପାୟରେ କେମିତି ଚାକିରୀ କରିପାରିବେ, ସେଥିପାଇଁ ଦଲାଲ ଖୋଜିବାରେ ବ୍ୟସ୍ତ। (ବ୍ୟକ୍ତିଗତ ଅନୁରୋଧ, ଏପରି ମିଛ ପ୍ରଲୋଭନ ର ଶିକାର ହୁଅନ୍ତୁ ନାହିଁ) 

ଏବେ ଆସନ୍ତୁ ପ୍ରସ୍ତୁତି ବିଷୟରେ ଆଲୋଚନା କରିବା। ଯେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ହେଲେ ତାହାର ସିଲାବସ୍ ବେଶୀ ଗୁରୁତ୍ବ ରଖେ। ଏବେ ନିକଟରେ ଯଦି ଆପଣମାନେ, RI, BSSO ଏବଂ Auditor Examination ଦେଇଥିବେ, ତେବେ ନିଶ୍ଚୟ ଜାଣିପାରିଥିବେ ଯେ, ସବୁ ପରୀକ୍ଷା ର ସିଲାବସ୍ କିଛି କିଛି ଅଲଗା। ତେଣୁ ପ୍ରଥମ କାମ ହଉଛି, Day- 1 ରେ ୩୦ ମିନିଟ ଧରି ଏଏସ୍ଓ  ସିଲାବସ କୁ ତନତନ କରି ପଢିବା ତଥା ନିଜର ଦୂର୍ବଳ ବିଷୟକୁ ଖୋଜି ବାହାର କରିବା। ଦ୍ବିତୀୟ କଥା ହେଲା ସବୁ ପରୀକ୍ଷାର ପୂର୍ବ ବର୍ଷ ପ୍ରଶ୍ନାବଳୀ ମହଜୁଦ ନଥାଏ। କିନ୍ତୁ ଏଏସ୍ଓ ପରୀକ୍ଷା ର ପୂର୍ବ ବର୍ଷ ପ୍ରଶ୍ନ  ଆରାମରେ ମିଳିପାରିବ। ଯଦିଓ ୨୦୧୫-୧୬, ୨୦୧୨-୧୩ ର ଓଡିଆ ଏବଂ କମ୍ପ୍ୟୁଟର ପରୀକ୍ଷା ସାମାନ୍ଯ ଅଲଗା ଥିଲା ତଥାପି ଅନ୍ୟ ସବୁ ବିଷୟ ପ୍ରାୟ ସମାନ। ୨୦୨୧ ପରୀକ୍ଷା ସିଲାବସ୍ ଅତୀତର ୨୦୧୮-୧୯ ପରୀକ୍ଷା ସିଲାବସ୍ ସହିତ ସଂପୂର୍ଣ୍ଣ ସମାନ ରହିବ। 

OPSC ASO Syllabus & Exam Pattern  CLICK HERE

ବିଷୟ ଅନୁଯାୟୀ ପ୍ରସ୍ତୁତି ଆରମ୍ଭ କରିବା ପୂର୍ବରୁ, ଚାରୋଟି ବିଷୟରେ ପୂର୍ବ ତିନି ବର୍ଷ ର ପ୍ରଶ୍ନ ଆଗରୁ କରିଥିଲେ ମଧ୍ଯ, Day-1,2,3,4 ରେ  ଆଉଥରେ ପ୍ରତ୍ଯକ ଦିନ ଗୋଟିଏ ଗୋଟିଏ ବିଷୟ ର ପ୍ରାକ୍ଟିସ କରନ୍ତୁ। ଫଳରେ ସିଲାବସ୍ ଅନୁଯାୟୀ ପ୍ରସ୍ତୁତି କଲାବେଳେ ଅତୀତର Question Pattern ମନେପଡିଯିବ। ସବୁ ପରୀକ୍ଷାର Answer Key ମଧ୍ଯ ଆପଣଙ୍କୁ ମିଳିଯାଇ ପାରିବ। 
Previous Year Questions
20th January, 2019 (ASO 2018-19) 

29-30 November, 2015 (ASO 2012-13) 

26-27 July, 2015 (ASO 2015-16) 

ଏହି ଚାରିଦିନ ପରେ ଗଣେଶ ପୂଜା। ପ୍ରଭୁ ଗଣନାଥଙ୍କ ଆରାଧନା କରି ସେହିଦିନଠାରୁ ବହି ପଢିବା ଆରମ୍ଭ କରନ୍ତୁ। ଅତିକମ୍ ରେ ପ୍ରତ୍ଯକ ଦିନର ଏକ ୮ ଘଣ୍ଟାର routine ବନାନ୍ତୁ ପଢିବା ପାଇଁ। ଆସନ୍ତା ଦୁଇମାସ ସମ୍ପୂର୍ଣ୍ଣ ସିଲାବସ୍ କୁ ଗୋଟିଏ ଥର ସାରିବା ପାଇଁ ଚେ଼ଷ୍ଟା କରିବାକୁ ପଡିବ। Advertisement କେବେ ବାହାରିବ, ସେଥିପ୍ରତି ଆଉ ବ୍ଯଗ୍ରତା ନରଖି ପ୍ରସ୍ତୁତି ଉପରେ ଧ୍ଯାନ ଦିଅନ୍ତୁ। 

PROPOSED ROUTINE : 
Day-1 : (06.09.2021) 
- Thorough study of syllabus
- G.A. Syllabus + 3 Year question practice
Day-2 : (07.09.2021) 
- Mathematics & Reasoning Syllabus + 3 Year question practice
Day-3 : (08.09.2021) 
- English syllabus + 3 Year question practice
Day-4 : (09.09.2021) 
- Odia Syllabus + 1 Year question practice

ବିଷୟ ଅନୁସାରେ reference books ସହିତ ଆଉ କିଛି ଧାରଣା ପରବର୍ତ୍ତୀ ପୋଷ୍ଟ ରେ ଲେଖିବି। 
----------------------------------------------------------
# Disclaimer : This strategy plan is completely personal and for information purpose only. It's neither official nor compulsory to anyone. 





3 comments:

Samir Ranjan said...
This comment has been removed by the author.
Laxminarayan sethy said...

ଭାଇ ଅପଣଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ , ମୁଁ ଜୁନିୟର ଡାଟା ଏଣ୍ଟ୍ରି କାମ କରୁଛି ଖାରବେଳ ଭବନରେ , ମତେ ସ୍ୱଳ୍ପ ସମୟ ମିଳୁଛି ପଢିବା ପାଇଁ, ଯଦି ଆପଣ ଆମ ମାନଙ୍କ ପାଇଁ କିଛି ଉପାୟ ମାନେ କାମ କରିକି କିପରି ଭାବରେ ସିଲାବସ ସାରି ହେବ, ଆପଣଙ୍କ ଏଭଳି ଗୋଟେ ବ୍ଲଗ ଯେ ,ଗୋଟିଏ ଜାଗାରେ ସବୁ ସୁବିଧା ମିଳି ଯାଉଛି , ଗୋଟେ ନୂଆ ପିଲା ଆରମରେ ସବୁ ବୁଝି ପାରିବ |

OSS Odisha said...

Answer key of 2015-16 is not been uploaded so kindly it may be made available for which I will be grateful.