Saturday 27 May 2023

District Level Ministerial Staff demand Level-9 salary : Mass Leave w.e.f. 1st June

ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟର ଅମଲା ମାନେ ନିଜର ୪୨୦୦ ଗ୍ରେଡ ପେ (ଲେବଲ - ୯) ଦାବି ନେଇ ଆସନ୍ତା ଜୁନ ୧ ତାରିଖରୁ ସମୁହ ଛୁଟି ନେଇ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। 

ଓଡିଶା ଅମଲା ସଂଘ, ରାଜସ୍ବ ଅମଲା ସଂଘ, ଓଡିଶା ଟ୍ରେଜରୀ ଅମଲା ସଂଘ, ଓଡିଶା ସବ-ରେଜିଷ୍ଟ୍ରାର ଅମଲା ସଂଘ ଏବଂ ଅନ୍ୟ ଜିଲ୍ଲା କ୍ୟାଡର ସଂଘ ମାନଙ୍କୁ ନେଇ ଗଠିତ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ତା.୦୯.୦୪.୨୦୨୩ ରିଖରେ ଗୀତ ଗୋବିନ୍ଦ ସଦନ, ଭୁବନେଶ୍ୱରରେ State Council Meeting ଆହୁତ କରିଥିଲା। ଏଥିରେ ଜିଲ୍ଲା ସ୍ତରୀୟ ଅମଲାମାନେ ଦରମା ହାର ନେଇ ଅସନ୍ତୁଷ୍ଟ ହୋଇ ନିଜର ପ୍ରମୁଖ ଦାବି (ଲେବଲ-୪ ରୁ ଲେବଲ-୯) ପୂରଣ ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଦାବି ପୂରଣ ନହେବାରୁ ମିଳିତ ମଞ୍ଚ ନିଷ୍ପତ୍ତି କ୍ରମେ, ମଇ ୧ ତାରିଖରୁ ସରକାରଙ୍କୁ ୨୧ ଦିନର ସମୟ ଦିଆଯାଇଥିଲା। ତଥାପି କିଛି ସୁଫଳ ନମିଳିବାରୁ ସାରା ରାଜ୍ୟରେ ଅମଲାମାନେ ମଇ ୨୨ ତାରିଖରୁ କାର୍ଯ୍ୟାଳୟ ରେ କଳାବ୍ୟାଚ୍ ପରିଧାନ କରୁଛନ୍ତି। 
ଆସନ୍ତା ୩୧ ତାରିଖ ସୁଦ୍ଧା କିଛି ନିଷ୍କର୍ସ ନ ବାହାରିଲେ ସମସ୍ତ ଅମଲା ଜୁନ୍ ୧ ତାରିଖରୁ ସମୁହ ଛୁଟିରେ ଯିବାପାଇଁ ଅଧିକାରୀ ମାନଙ୍କୁ ଅଗ୍ରୀମ ଛୁଟି ଦରଖାସ୍ତ ଦେବା ଆରମ୍ଭ କଲେଣି। ଏଥିପାଇଁ ଜନସାଧାରଣଙ୍କ ଅସୁବିଧା ତଥା କିଛି ଅସ୍ୱାଭାବିକ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ମଞ୍ଚ ପକ୍ଷରୁ ଚରମ ବାଣୀ ଦିଆଯାଇଛି। 

-ଗଞ୍ଜାମ ଜିଲ୍ଲା-





ଗଜପତି ଜିଲ୍ଲା














- କୋରାପୁଟ ଜିଲ୍ଲା -



























No comments: