Monday 1 January 2024

Selected ASO Candidates : Congratulations & Happy New Year

ନିଜର କଠିନ ଅଧ୍ୟବସାୟ, ପିତାମାତା ତଥା ଗୁରୁଜନଙ୍କ ପ୍ରେରଣା ଓ ଆଶୀର୍ବାଦ ଏବଂ ସର୍ବଶେଷରେ ଭଗବାନଙ୍କ ସଦୟ କରୁଣାରୁ OPSC ଦ୍ଵାରା ମନୋନୀତ ୭୮୭ ସହାୟକ ଉପବିଭାଗ ଅଧିକାରୀ (ASO) ଙ୍କୁ ସର୍ବପ୍ରଥମେ ଶୁଭେଚ୍ଛା ଓ ଅଭିନନ୍ଦନ। ତଦ୍ ସହିତ ଆସନ୍ତା ନୂତନ ବର୍ଷ ୨୦୨୪ ଆଗମନ ଅବସରରେ ଆଉଥରେ ସ୍ଵାଗତ ଅଭିନନ୍ଦନ।

ନିଯୁକ୍ତି ବିଜ୍ଞାପନ ବାହାରିବାର ଠିକ୍ ଦୁଇ ବର୍ଷ ପରେ ଚୂଡାନ୍ତ ତାଲିକାରେ ନିଜ ନାମ ପ୍ରକାଶ ପାଇବାର ଦେଖି ସମସ୍ତେ ଖୁସି ମନାଇବା ଆରମ୍ଭ କରିବେଣି । ଚାକିରୀ ର କାର୍ଯ୍ୟଧାରା, ଦରମା, ଭବିଷ୍ୟତ ପଦୋନ୍ନତି, କାର୍ଯ୍ୟ ରେ ଆତ୍ମ ସନ୍ତୋଷ ଭଳି ବିଷୟ ଯଦିଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରେ ତେବେ ନିଜର ଲକ୍ଷ୍ୟ, ଇଚ୍ଛାଶକ୍ତି, ସମୟନୁବର୍ତ୍ତିତା  ଓ ପ୍ରଦତ୍ତ କର୍ମକୁ ସ୍ଵୀକାର କରିବା ସହିତ ନିଜର ଦାୟିତ୍ଵ ନିର୍ବାହ କରିବା ଦ୍ଵାରା ବ୍ୟକ୍ତିଗତ ପାରିବାରିକ ଓ କାର୍ଯ୍ୟାଳୟ କ୍ଷେତ୍ରର ଜୀବନ ବେଶ୍ ଶୃଙ୍ଖଳିତ ହୋଇଯାଏ । ସବୁ କ୍ଷେତ୍ରରେ ଭଲ-ମନ୍ଦ ରହି ଥିବାରୁ ସେ ସବୁର ସାମ୍ନା କରିବାକୁ  ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ।

ଆଜି ଚୂଡାନ୍ତ ତାଲିକା ପ୍ରକାଶ ପାଇବା ଅବସରରେ ସମସ୍ତ ନୂଆ ASO ଭାଇ ଓ ଭଉଣୀ ମାନଙ୍କୁ କିଛି ସୂଚନା ଦେବାକୁ ଚାହେଁ ଯାହାକି ସମସ୍ତଙ୍କର ମନରେ ପ୍ରଶ୍ନ ହେଇ ରହିଥାଏ ।

୧) ନିଯୁକ୍ତି ପ୍ରକ୍ରିୟା : ବର୍ତ୍ତମାନ OPSCର କାର୍ଯ୍ୟ ସମ୍ପୂର୍ଣ ସରିଯାଇଛି। ସେମାନେ କେବଳ ଏହି ୭୮୭ ଜଣଙ୍କର ତାଲିକା ସ୍ଵରାଷ୍ଟ୍ର ବିଭାଗ କୁ ପଠାଇବେ । ଉକ୍ତ ତାଲିକା ଅନୁଯାୟୀ ସ୍ଵରାଷ୍ଟ୍ର ବିଭାଗ ତରଫରୁ ସମସ୍ତ ପିଲାମାନଙ୍କୁ ନିଯୁକ୍ତି ପତ୍ର (Appointment Letter) ପ୍ରଦାନ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥି ପୂର୍ବରୁ ସମସ୍ତଙ୍କର ମେଡିକାଲ ଫିଟନେସ ସାର୍ଟିଫିକେଟ ନିଜ ଜିଲ୍ଲାର CDMO ଅଫିସରୁ ଆହ୍ଵାନ କରାଯିବ । ତାପରେ ଚିରାଚରିତ ଢଙ୍ଗରେ ଷ୍ଟେଟ କନଭେନସନ୍ ସେଣ୍ଟରରେ Orientation Programme କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନିଯୁକ୍ତି ପତ୍ର ପ୍ରଦାନ କରାଯାଇପାରେ ।

୨)  ବିଭାଗ ବଣ୍ଟନ ଓ କାର୍ଯ୍ୟାଳୟ : ସଚିବାଳୟରେ ମୋଟ ୪୦ ଟି ବିଭିନ୍ନ ବିଭାଗରେ ଖାଲି ପଦବୀ ଅନୁଯାୟୀ ନିଯୁକ୍ତି ଦିଆଯିବ । ମୁଖ୍ୟତଃ ସର୍ବାଧିକ ବିଭାଗ ଲୋକସେବା ଭବନ (୨୩) ଓ ଖାରବେଳ ଭବନ (୧୧)ରେ ଅଛି । ଅବଶିଷ୍ଟ ବିଭାଗ ଗୁଡିକ ନିଜ ନିଜ ବିଲ୍ଡିଁ (କୃଷି ଭବନ, ସୂଚନା ଲୋକ ସମ୍ପର୍କ ଭବନ, ସଂସ୍କୃତି ଭବନ, ପର୍ଯଟନ ଭବନ, ରାଜୀବ ଭବନ, କଳିଙ୍ଗ ଷ୍ଟାଡିୟମ୍) ରେ କାର୍ଯ୍ୟ କରୁଛି। କିନ୍ତୁ ସବୁଗୁଡିକ ଭୁବନେଶ୍ୱର ରେ ଅବସ୍ଥିତ। କେବଳ କିଛି ASO ଙ୍କୁ ଲୋକାୟୁକ୍ତ (ତୋଷାଳୀ ଭବନ), ଭିଜିଲାନସ୍ ନିର୍ଦ୍ଦେଶାଳୟ, କଟକ କିମ୍ବା ବିଭିନ୍ନ କମିଶନ ଙ୍କ କାର୍ଯ୍ୟାଳୟ ରେ ନିଯୁକ୍ତି ଦିଆଯାଇପାରେ। ସେହିପରି ଓଡ଼ିଶା ବାହାରେ ଥିବା ବିଭିନ୍ନ ଓଡ଼ିଶା ଭବନ (ଦିଲ୍ଲୀ/ କଲିକତା/ଚେନ୍ନାଇ/ମୁମ୍ବାଇ) ରେ ମଧ୍ୟ ନିଯୁକ୍ତି ମିଳିପାରିବ ଯାହାକି ନିଜର ଇଚ୍ଛା ଉପରେ ନିର୍ଭର କରେ । Click here to know more about departments

୩) କାର୍ଯ୍ୟରେ ଯୋଗଦାନ : ସ୍ଵରାଷ୍ଟ୍ର ବିଭାଗ ତରଫରୁ Orientation Programme କରାଯାଇ ସେହିଦିନ ନିଯୁକ୍ତି ପତ୍ର ପ୍ରଦାନ କରାଯାଏ । ତେଣୁ କୌଣସି ଚାକିରି କରିନଥିବା ପିଲାମାନେ ଉକ୍ତ ଦିନ ଅପରାହ୍ନରେ ଚାହିଁଲେ ସିଧାସଳଖ ନିଜ ନିଜ ବିଭାଗ କୁ ଯାଇ କାର୍ଯ୍ୟରେ ଯୋଗଦେଇପାରିବେ । ନଚେତ୍ ନିଜ ସୁବିଧା ଅନୁଯାୟୀ ୩୦ ଦିନ ମଧ୍ୟରେ କାର୍ଯ୍ୟରେ ଯୋଗଦେଇପାରିବେ । ଆଉ ଯଦି ବିଶେଷ କିଛି ଅସୁବିଧା ହୁଏ, ତେବେ ସ୍ଵରାଷ୍ଟ୍ର ବିଭାଗ ତରଫରୁ ଅନୁମତି ନେଇ ଅଧିକ ଦିନ ମାଗିପାରିବେ ।

୪) ନଥିପତ୍ର : ଯଦିଓ OPSC ଦ୍ଵାରା ସମସ୍ତ ନଥିପତ୍ର ଯାଞ୍ଚ ସାରିଥାଏ, ତେବେ ନିଜ ନିଜ ବିଭାଗର Office Establishment Section ରେ ହାଜର ହୋଇ ନିମ୍ନ ଲିଖିତ କାଗଜପତ୍ର ଜମା କରିବାକୁ ପଡ଼ିଥାଏ

Documents to be furnished at Induction Function
1. Photo Identity Card (AADHAAR/EPIC/PAN/DL) in original alongwith photocopy
2. Four passport size photographs 

A registration slip will be provided on submitting the ID Proof and photographs to enter into Convention Center. Honble Chief Minister will present appointment letter to few candidates on the top of the merit list. Others will receive from the registration counter.

Documents to be furnished during joining
1.Home Department order of appointment received at Convention Center
2.Original certificates supporting Educational Qualifications. 
3.Caste Certificate ( ST/SC/SEBC)
4.PwD Certificate ( as applicable)
5.Two self attested (backside) passport size photographs
----------
6.Medical Fitness Certificate
7.Two Character Certificates from two different Gazetted Officers
-----------
Self Declaration/Attestation
8.Joining letter of self
9.A declaration to the effect that no criminal antecedent/case is pending against him/her
10. Oath of allegiance to the Constitution of India
11. Declaration of non-contact of plural Marriage
-----------
For candidates already in job
12.Relieve Order from authority of last job
13.NOC from authority to appear ASO Examination

N.B. Candidates have to bring documents from Sl.1 to 11 compulsory. You can download forms of Sl.7 to 11 below or the same can be available in the establishment section of concerned Departments while joining. 

Download forms for Sl.7,8,9,10,11

*Note : Don't be in a hurry. Everything will be communicated by Home Department in well advance. Those who are fresh in government job, they can bring above documents so as to join on the same day. Those who are in job, they can give one month notice to their respective superior officers to be relieved at an early date after getting appointment letter.

1 comment:

Susil said...

Next Aso recruitment kebe asiba ?