Thursday 19 January 2023

Promotion of Under Secretary to Deputy Secretary : Stay Order Vacated

ସଚିବାଳୟରେ କାର୍ଯ୍ୟରତ ଅନୁଶାସନ ସଚିବ ମାନଙ୍କ ଉପଶାସନ ସଚିବ ପଦକୁ ପଦୋନ୍ନତି ନେଇ ହୋଇଥିବା ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଗତ ତା ୧୭.୧୧.୨୦୨୨ ରିଖରେ ଅନୁଶାସନ ସଚିବ ମାନଙ୍କ ଗ୍ରେଡେସନ ତାଲିକା ତଥା ପଦୋନ୍ନତି ଉପରେ ଲଗାଇଥିବା ରହିତାଦେଶ DOWNLOAD.PDF କୁ ଆଜି ଉଠାଇ ନେଇଛନ୍ତି। ଏଥି ସହିତ ବିଭାଗୀୟ ପଦୋନ୍ନତି କମିଟି ମାଧ୍ୟମରେ କେବଳ ଆବେଦନ କାରୀଙ୍କ ପାଇଁ ଦୁଇଟି ପଦବୀ ସଂରକ୍ଷିତ ରଖି ଅନ୍ୟ ସମସ୍ତ ଖାଲି ପଦବୀ ପୂରଣ ଦିଗରେ ସରକାର ଅଗ୍ରଗତି କରିବାକୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ପଦୋନ୍ନତି ଆଦେଶନାମାରେ ଉକ୍ତ ମାମଲାର ଫଳାଫଳକୁ ସର୍ତ୍ତ ହିସାବରେ ଉଲ୍ଲେଖ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ମାସରେ କରାଯିବ। 

ସୂଚନାଯୋଗ୍ୟ, ଥଇଥାନ ଯୋଜନାରେ ନିଯୁକ୍ତି ପାଇଥିବା ଅଧିକାରୀ ମାନେ ଗ୍ରେଡେସନ ତାଲିକାରେ ଆବେଦନକାରୀଙ୍କ ଉପରେ ରହିବା ନେଇ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି।ଏବେ ପ୍ରାୟ ୫୭ ଟି ଉପଶାସନ ସଚିବ ପଦବୀ ଖାଲି ଅଛି। 

No comments: